ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଶୁଭଲକ୍ଷ୍ମୀ ସୁଇସାଇଡ ସସପେନ୍ସ । ଆସିଲା ପ୍ରାଥମିକ ଶବ ବ୍ୟବଚ୍ଛେଦ ରିପୋର୍ଟ । ନିଶାଦ୍ରବ୍ୟ ସେବନ କରିଥିବା ମିଳିଳା ସୂଚନା । ପୋଷ୍ଟମର୍ଟମ ରିପୋର୍ଟରେ ଶୁଭଲକ୍ଷ୍ମୀଙ୍କ ମୃତଦେହରୁ ନିଶାଦ୍ରବ୍ୟର ନମୁନା ମିଳିଛି । ମୃତ୍ୟୁର ୪ରୁ ୬ ଘଣ୍ଟା ପୂର୍ବରୁ ନିଶା ସେବନ କରିଥିବା କରିଥିବା ଜଣାପଡ଼ିଛି । କିନ୍ତୁ ଏହା ବିଷ କି ନିଶାଜାତୀୟ ଦ୍ରବ୍ୟ ତାହା ସ୍ପଷ୍ଟ ହୋଇନାହିଁ । ଯଦି ମୃତ୍ୟୁ ପୂର୍ବରୁ ଶୁଭଲକ୍ଷ୍ମୀ ନିଶା ସେବନ କରିଥିଲେ, ତେବେ ସେ କାହିଁକି ନିଶା ଖାଇଥିଲେ ?
ସେ ମାନସିକ ଅବସାଦରେ ଆତ୍ମହତ୍ୟା କରିନାହାନ୍ତି ତ? ସେନେଇ ତଦନ୍ତ କରୁଛି ପୋଲିସ । ସେପଟେ ମୃତ୍ୟୁ ପୂର୍ବରୁ ଶୁଭଲକ୍ଷ୍ମୀଙ୍କ ପାଖକୁ କିଏ ଏବଂ ଶୁଭଲକ୍ଷ୍ମୀ କାହାକୁ ଫୋନ କରିଥିଲେ । କାହା ସହିତ ଶେଷଥର ପାଇଁ କଥା ହୋଇଥିଲେ ଶୁଭଲକ୍ଷ୍ମୀ । ଏନେଇ ଏସଏଫଏସଏଲ ରିପୋର୍ଟ ତଥ୍ୟ ଅନୁସାରେ ତଦନ୍ତକୁ ଆହୁରି ଜୋରଦାର କରାଯିବ ।