Before Header

ପଦ୍ମପୁରକୁ ଜିଲ୍ଲା କେବେ, କିଏ ମାରିବ ୨୪ ବାଜି?

0 40

ଅତାବିରା(ବଡ଼ ଖବର ବ୍ୟୁରୋ): ପାଖେଇ ଆସୁଛି ୨୦୨୪ ସାଧାରଣ ନିର୍ବାଚନ । ଗାଁ ଗାଁରେ ଜମିଲାଣି ଆଶାୟୀଙ୍କ ଲୋକ ସମ୍ପର୍କ ଅଭିଯାନ । ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ମଧ୍ୟରେ ଚାଲିଛି ଜୋରଦାର ପ୍ରସ୍ତୁତି । ଗାଁ ଗାଁରେ ଚାଲିଛି କର୍ମୀ ସମ୍ମିଳନୀ । ଚାଲିଛି ଦଳଡିଆଁ ଓ ମିଶ୍ରଣ ପର୍ବ । ନିଜ ନିଜ ଦଳକୁ ମଜବୁତ ଓ ପାର୍ଟିର ମୁଖିଆଙ୍କ ହାତମୁଠା ଟାଣ କରିବାକୁ ଲାଗି ପଡିଛନ୍ତି ନେତା । ସବୁଆଡେ ରାଜନୈତିକ ମାହୋଲ । ବିଧାନସଭାର ଅଧିବେଶନ ସରିବା ପରେ ନେତା ଏବେ ଗାଁମୁହାଁ । ବିଜେଡି ନେତାମାନେ ବିଭିନ୍ନ ଯୋଜନାର ସଫଳ ରୂପାୟନ କଥା କହୁଥିବା ବେଳେ ବିଜେପି ନେତାମାନେ କେନ୍ଦ୍ର ସରକାରଙ୍କ ନଅ ବର୍ଷର ସଫଳତାର କାହାଣୀ ବଖାଣୁଛନ୍ତି । ତେବେ କଂଗ୍ରେସ ବି ଅଂଚଳରେ ଥିବା ବିଭିନ୍ନ ସମସ୍ୟାକୁ ନେଇ ଲୋକଙ୍କ ସହ ମିଶି ସେମାନଙ୍କ ହାତରେ ହାତ ମିଳାଉଛି । ବରଗଡ଼ ଲୋକସଭା କ୍ଷେତ୍ରର ପଦ୍ମପୁର ନିର୍ବାଚନ ମଣ୍ଡଳୀ ଉପନିର୍ବାଚନରେ ବିଜୟୀ ହୋଇଛି ବିଜେଡି । ୨୦୨୪ରେ ଏଠାରେ ତ୍ରିମୁଖୀ ଲଢେଇ ହେବ ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଲାଣି ।

ଗତ ଉପନିର୍ବାଚନରେ ବିଜେଡିର ବର୍ଷା ସିଂ ବରିହା ୪୨ହଜାର ୬୭୯ ଭୋଟ୍ ବ୍ୟବଧାନରେ ବିଜେପିର ପ୍ରଦୀପ ପୁରୋହିତଙ୍କୁ ହରାଇ ବିଜୟୀ ହୋଇଥିଲେ । ୨୦୨୪ ସାଧାରଣ ନିର୍ବାଚନରେ ମଧ୍ୟ ରେକର୍ଡ ଭୋଟ୍ରେ ବିଜୟୀ ହେବେ ବୋଲି ବର୍ଷାଙ୍କ ଅନୁଗତମାନଙ୍କ ମଧ୍ୟରେ ଆଲୋଚନା ଜାରି ରହିଛି । ଅନ୍ୟପଟେ କଂଗ୍ରେସ ମଧ୍ୟ ଗାଁ ଗାଁରେ କର୍ମୀ ସମ୍ମିଳନୀ, ମିଶ୍ରଣ ପର୍ବ କରୁଛି । ହେଲେ କଂଗ୍ରେସରୁ କିଏ ପ୍ରାର୍ଥୀ ହେବେ ଏ ଯାଏଁ ସ୍ପଷ୍ଟ ହୋଇନାହିଁ । ତଥାପି ଆଗେଇ ଚାଲିଛନ୍ତି ପୂର୍ବତନ କଂଗ୍ରେସ ବିଧାୟକ ସତ୍ୟ ଭୂଷଣ ସାହୁଙ୍କ ପୁତୁରା ଟଙ୍କଧର ସାହୁ । ଅନ୍ୟପଟେ ବିଜେପିର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ମଧ୍ୟ ଗାଁ ଗାଁକୁ ଯାଇ ଲୋକଙ୍କ ସହ ସମ୍ପର୍କ ରକ୍ଷା କରୁଛନ୍ତି । ଦଳୀୟ ସଂଗଠନକୁ ମଜବୁତ କରୁଛନ୍ତି । ଗାନ୍ଧୀ ଜୟନ୍ତୀରେ କିଛି ଲୋକଙ୍କୁ ବିଜେପିରେ ସାମିଲ କରିପାରିଛନ୍ତି ଏହି ଭେଟରାନ୍ ନେତା । ପୂର୍ବ ସ୍ଥôତିକୁ ବିଜେପି ଫେରି ଆସୁଥିବା ଦଳୀୟ ନେତାମାନେ ଦୃଢତାର ସହ କହୁଛନ୍ତି । ନିର୍ବାଚନରେ ବିରୋଧୀଙ୍କୁ ବିଜେପି ଦୃଢ଼ ମୁକାବିଲା କରିବ ବୋଲି ଦଳୀୟ ନେତା ଓ କର୍ମୀମାନେ ଆଶା କରୁଛନ୍ତି ।

ସମସ୍ୟା ଘେରରେ ପଦ୍ମପୁର । ଗତ ଉପନିର୍ବାଚନରେ ମାଳ ମାଳ ନେତାଙ୍କୁ ଦେଖିଛନ୍ତି ଏଠାକାର ଭୋଟର । ପ୍ରତିଶ୍ରୁତି ଉପରେ ପ୍ରତିଶ୍ରୁତି ଶୁଣିଛନ୍ତି ଏଇ ଭୋଟର । କିଏ ଦେଇଛି ରେଳ ଲାଇନ ପ୍ରତିଶ୍ରୁତି ତ କିଏ ଦେଇଛି ପଦ୍ମପୁର ଜିଲ୍ଲା ମାନ୍ୟତା । କେନ୍ଦ୍ର ଓ ରାଜ୍ୟ ସରକାର ଉପନିର୍ବାଚନରେ ଦେଇଥିବା ପ୍ରତିଶ୍ରୁତି କେବେ କାର୍ଯ୍ୟକାରୀ ହେଉଛି ଏଯାଏଁ ସ୍ପଷ୍ଟ ହୋଇ ନାହିଁ । ଉପନିର୍ବାଚନ ପୂର୍ବରୁ ଚାଷୀ ନ୍ୟାର୍ଯ୍ୟ ଦାବି ପାଇଁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଚଳାଇଛି ଆନେ୍ଦାଳନ । ଚାଷୀଙ୍କୁ ଅନାଉ ନାହାନ୍ତି ଜିଲ୍ଲା ପ୍ରଶାସନ ତଥା ରାଜ୍ୟ ସରକାର । ନିର୍ବାଚନ ପୂର୍ବରୁ ସରକାର ଦେଇଥିବା ପଦ୍ମପୁର ଜିଲ୍ଲା ମାନ୍ୟତା ପ୍ରତିଶ୍ରତି ଯଦି ପୂରଣ ନ କରନ୍ତି ତେବେ ଏଠି ବିଜେପି ନିଶ୍ଚିତ ବାଜିମାତ କରିବ ବୋଲି ରାଜନୈତିକ ବିଶ୍ଳେଷଜ୍ଞମାନେ ଆକଳନ କରିଛନ୍ତି । ହେଲେ ପଦ୍ମପୁର ନିର୍ବାଚନ ମଣ୍ଡଳୀର ଜନତା କାହା ମୁଣ୍ଡରେ ସୁନା କଳସ ଢ଼ାଳିବେ ନିର୍ବାଚନ ଫଳାଫଳ କହିବ ।

Leave A Reply

Your email address will not be published.