Masthead

ତାହାଲେ ଏହା ହେଉଛି ୱାଂସିଟନ ଠାରୁ ଭଲ ରାସ୍ତା !

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ମଧ୍ୟପ୍ରଦେଶର ଭୋପାଳରେ ଏକ ଅଜବ ଦୃଶ୍ୟ ଦେଖିବା ପାଇଁ ମିଳିଛି । ଏଠାରେ ବହୁ ସଂଖ୍ୟକ ମହିଳା ଖାଲଢିମା ରାସ୍ତାରେ କ୍ୟାଟୱାକ ଆୟୋଜନ କରିଥିଲେ । ଏଭଳି କରି ମହିଳାମାନେ ସରକାରଙ୍କ ଦୃଷ୍ଟିକୁ ଆକର୍ଷଣ କରିବା ପାଇଁ ନୂଆ ପ୍ରୟାସ କରିଥିବାର ଦେଖିବାକୁ ମିଳିଛି । ଏହି ପୁରା ଘଟଣା ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।

ଅପରପକ୍ଷରେ କ୍ୟାଟୱାକର ଆୟୋଜନ କରିଥିବା ଅଂଶୁ ଗୁପ୍ତା ଦାନିଶ ନଗରର ବୋଲି ସୂଚନା ମିଳିଛି । ତେବେ ତିନି ଦଶନ୍ଧି ପୂର୍ବରୁ ଏଠାରେ କିଣାଯାଇଥିବା ପ୍ଲଟଗୁଡିକର ଦାମ ବହୁ ଅଧିକା ଥିଲା । ଯାହାଫଳରେ ସମ୍ପୃକ୍ତ ଅଞ୍ଚଳରେ ଅଧିକ ଟିକସ ନିଆଯାଉଛି । ହେଲେ ସମଗ୍ର ଅଞ୍ଚଳରେ କୌଣସି ବିକାଶମୂଳକ କାର୍ଯ୍ୟ ହେଉନାହିଁ ବୋଲି ଅଂଶୁ ଗୁପ୍ତା ଅଭିଯୋଗ କରିଛନ୍ତି । ଯେହେତୁ ଅଧିକାରୀ ଏବଂ ନିର୍ବାଚିତ ପ୍ରତିନିଧୀମାନେ ମୌଳିକ ଆବଶ୍ୟକତା ମଧ୍ୟ ପୂରଣ କରିପାରୁ ନାହାଁନ୍ତି ।

ତେଣୁ ଆମେ ଅଭିନବ ପ୍ରୟାସରେ ମଧ୍ୟପ୍ରଦେଶ ସରକାରଙ୍କୁ ଏହା ଅବଗତ କରାଉଛୁ ବୋଲି ଅଭିଯୋଗକାରୀ କହିଛନ୍ତି । ଏହା ସହ ଯଦି ସମ୍ପୃକ୍ତ ଅଞ୍ଚଳର ସମାଧାନ ନହୁଏ ତାହାଲେ ସେମାନେ ଭୋଟ ଦେବେ ନାହିଁ କି ଟିକସ ଦେବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ