Masthead

ମନ୍ଦିର ଖୋଲିବାକୁ ଘଣ୍ଟ ମାଡ଼

ଯାଜପୁର ଟାଉନ (ବଡ଼ ଖବର ବ୍ୟୁରୋ): କରୋନା ମହାମାରୀ ଯୋଗୁ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ତଥା ରାଜ୍ୟର ଅନ୍ୟତମ ଶକ୍ତିପୀଠ ମା’ ବିରଜାଙ୍କ ମନ୍ଦିରକୁ ଶ୍ରଦ୍ଧାଳୁଙ୍କ ପ୍ରବେଶ ଉପରେ ଗତ ମାର୍ଚ୍ଚ ୧୯ରୁ ରୋକ୍ ଲାଗିଛି । ଏହି ଭିତରେ ଦୀର୍ଘ ୭ ମାସରୁ ଊର୍ଦ୍ଧ୍ୱ ସମୟ ବିତିଛି । ଆଉ ଏହି ସମୟ ଭିତରେ ମନ୍ଦିରର ଅଙ୍ଗଲାଗି ସେବାୟତମାନେ ଭକ୍ତଙ୍କ କୌଣସି ପୂଜା କାର୍ଯ୍ୟ କରିପାରୁ ନ ଥିବାରୁ ଆର୍ଥିକ ସମସ୍ୟା ଦେଇ ଗତି କରୁଛନ୍ତି । ବିରଜାଙ୍କ ମନ୍ଦିର ପରିସରରେ ନାଭିଗୟା ରହିଛି । ନାଭିଗୟାକୁ ଭାରତର ବିଭିନ୍ନ ପ୍ରଦେଶରୁ ଭକ୍ତମାନେ ଆସି ପିଣ୍ଡଦାନ କରିବା ସହ ମା’ଙ୍କୁ ଦର୍ଶନ କରିଥାନ୍ତି । ମାତ୍ର ମନ୍ଦିରକୁ ଭକ୍ତମାନଙ୍କ ପ୍ରବେଶ ବନ୍ଦ ଥିବାରୁ ଏବଂ ଭକ୍ତମାନେ ମନ୍ଦିରକୁ ଯାଉ ନ ଥିବାରୁ ସେବାୟତମାନେ କୌଣସି ପୂଜା କାର୍ଯ୍ୟ କରିପାରୁନାହାନ୍ତି କି ଦାନ ଦକ୍ଷିଣା ମଧ୍ୟ ପାଇପାରୁନାହାନ୍ତି । ଫଳରେ ୭ ମାସରୁ ଅଧିକ ସମୟ ହେବ ପୂଜାକାର୍ଯ୍ୟ ନ ଥିବାରୁ ସେବାୟତମାନେ ଦୁର୍ଦ୍ଦିନରେ ଜୀବନ ଅତିବାହିତ କରୁଛନ୍ତି । ସରକାର ମଧ୍ୟ ସେବାୟତଙ୍କୁ କୌଣସି ଆର୍ଥିକ ସାହାଯ୍ୟ ଯୋଗାଇ ନାହାନ୍ତି । ଜୀବନ ସହ ଜୀବିକା ଦାବି କରି ମା’ ବିରଜା ମନ୍ଦିରର ଅଙ୍ଗଲାଗି ସେବାୟତମାନେ ମଙ୍ଗଳବାର ସକାଳେ ୯ ମିନିଟ ପର୍ଯ୍ୟନ୍ତ ଘଣ୍ଟ ବଜାଇ ମନ୍ଦିର ଖୋଲିବାକୁ ଦାବି କରିଥିଲେ । ଓଡ଼ିଶା ମନ୍ଦିର ସେବାୟତ ସଘଂ ଡାକରାକୁ ବିରଜା ମନ୍ଦିର ସେବାୟତମାନେ ସମର୍ଥନ କରି ଘଣ୍ଟମାଡ଼ କରିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି