ରଣକ୍ଷେତ୍ର ପାଲଟିଲା ରେମୁଣା ଥାନା

ବାଲେଶ୍ବର (ବଡ଼ ଖବର ବ୍ୟୁରୋ): ରଣକ୍ଷେତ୍ର ପାଲଟିଲା ରେମୁଣା ଥାନା । ଥାନା ଭିତରେ ଦମ୍ପତିଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ।  ଏପରି ଅଭାବନୀୟ ଘଟଣା ମଙ୍ଗଳବାର ବିଳମ୍ବିତ ରାତିରେ ବାଲେଶ୍ୱର ଜିଲ୍ଲା ରେମୁଣା ଥାନା ଭିତରେ ପୁଲିସ ସମ୍ମୁଖରେ ଘଟିଯାଇଥିଲା । ଦୀର୍ଘ ଦିନର ବିବାଦ ନେଲା ରକ୍ତାକ୍ତ ସଂଘର୍ଷର ରୂପ। ତାହା ପୁଣି ଥାନା ପରିସରରେ। ପୁଲିସ୍‌ ଆଖି ଆଗରେ ଗୋଟିଏ ଗୋଷ୍ଠିର ଲୋକ ଅଭିଯୋଗ ନେଇ ଥାନାକୁ ଆସିଥିବା ପତିପତ୍ନୀଙ୍କୁ ହାଣି ଦେଇଥିଲେ। ପତିପତ୍ନୀ ଏବେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଏସମ୍ପର୍କରେ କେହି ଅଭିଯୋଗ କରି ନ ଥିବାରୁ ପୁଲିସ୍ କାହାକୁ ଗିରଫ କରିନାହିଁ।

ଏବେବି ଉତ୍ତେଜନାମୂଳକ ପରିସ୍ଥିତି ଲାଗି ରହିଛି। ପୁଲିସ୍‌ ସୂଚନାନୁଯାୟୀ, ରେମୁଣା ମନ୍ଦାରପୁର ଓ ନିଆଁବାଗ ଗ୍ରାମର ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ପୂର୍ବରୁ ଶତ୍ରୁତା ଲାଗି ରହିଥିଲ। । ମଙ୍ଗଳବାର ରାତି ପ୍ରାୟ ୧୧ ଟା ପରେ ଗୋଟିଏ ଗୋଷ୍ଠୀର କିଛି ଲୋକ ଥାନାରେ ପହଞ୍ଚିଥିଲେ। ସେହି ସମୟରେ ବାଦଲ ଦାସ ନାମକ ଯୁବକ ନିଜ ବାପାମା’ ରଘୁ ଦାସ ଓ ପ୍ରମିତା ଦାସଙ୍କ ସହ ଥାନାରେ ପହଞ୍ଚି ତାଙ୍କ ଘରକୁ କିଛି ଲୋକ ଭାଙ୍ଗି ଦେଉଥିବା ଅଭିଯୋଗ କରିଥିଲେ। ସେହି ସମୟରେ କିଛି ଲୋକ ସେମାନଙ୍କ ପିଛା କରି ଥାନାରେ ପହଞ୍ଚିଥିଲେ। ଏହାପରେ ଉଭୟ ପକ୍ଷ ମଧ୍ୟରେ ସେଠାରେ ଗଣ୍ଡଗୋଳ ଆରମ୍ଭ ହୋଇଥିଲା। ଗୋଟିଏ ପକ୍ଷକୁ ଅତର୍କିତ ଆକ୍ରମଣ ହେଉଥିବାରୁ ପୁଲିସ୍‌ ଭିଡ଼କୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିଥିଲା। ମାତ୍ର କିଛି ଉତ୍ତ୍ୟକ୍ତ ଲୋକ ଥାନା ଭଙ୍ଗାରୁଜା କରିବା ସହ ତେଲେଙ୍ଗା କଟୁରିରେ ଉଭୟ ରଘୁ ଦାସ ଓ ତାଙ୍କ ପତ୍ନୀ ପ୍ରତିମାଙ୍କୁ ଆକ୍ରମଣ କରିଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଚୌଦ୍ୱାର ଜେଲ କଳି ବଢାଇଲା ଅଡ଼ୁଆ 🔴 ଭଞ୍ଜନଗର ଗିଡ଼ିପାବାଲି ଗାଁରେ ଧସିଲା ପାହାଡ଼, ୧୨ ନିଖୋଜ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 ଚୌଦ୍ୱାର ଜେଲ କଳି ବଢାଇଲା ଅଡ଼ୁଆ 🔴 ଭଞ୍ଜନଗର ଗିଡ଼ିପାବାଲି ଗାଁରେ ଧସିଲା ପାହାଡ଼, ୧୨ ନିଖୋଜ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’