Masthead

ଗୁଳିକରି ଲୁଚିଛନ୍ତି ଆତଙ୍କୀ!

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ବିଶ୍ୱ ଦେଖିଲା ଆତଙ୍କବାଦୀଙ୍କ ନରସଂହାର । ପହଲଗାମ ଆକ୍ରମଣରେ ୨୬ ଲୋକଙ୍କ ମୃତୁ୍ୟ । ବଦଲା ନେବାକୁ ଏବେ ଅଣ୍ଟା ଭିଡିଛି ଭାରତ । ସରକାରଙ୍କ ପକ୍ଷରୁ ଚାଲିଛି ଘନଘନ ବୈଠକ । ତିନି ସେନାର ମୁଖ୍ୟକୁ ପୂର୍ଣ୍ଣ କ୍ଷମତା ଦିଆଯାଇଛି । ସାରା ଦେଶରେ ଏବେ ପ୍ରତିଶୋଧର ନିଆଁ ଜଳୁଛି । ହେଲେ ଆଖିକୁ ଦେଖାଗଲା ଭଳି ପଦକ୍ଷେପ ନିଆଯାଇନାହିଁ । ଏହାରି ଭିତରେ ଖବର ଆସୁଛି ଯେ ଆତଙ୍କବାଦୀମାନେ ଏବେ ବି ଆକ୍ରମଣ ଅଂଚଳରେ ଲୁଚି ରହିଛନ୍ତି । ଦକ୍ଷିଣ କାଶ୍ମୀରେ ଏବେ ବି ଆକ୍ଟିଭ ଅଛନ୍ତି ।

ଖାଇବା, ବୁଲିବା ସହ ଲୋକଙ୍କ ସହ ମିଶୁଛନ୍ତି । ଜାତୀୟ ତଦନ୍ତକାରୀ ସଂସ୍ଥା ଏନଆଇଏ ଏନେଇ ବଡ଼ ଖୁଲାସା କରିଛି । ପହଲଗାମରେ ନାରକୀୟକାଣ୍ଡ ଭିଆଇଥିବା ଆତଙ୍କୀମାନେ ବାହାରକୁ ଯାଇନାହାନ୍ତି । ଦକ୍ଷିଣ କାଶ୍ମୀରେ ସେମାନେ ଏବେ ବି ଲୁଚି ରହିଛନ୍ତି । ସେମାନଙ୍କ ସହ ଅନ୍ୟ ଆତଙ୍କବାଦୀମାନେ ମଧ୍ୟ ଅଛନ୍ତି । ଯାହା କିଛି କାର୍ଯ୍ୟକଳାପ ଚାଲିଛି ସେ ସବୁ ନଜରକୁ ନେଉଛନ୍ତି । ଗୁରୁବାରର ଏନଆଇଏ ଟିମ୍ ପହଲଗାମ ଯାଇ ତଦନ୍ତ କରିଛନ୍ତି । ତଦନ୍ତ ପରେ ଏଭଳି କିଛି ତଥ୍ୟା ସାମ୍ନାକୁ ଆସିଥିବା ଜଣାପଡ଼ିଛି ।

ଯେଉଁ ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି ସେମାନେ ସମସ୍ତେ ହାଫିଜ ସଇଦ ଆତଙ୍କୀ ସଙ୍ଗଠନ ଲସ୍କର-ଏ-ତୋଇବାର ସଦସ୍ୟ କୁହାଯାଉଛି । ଏକାଧିକ ହମଲାରେ ସେମାନଙ୍କ ହାତ ରହିଛି । ଆତଙ୍କବାଦୀମାନେ ଆତଙ୍କ ଭିଆଇବା ପୂର୍ବରୁ ରେକି କରିଥିଲେ । ପହଲଗାମରେ ଆତଙ୍କ ଭିଆଇଲେ ଅଧିକ ଲୋକଙ୍କ ଜୀବନ ନେଇହେବ ଭାବି ସେମାନେ ଆକ୍ରମଣ କରିଥିଲେ । ଫଳରେ ୨୬ ଲୋକଙ୍କ ଜୀବନ ଯାଇଛି । ଏହାର ବଦଲା ନେବାକୁ ଭାରତୀୟ ସେନା ପ୍ରସ୍ତୁତ ହେଉଥିବା କୁହାଯାଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ