Masthead

ଜମ୍ମୁ-କାଶ୍ମୀର ପୁଞ୍ଝ ସେକ୍ଟରରେ ଆତଙ୍କୀ ହମଲା

ଜମ୍ମୁ-କାଶ୍ମୀର (ବଡ଼ ଖବର ବ୍ୟୁରୋ): ଜମ୍ମୁ-କାଶ୍ମୀର ପୁଞ୍ଝ ସେକ୍ଟରରେ ଆତଙ୍କୀ ହମଲା । ଗୁରୁବାର ଦିନ ଜମ୍ମୁ ଓ କଶ୍ମୀରର ପୁଞ୍ଝ ଜିଲ୍ଲାରେ ଆତଙ୍କବାଦୀ ଦମନ ଅଭିଯାନ ସମୟରେ ଜଣେ ସେନା ଅଧିକାରୀ ଓ ଯବାନ ସାଙ୍ଘାତିକ ଆହତ ହୋଇଛନ୍ତି। ଅଭିଯାନରେ ଭାଗ ନେଇଥିବା ୫ଜଣ ନିରାପତ୍ତା କର୍ମଚାରୀଙ୍କୁ ହତ୍ୟା କରାଯିବାର ୪ ଦିନ ପରେ ସମ୍ପ୍ରତି ସେନା ଓ ଆତଙ୍କବାଦୀମାନଙ୍କ ମଧ୍ୟରେ ଜାରି ରହିଥିବା ଗୁଳି ବିନିମୟ ବୁଧବାର ସନ୍ଧ୍ୟା ବେଳେ ପୁଞ୍ଝ-ରାଜୌରି ଜଙ୍ଗଲରେ ଆରମ୍ଭ ହୋଇଥିଲା।

ଏହି ଅଭିଯାନ ଯୋଗୁଁ ଜମ୍ମୁ – ପୁଞ୍ଝ-ରାଜୌରି ରାଜପଥ ବନ୍ଦ ରହିଛି। ଅକ୍ଟୋବର ୧୦ ତାରିଖ ବିଳମ୍ବିତ ରାତ୍ରୀରେ ଯେଉଁ ଆତଙ୍କବାଦୀ ଦଳ ନିରାପତ୍ତା ବଳଙ୍କ ଉପରେ ଗୁଳି ଚଳାଇଥିଲେ ଏବେ ସେହି ଆତଙ୍କବାଦୀମାନଙ୍କ ସହ ଗୁଳି ବିନିମୟ ଚାଲିଛି ବୋଲି ସରକାରୀ ଅଧିକାରୀମାନେ କହିଛନ୍ତି। ୧୦ ତାରିଖ ଦିନ ପୁଞ୍ଝ ଜିଲ୍ଲାର ସୁରନକୋଟ୍‌ ଅଞ୍ଚଳର ଡେରା କି ଗଲି ଅଞ୍ଚଳରେ ଗୁଳି ବିନିମୟ ସମୟରେ ଜଣେ ସେନା ଅଧିକାରୀ ଏବଂ ୪ଜଣ ଯବାନ ସହିଦ ହୋଇଥିଲେ।

ସେନାର ଜଣେ ମୁଖପାତ୍ର କହିଛନ୍ତି, ପୁଞ୍ଝ ଜିଲ୍ଲାର ମେନ୍ଧର୍‌ ସବ୍‌ ଡିଭିଜନ୍‌ ଅନ୍ତର୍ଗତ ନର୍‌ ଖାସ୍‌ ଅରଣ୍ୟ ଅଞ୍ଚଳରେ ଚାଲିଥିବା ଏହି ଆତଙ୍କବାଦୀ ପ୍ରତିମୁକାବିଲା ଅଭିଯାନରେ ଅକ୍ଟୋବର ୧୪ ସନ୍ଧ୍ୟାରୁ ଯବାନ ଓ ଆତଙ୍କବାଦୀମାନଙ୍କ ମଧ୍ୟରେ ଗୁଳି ବିନିମୟ ଚାଲିଛି। ସେ ଆହୁରି ମଧ୍ୟ କହିଛନ୍ତି, ଏହି ଗୁଳି ବିନିମୟ ସମୟରେ ଜଣେ ‘ଜେସିଓ’ ଏବଂ ଜଣେ ଯବାନ ଆହତ ହୋଇଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମୋହନ ସରକାରଙ୍କୁ ପୂରିଲା ବର୍ଷେ 🔴 ଆଜିଠୁ କମିବ ତାତି, ବଢ଼ିବ ବର୍ଷା 🔴 ସ୍ନାନପୂର୍ଣ୍ଣିମାରେ ଶ୍ରୀକ୍ଷେତ୍ରରେ ଗଡିଲା ମୁଣ୍ଡ 🔴 ମହାବାହୁଙ୍କ କ୍ଷଣିକ ଦର୍ଶନ ଖେଳାଇବ ଶିହରଣ 🔴 ‘୨୪ ବର୍ଷ ନୁହେଁ ୨୪ ମିନିଟ୍‌ ଯଥେଷ୍ଟ’ 🔴 ସରହଦରେ ରାସ୍ତା ପାଇଁ କଟା ଯିବ ଜଙ୍ଗଲ 🔴 ନବୀନଙ୍କୁ ନବରଙ୍ଗପୁର ଜିଲ୍ଲାରେ ଲାଗିଲା ଧକ୍କା 🔴 ୪୫ କୋଟିର ଡ୍ରଗ୍ସ ଜବତ 🔴 ଦିନ ୨ଟା ଯାଏଁ ଜଗା ଦର୍ଶନ ବନ୍ଦ 🔴 ଆଜିଠୁ ବଢ଼ିବ ବର୍ଷା 🔴 ମୋହନ ସରକାରଙ୍କୁ ପୂରିଲା ବର୍ଷେ 🔴 ଆଜିଠୁ କମିବ ତାତି, ବଢ଼ିବ ବର୍ଷା 🔴 ସ୍ନାନପୂର୍ଣ୍ଣିମାରେ ଶ୍ରୀକ୍ଷେତ୍ରରେ ଗଡିଲା ମୁଣ୍ଡ 🔴 ମହାବାହୁଙ୍କ କ୍ଷଣିକ ଦର୍ଶନ ଖେଳାଇବ ଶିହରଣ 🔴 ‘୨୪ ବର୍ଷ ନୁହେଁ ୨୪ ମିନିଟ୍‌ ଯଥେଷ୍ଟ’ 🔴 ସରହଦରେ ରାସ୍ତା ପାଇଁ କଟା ଯିବ ଜଙ୍ଗଲ 🔴 ନବୀନଙ୍କୁ ନବରଙ୍ଗପୁର ଜିଲ୍ଲାରେ ଲାଗିଲା ଧକ୍କା 🔴 ୪୫ କୋଟିର ଡ୍ରଗ୍ସ ଜବତ 🔴 ଦିନ ୨ଟା ଯାଏଁ ଜଗା ଦର୍ଶନ ବନ୍ଦ 🔴 ଆଜିଠୁ ବଢ଼ିବ ବର୍ଷା