Masthead

ଆଇପିଏଲରେ ଆଜି ଯୁବ-ଅଭିଜ୍ଞ ଟକ୍କର

ଦୁବାଇ, (ବଡ଼ ଖବର ବ୍ୟୁରୋ) : ଆଇପିଏଲ ତ୍ରୟୋଦଶ ସିଜିନର ୩୪ତମ ମ୍ୟାଚରେ ଆଜି ସାମ୍ନାସାମ୍ନି ହେବେ ଯୁବ ଓ ଅଭିଜ୍ଞ କ୍ୟାପ୍ଟେନଙ୍କ ଟିମ୍ । ଭେଟେରାନ ମହେନ୍ଦ୍ର ସିଂ ଧୋନିଙ୍କ ଅଭିଜ୍ଞ ଦଳ ଚେନ୍ନାଇ ସୁପର କିଙ୍ଗସ ଓ ଯୁବ ଅଧିନାୟକ ଶ୍ରେୟାସ ଆୟରଙ୍କ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ହେବ ମୁକାବିଲା । ଉଭୟ ଦଳ ଆଜି ସେମାନଙ୍କ ନବମ ମ୍ୟାଚ ଶାରଜା କ୍ରିକେଟ ଷ୍ଟାଡିୟମରେ ଖେଳିବେ । ଚଳିତବର୍ଷ ଆଇପିଏଲରେ ଚେନ୍ନାଇ ୮ଟି ମ୍ୟାଚରୁ ୩ଟି ବିଜୟ ସହ ପଏଣ୍ଟ ଟେବୁଲର ଷଷ୍ଠ ସ୍ଥାନରେ ରହିଥିବା ବେଳେ ଦିଲ୍ଲୀ ୮ଟି ମ୍ୟାଚରୁ ୬ଟି ବିଜୟ ସହ ପଏଣ୍ଟ ଟେବୁଲର ଦ୍ୱିତୀୟ ସ୍ଥାନରେ ରହିଛି ।

ଆଇପିଏଲ ଇତିହାସରେ ଉଭୟ ଦଳ ୨୨ ଥର ମୁହାଁମୁହିଁ ହୋଇଛନ୍ତି । ଚେନ୍ନାଇ ୧୫ଥର ଏବଂ ଦିଲ୍ଲୀ ୭ଥର ବିଜୟୀ ହୋଇଛି । ଚଳିତ ସିଜିନରେ ଉଭୟ ଦଳ ମଧ୍ୟରେ ଖେଳାଯାଇଥିବା ଏକମାତ୍ର ମ୍ୟାଚକୁ ଦିଲ୍ଲୀ ୪୪ ରନରେ ଜିତିଛି । ଧୋନି ବାହିନୀ ଆଜିର ମ୍ୟାଚ୍ ଜିତି ପଏଣ୍ଟ ଟେବୁଲର ଟପ୍-୪ ରେସରେ ରହିବାକୁ ଚେଷ୍ଟା କରିବ । ଅପରପକ୍ଷରେ ଦିଲ୍ଲୀ ଏହି ମ୍ୟାଚକୁ ଜିତି ପଏଣ୍ଟ ଟେବୁଲର ଶୀର୍ଷକୁ ଯିବାକୁ ଚେଷ୍ଟା କରିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ