Masthead

ସୋଶିଆଲ ମିଡିଆରେ ବିରାଟଙ୍କ ଫଲୋର୍ସ ୧୦୦ ମିଲିୟନ,ରୋନାଲ୍ଡଙ୍କ କ୍ଲବରେ ହେଲେ ସାମିଲ

ମୁମ୍ବାଇ (ବଡ଼ ଖବର ବ୍ୟୁରୋ) : କ୍ୟାପଟେନ ବିରାଟ କ୍ରିକେଟ ପଡିଆରେ ଅନେକ ରେକର୍ଡ ଅର୍ଜନ କରୁଥିବା ସମସ୍ତେ ଜାଣିଛନ୍ତି । କିନ୍ତୁ ଏବେ ସୋସିଆଲ ମିଡିଆ ଆକାଉଣ୍ଟ ଜରିଆରେ କରିଛନ୍ତି ଆଉ ଏକ ରେକର୍ଡ । ବିଶ୍ୱର ପ୍ରଥମ କ୍ରିକେଟର ଭାବେ ଇନଷ୍ଟାଗ୍ରାମରେ ତାଙ୍କର ଫଲୋର୍ସ ସଂଖ୍ୟା ୧୦୦ ମିଲିୟନ ପାର କରିଛି । ସେ ଏବେ ରେକର୍ଡ ବୁକରେ ସ୍ଥାନ ପାଇଛନ୍ତି ।

କେବଳ ପ୍ରଥମ କ୍ରିକେଟର ଭାବେ ନୁହେଁ, କୋହଲି ପ୍ରଥମ ଏସୀୟ ବ୍ୟକ୍ତି ଭାବେ ଇନଷ୍ଟାଗ୍ରାମରେ ତାଙ୍କର ଫଲୋର୍ସ ସଂଖ୍ୟା ୧୦୦ ମିଲିୟନ ପାର କରିଛି । ତାଙ୍କ ପରେ ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ଫଲୋର୍ସ ୬୦.୮ ମିଲିୟନ ଥିବାବେଳେ ଶ୍ରଦ୍ଧା କପୁରଙ୍କ ଫଲୋର୍ସ ସଂଖ୍ୟା ୫୮ ମିଲିୟନ ରହିଛି । ବିଶ୍ୱବିଖ୍ୟାତ ଫୁଟବଲ ଖେଳାଳି ରୋନାଲଡୋ ଓ ଲିଓନେଲ୍ ମେସି ବିରାଟଙ୍କ ଆଗରେ ରହିଛନ୍ତି ।

ସେହିପରି ରୋନାଲଡୋଙ୍କ ଇନଷ୍ଟାଗ୍ରାମ ଫଲୋର୍ସ ସଂଖ୍ୟା ଏବେ ୨୬୫ ମିଲିୟନ ଓ ମେସିଙ୍କ ଫଲୋର୍ସ ସଂଖ୍ୟା ୧୮୬ ମିଲିୟନ ରହିଛି । ସେହିପରି ବ୍ରାଜିଲର ଫୁଟବଲ ଖେଳାଳି ନିଏମାରଙ୍କ ଇନଷ୍ଟାଗ୍ରାମ ଫଲୋର୍ସ ସଂଖ୍ୟା ୧୪୭ ମିଲିୟନ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ