Masthead

ଭାଙ୍ଗିଦେଲେ ଠାକୁର ମଣ୍ଡପ

ଖଇରା (ବଡ଼ ଖବର ବ୍ୟୁରୋ): ବାଲେଶ୍ୱର ଜିଲ୍ଲା ଖଇରା ଥାନା ଡଗରାପଡ଼ା ପଞ୍ଚାୟତ ଅଧିନ ପୁରୁଷୋତ୍ତମପୁର ଗ୍ରାମର ଭଡ଼ାପଡ଼ିଆ ନିକଟରେ ଥିବା ଶନି ଠାକୁରଙ୍କ ମଣ୍ଡପକୁ କେହି ଭାଙ୍ଗିଦେଇଛି । ଏ ସମ୍ପର୍କରେ ଖଇରା ଥାନାରେ ପୁରୁଷୋତ୍ତମପୁରର ୨୦ରୁ ଉର୍ଦ୍ଧ୍ୱ ଲୋକେ ଅଭିଯୋଗ କରିଛନ୍ତି । ଗାରେ ଉତ୍ତେଜନା ଲାଗି ରହିଥିବାରୁ ପୋଲିସ ପୋଲିସ ମୁତୟନ କରାଯାଇଛି ।

ପୁରୁଷୋତ୍ତମପୁର ଗାଁର ସମାଜସେବୀ ଗୟାଧର ବିଶ୍ୱାଳ ଉଡା଼ପଡ଼ିଆରେ ଶନିମନ୍ଦିର ତିଆରି କରି ବର୍ଷେ ହେବ ପୂଜାର୍ଚ୍ଚନା କରିଆସୁଥିଲେ । ସେହି ଗାଁର ଜେ ଯୁବକ ଗୟାଧରଙ୍କୁ ମନ୍ଦିର ପ୍ରତିଷ୍ଠା କରିବା ଦିନଠାରୁ ବିରୋଧ କରି ଆସୁଥିଲେ । ମନ୍ଦିରକୁ ସେଠାରୁ ଅନ୍ୟତ୍ର ଉଠାଇ ନେବାକୁ ଧମକ ମଧ୍ୟ ଦେଉଥିଲେ ଯୁବକ ଜଣକ । ଗୟାଧର ମନ୍ଦିର ଚାରିପାଖରେ ସିମେଣ୍ଟ ଖୁଣ୍ଟି ପୋତିବା ସହ ତାର ଜାଲି ବୁଲାଇ ଦେଇଥିଲେ । ଯୁବକ ଜଣକ ତାଙ୍କର କିଛି ସହଯୋଗୀଙ୍କ ସହ ଶନିବାର ରାତିରେ ମଣ୍ଡପକୁ ଭାଙ୍ଗି ଦେଇଥିଲେ । ଗୟାଧରଙ୍କ ସହ ୨୦ରୁ ଅଧିକ ଲୋକେ ଏନେଇ ଥାନାରେ ଅଭିଯୋଗ କରିଛନ୍ତି । ଖଇରା ଥାନା ଅଧିକାରୀ ସୁବ୍ରତ କୁମାର ବେହେରା ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ