Masthead

ନୂଆ ସରକାର ଘୋଷଣା ସପ୍ତାହେ ସ୍ଥଗିତ

(ବଡ଼ ଖବର ବ୍ୟୁରୋ):ତାଲିବାନ ଉପରେ ଚାପ । ସପ୍ତାହେ ସ୍ଥଗିତ ହେଲା ସରକାର ଘୋଷଣା । ନୂଆ ସରକାର କେବଳ ତାଲିବାନର କିଛି ଶୀର୍ଷ ନେତାଙ୍କୁ ନେଇ ଗଠନ ହୋଇଥିବା ବେଳେ ଏଥିରେ ବିଭିନ୍ନ ବର୍ଗର ପ୍ରତିନିଧି ନଥିବାରୁ ପାଶ୍ଚାତ୍ୟ ରାଷ୍ଟ୍ରମାନେ ଏହାକୁ ପ୍ରତ୍ୟାଖ୍ୟାନ କରିବେ ବୋଲି ଘୋଷଣା କରିଥିଲେ। ଏହାକୁ ନଜରରେ ରଖି ଆଜି ତାଲିବାନ ସରକାର ଘୋଷଣା ପ୍ରକ୍ରିୟାକୁ ସପ୍ତାହକ ପାଇଁ ସ୍ଥଗିତ ରଖିଛି।

ଆଫଗାନିସ୍ତାନରେ ତାଲିବାନର ନୂଆ ସରକାର ଗଠନ ପ୍ରକ୍ରିୟା ଚୂଡ଼ାନ୍ତ ହୋଇଥିଲା । ପ୍ରଧାନମନ୍ତ୍ରୀଙ୍କ ସମେତ ମନ୍ତ୍ରୀ ପରିଷଦର ସମସ୍ତ ସଦସ୍ୟଙ୍କ ନାମ ଘୋଷଣା ହୋଇଥାନ୍ତା। ଅନ୍ୟ ପଟେ ବିଦ୍ରୋହୀ ଗୋଷ୍ଠୀ ମଧ୍ୟ ବିଭିନ୍ନ ଅଂଚଳରେ ସକ୍ରିୟ ହୋଇଉଠିଥିବା ବେଳେ ତରବରିଆ ଭାବେ ସରକାର ଘୋଷଣା ସମସ୍ୟା ବଢ଼ାଇବ ବୋଲି ତାଲିବାନ ନେତାମାନେ ଆଶଙ୍କା କରୁଛନ୍ତି।

ତାଲିବାନ ମୁଖପାତ୍ର ଜବିଉଲ୍ଳା ମୁଜାହିଦ କହିଛନ୍ତି ଯେ ସରକାର ବାବଦରେ ଚୂଡ଼ାନ୍ତ ଘୋଷଣା ପାଇଁ କୌଣସି ତାରିଖ ଧାର୍ଯ୍ୟ ହୋଇନାହିଁ। ଅନ୍ୟପକ୍ଷେ ତାଲିବାନ ସାଂସ୍କୃତିକ କମିସନର ଉପମୁଖ୍ୟ ଅହମଦୁଲ୍ଲା ୱାସିକ୍‌ କହିଛନ୍ତି, ୨ରୁ ୩ ଦିନରେ ସରକାର ଗଠନ ହେବ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା