Before Header

ଆଶ୍ରିତକୁ ଆଶ୍ରା କଲେନି ପିପିଲିବାସୀ

0 109

ପିପିଲି(ବଡ଼ ଖବର ବ୍ୟୁରୋ): ପିପିଲିରେ ଉପ-ନିର୍ବାଚନରେ ରୁଦ୍ର ମହାରଥୀ ଜିତିଛନ୍ତି । ଏହା ସହ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କ ଠାରୁ ୨୦ ହଜାର ୬୦୦ରୁ ଉର୍ଦ୍ଧ୍ବ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି ବିଜେଡି ପ୍ରାର୍ଥୀ ରୁଦ୍ର ମହାରଥୀ । ବିଜେଡି ପ୍ରାର୍ଥୀ ରୁଦ୍ର ମହାରଥୀ ମୋଟ ୯୬ ହଜାର ୯୭୨ ଭୋଟ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ୭୬ ହଜାର ୦୫୬ ଭୋଟ ପାଇଛନ୍ତି । ତେବେ ବଡ କଥା ହେଉଛି ପିପିଲିରେ ଅମାନତ ହାରିଲା କଂଗ୍ରେସ ।

ଦଳ ଏଭଳି ଶୋଚନୀୟ ପରାଜୟ ବରଣ କରିଛି ଯେ ମାତ୍ର ୪୨୬୧ ଭୋଟରେ ହିଁ ସୀମିତ ରହିଛି । କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଦେହାନ୍ତ ପରେ ଉପନିର୍ବାଚନ ସ୍ଥଗିତ ରହିଥିଲା । ପରେ ବିଶ୍ବକେତନ ହରିଚନ୍ଦନଙ୍କୁ ପ୍ରାର୍ଥୀ କରିଥିଲା କଂଗ୍ରେସ । ତେବେ ସେ ମାତ୍ର ୪୨୬୧ ଭୋଟ ପାଇବାକୁ ହିଁ ସକ୍ଷମ ହୋଇଛନ୍ତି । ବିଜେଡି ଏବଂ ବିଜେପି ଠାରୁ ଢେର୍‌ ପଛରେ ରହିଯାଇଛି କଂଗ୍ରେସ ।

Leave A Reply

Your email address will not be published.