ଭଦ୍ରକ (ବଡ଼ ଖବର ବ୍ୟୁରୋ): ବଟିରେ ଚାଲିଛି ଭଦ୍ରକ ଜିଲ୍ଲାର ତିହିଡି ଥାନା । କୋଇଲା ହେଉ କି ଜୁଆଖେଳ ଆମକୁ ବଟି ଦରକାର । ବଟି ପାଇଁ ମୋବାଇଲରେ କନେଷ୍ଟବଳ ମନୋଜ ପ୍ରଧାନ ଓ କୋଇଲା ମାଫିଆଙ୍କ ମଧ୍ୟରେ ହୋଇଥିବା ଡିଲ ସମ୍ପର୍କର ଅଡିଓ ଏବେ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି । ତେବେ ଭଦ୍ରକରୁ ଧାମରା ଯାଉଥିବା ରେଳ ପଥରେ ପ୍ରତ୍ୟକ ଦିନ ଟନ ଟନ କୋଇଲା ଚୋରି ହେଉଛି । ପୋଲିସ ଟଙ୍କା ନେଇ ଚୋରକୁ ଖସାଇ ଦେବ ଭଳି ସାଙ୍ଘାତିକି ଅଭିଯୋଗ ଆସିଛି ।