Masthead

ପ୍ରସ୍ଥୁତ ରୁହ ଟିକା ଆସୁଛି, ପଢନ୍ତୁ ପୂରା ଖବର

ଭୁବନେଶ୍ୱର, (ବଡ଼ ଖବର ବ୍ୟୁରୋ): ସମ୍ପ୍ରତି ସାରା ବିଶ୍ୱକୁ କଲବଲ କରିସାରିଲାଣି କରୋନା । ଦୀର୍ଘ ୭ମାସ ହେବ ଭାରତରେ କରୋନା କାୟା ବିସ୍ତାର କରିଚାଲିଛି । ଲକଡାଉନ ସଟଡାଉନ ଭିତରେ ଦେଶ ଗତି କରୁଥିବା ବେଳେ ସମସ୍ତଙ୍କ ନଜର ଟିକା ଉପରେ । ଏଭଳି ସମୟରେ ଏକ ଆସ୍ୱସ୍ତିକର ଖବର ମିଳିଛି । ରାଜ୍ୟରେ କେତେ ଟିକା ଆବଶ୍ୟକ ତା’ର ତାଲିକା ଦେବା ପଇଁ ରାଜ୍ୟଗୁଡିକୁ ଚିଠି ଲେଖିଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ।

କେନ୍ଦ୍ର ସରକାରଙ୍କ ଚିଠି ପାଇବା ପରେ ତତ୍ପରତା ଦେଖାଯାଇଛି ଓଡ଼ିଶା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଟିକା ଆସିବା ପରେ ଅଗ୍ରାଧୀକାର ଭିତ୍ତିରେ ପ୍ରଥମେ ସ୍ୱାସ୍ଥ୍ୟକର୍ମୀମାନଙ୍କୁ ଟିକା ଯୋଗାଇ ଦିଆଯିବ । ଆସନ୍ତା ୨୯ ତାରିଖ ପୂର୍ବରୁ ରାଜ୍ୟରେ କେତେ ଡାକ୍ତର, ନର୍ସ, ପାରାମେଡିକାଲ ଷ୍ଟାପ ଅଛନ୍ତି ତାଲିକା ପ୍ରସ୍ତୁତ କରିବା ପାଇଁ ଆଇଏମଏ ସଭାପତି, ଅୟୁଷ ସଂଘ ସଭାପତି, ନର୍ସିଂ ସଭାନେତ୍ରୀ, ପାରାମେଡିକାଲ ସଂଘ ସଭାପତି ଓ ଘରୋଇ ହସ୍ପିଟାଲର ସଂଘ ସଭାପତିଙ୍କୁ ଚିଠି ଲେଖିଛନ୍ତି ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର । ସେ କହିଛନ୍ତି ଯେ ଦେଶରେ କରୋନା ଟିକା ଖୁବଶୀଘ୍ର ଆସିବ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଚିଠି ମାଧ୍ୟମରେ ଅବଗତ କରାଯାଇଛି । ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଡାଟାବେସ ପ୍ରସ୍ତୁତ କରାଯାଉଛି । ଏହାକୁ ଭାରତ ସରକାରଙ୍କ ନିକଟକୁ ପଠାଯିବ । ତେଣୁ ରାଜ୍ୟରେ କେତେ ସ୍ୱାସ୍ଥ୍ୟକର୍ମୀ ଅଛନ୍ତି, ହିସାବ ଦେବା ପାଇଁ ସେ କହିଛନ୍ତି ।

ମହିଳା ଓ ଶିଶୁ କଲ୍ୟାଣ ବିଭାଗ ପ୍ରମୁଖ ସଚିବଙ୍କୁ ମଧ୍ୟ ଚିଠି ଲେଖିଛନ୍ତି ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର କେତେ ସ୍ୱାସ୍ଥ୍ୟକର୍ମୀ କାମ କରୁଛନ୍ତି ତା’ର ବିବରଣୀ ପ୍ରଦାନ ପାଇଁ ଚିଠିରେ କୁହାଯାଇଛି । ଜିଲ୍ଲାଗୁଡ଼ିକରେ କେତେ ସ୍ୱାସ୍ଥ୍ୟକର୍ମୀ କାମ କରୁଛନ୍ତି ତା’ର ମଧ୍ୟ ଡାଟା ଦେବା ପାଇଁ କୁହାଯାଇଛି । ଏନେଇ ସମସ୍ତ ଜିଲ୍ଲାପାଳମାନଙ୍କୁ ମଧ୍ୟ ଅବଗତ କରାଇଦିଆଯାଇଛି । ସମ୍ପୂର୍ଣ୍ଣ ଡାଟାବେସ ପ୍ରସ୍ତୁତ । ପରେ ପରବର୍ତ୍ତୀ ପଦେକ୍ଷପ ଗ୍ରହଣ କରାଯିବ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ । ତେବେ ଟିକା କେବେ ଆସିବ ଏପର୍ଯ୍ୟନ୍ତ କିଛି ସ୍ପଷ୍ଟ ହୋଇନାହିଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମଣ୍ଡେଇ ମହୋତ୍ସବରେ ମନ୍ତ୍ରୀ-ବିଧାୟକ ମୁହାଁମୁହିଁ 🔴 କଂଗ୍ରେସ ସହ ଅଛି, ଥିଲି, ରହିବି…ମୋକିମ 🔴 ମହମ୍ମଦ ମୋକିମଙ୍କୁ ଶକ୍ତ ଝଟକା 🔴 ଦୁଇ ସପ୍ତାହ କଲବଲ କରିବ ଜାଡ଼ 🔴 ବିଦ୍ୟାଳୟରୁ ତାଲା ଭାଙ୍ଗି ଲୁଟ୍ 🔴 ଅଡୁଆରେ ବାଣପୁର ଥାନା ପୋଲିସ 🔴 ବିପଦରେ ମେଘନାଦ ପାଚେରି 🔴 ଦିଲ୍ଲୀ ବିସ୍ଫୋରଣ ଘଟଣା, ଓଡ଼ିଶା ଲିଙ୍କ୍‌ 🔴 କଲବଲ କରୁଛି ପ୍ରବଳ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ମଣ୍ଡେଇ ମହୋତ୍ସବରେ ମନ୍ତ୍ରୀ-ବିଧାୟକ ମୁହାଁମୁହିଁ 🔴 କଂଗ୍ରେସ ସହ ଅଛି, ଥିଲି, ରହିବି…ମୋକିମ 🔴 ମହମ୍ମଦ ମୋକିମଙ୍କୁ ଶକ୍ତ ଝଟକା 🔴 ଦୁଇ ସପ୍ତାହ କଲବଲ କରିବ ଜାଡ଼ 🔴 ବିଦ୍ୟାଳୟରୁ ତାଲା ଭାଙ୍ଗି ଲୁଟ୍ 🔴 ଅଡୁଆରେ ବାଣପୁର ଥାନା ପୋଲିସ 🔴 ବିପଦରେ ମେଘନାଦ ପାଚେରି 🔴 ଦିଲ୍ଲୀ ବିସ୍ଫୋରଣ ଘଟଣା, ଓଡ଼ିଶା ଲିଙ୍କ୍‌ 🔴 କଲବଲ କରୁଛି ପ୍ରବଳ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା