Masthead

କଚ୍ଛପ ଗତିରେ ବଲାଙ୍ଗିର-ଖୋର୍ଦ୍ଧା ରୋଡ ରେଳପଥ ପ୍ରକଳ୍ପ

ବଲାଙ୍ଗିର (ବଡ଼ ଖବର ବ୍ୟୁରୋ): କଚ୍ଛପ ଗତିରେ ଖୋର୍ଦ୍ଧା-ବଲାଙ୍ଗିର ରେଳପଥ ପ୍ରକଳ୍ପ କାମ । କାମ ଯେତିକି ବିଳମ୍ବ ହେଉଛି ଅଟକଳ ପରିମାଣ ସେତିକି ବଢି ବଢି ଚାଲିଛି। ଏପରିକି ଚାରି ଶହ କୋଟିର ପ୍ରକଳ୍ପ ଏବେ ଚାରି ହଜାର କୋଟିରେ ପହଞ୍ଚିଲାଣି । ହେଲେ ରେଳପଥ ପରିକଳ୍ପନାକୁ ୨୬ ବର୍ଷ ବିତିଯାଇଥିଲେ ବି ବିଭିନ୍ନ କେଁ ଯୋଗୁଁ ବଲାଙ୍ଗୀରରୁ ଖୋର୍ଦ୍ଧାକୁ ଗଡି ପାରୁନି ଟ୍ରେନ । କେବେ ସମ୍ପୂର୍ଣ୍ଣ ହେବ ଖୋର୍ଦ୍ଧା ବଲାଙ୍ଗିର ରେଳ ପ୍ରକଳ୍ପ। ୨୬ ବର୍ଷ ମଧ୍ୟରେ ମାତ୍ର ୮୮ କିଲୋମିଟର କାର୍ଯ୍ୟ ଉଭୟ ପଟୁ ସରିଛି। ସମ୍ପୂର୍ଣ୍ଣ ମନ୍ଥର ଗତିରେ ଚାଲିଛି ପ୍ରକଳ୍ପ। ଫଳରେ ଚାରି ଶହ କୋଟିର ପ୍ରକଳ୍ପ ଏବେ ଚାରି ହଜାର କୋଟି ଟଙ୍କାଙ୍କୁ ପହଂଚି ସାରିଲାଣି। ତେବେ ଏହାର ମୁଖ୍ୟ କାରଣ ହେଉଛି କେନ୍ଦ୍ର ଓ ରାଜ୍ୟ ସରକାର ମଧ୍ୟରେ ଥିବା ସମନ୍ୱୟ ଏବଂ ଉପଯୁକ୍ତ ପାଣ୍ଠିର ଅଭାବ।

ଯାହା ଏହି ରେଳପଥ ନିର୍ମାଣରେ ବାଧା ସୃଷ୍ଟି କରୁଛି। ତେବେ ଚଳିତ ବଜେଟରେ ଏହି ପ୍ରକଳ୍ପ ପାଇଁ ଏକ ହଜାର କୋଟି ଟଙ୍କା ପ୍ରଦାନ କରିଛନ୍ତି କେନ୍ଦ୍ର ସରକାର । ଯାହା ଗତ ବଜେଟ ଅନୁସାରେ ଦୁଇଗୁଣ। କିନ୍ତୁ ଅନେକ ଜିଲ୍ଲାରେ ଜମି ଅଧିଗ୍ରହଣ ସମସ୍ୟା ରହିଥିବାରୁ ପ୍ରକଳ୍ପ କେବେ ସମ୍ପୂର୍ଣ୍ଣ ହେଉଛି ତାହା ଏକ ବଡ଼ ପ୍ରଶ୍ନ। ୧୯୯୪-୯୫ ମସିହାରେ ପରିକଳ୍ପନା କରାଯାଇଥିବା ବଲାଙ୍ଗୀର ଖୋର୍ଦ୍ଧା ରେଳପଥର ଶିଳାନ୍ୟାସ ୨୦୦୧ ମସିହାରେ କରାଯାଇଥିଲା । ସେବେଠାରୁ ଆଜି ଯାଏ ଏହି ପ୍ରକଳ୍ପ କାମ ବିଶେଷ ଆଗେଇ ପାରିନାହଁ । କେତେବେଳେ ଉପଯୁକ୍ତ ପାଣ୍ଠି ସମସ୍ୟା ତ ଆଉ କେତେବେଳେ କେନ୍ଦ୍ର ଓ ରାଜ୍ୟ ସରକାର ମଧ୍ୟରେ ସମନ୍ୱୟର ଅଭାବ ଯୋଗୁଁ ଏହାକୁ ଆହୁରି ବିଳମ୍ବିତ କରି ଆସିଛି ।

ତେବେ ପ୍ରକଳ୍ପ ସମ୍ପୂର୍ଣ୍ଣ ହେଲେ ପୂର୍ବ ଓଡିଶା ସହିତ ବୌଦ୍ଧ, ସୋନପୁର, ବଲାଙ୍ଗୀର ଓ ନୟାଗଡ଼ ଜିଲ୍ଲା ଯୋଡି ହେବ । ଏଥିପାଇଁ ଆବଶ୍ୟକ ଜମି ଅନେକ ସ୍ଥାନରେ ଅଧିଗ୍ରହଣ ହୋଇ ପାରୁନି। ଯେଉଁଥିପାଇଁ ଅତୀତରେ କେନ୍ଦ୍ର କମ ପାଣ୍ଠି ଦେଇ ଥିବାରୁ ଏଥିରେ ବାଧକ ସାଜିଥିଲା । ତେବେ ଏଥର ଗତ ଥର ଅପେକ୍ଷା ଦୁଇ ଗୁଣା ଅନୁଦାନ ମିଳିଛି। କିନ୍ତୁ ଜମି ଅଧିଗ୍ରହଣ ସମସ୍ୟା ଥିବାରୁ ଟଙ୍କା କିଭଳି ଭାବରେ ଖର୍ଚ୍ଚ ହେବ ସେନେଇ ସନ୍ଦେହ ପ୍ରକାଶ ପାଇଛି ।

ଦୀର୍ଘ ୨୮୯ କିମି ବଲାଙ୍ଗିର ଖୋର୍ଦ୍ଧା ରେଳ ପଥର ମାତ୍ର ୮୮ କିମି ଶେଷ ହୋଇଛି। ବଲାଙ୍ଗିର ପଟୁ ବିଛୁପାଲି ୧୪ କିମି ସରିଥିବା ବେଳେ ଖୋର୍ଦ୍ଧା ପଟୁ ମହିପୂର୍ ଯାଏ ୭୪ କିମି କାମ ଶେଷ ହୋଇଛି । ଅନ୍ୟପଟେ ଏହି ପ୍ରକଳ୍ପ ଶୀଘ୍ର ସମ୍ପୂର୍ଣ୍ଣ କରିବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ଗତ ୨୦୧୫ ରେ ଏମଓୟୁ ସ୍ୱାକ୍ଷରିତ କରିଥିଲେ । ଯେଉଁଥିରେ ରାଜ୍ୟ ଜମି ପ୍ରଦାନ କରିବା ସହ ୫୦ ପ୍ରତିଶତ ଖର୍ଚ୍ଚ ବହନ କରିବ ବୋଲି କହିବା ପରେ ଏହି କାମ କିଛି ଆଗେଇ ଥିଲା । ହେଲେ ଏବେ ବୌଦ୍ଧ ଜିଲ୍ଲାରେ ଜମି ଅଧିଗ୍ରହଣ ସମସ୍ୟା ଯୋଗୁଁ ପ୍ରକଳ୍ପ କାମ ଆଗେଇ ପାରୁନି। ଦେଖାଯାଉ ଏନେଇ କି ପଦକ୍ଷେପ ନେଉଛନ୍ତି ରାଜ୍ୟ ସରକାର।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ