Masthead

ଧସିଲା ଆପ୍ରୋଚ୍ ରୋଡ, ମରାମତି ପାଇଁ ଦାବି କଲା ବିଜେପି

ଯାଜପୁର(ବଡ଼ ଖବର ବ୍ୟୁରୋ): ବରୀ ବ୍ଲକ ଅଧିନସ୍ଥ ଦୁଢେଇ ନଦୀ ଉପରେ ଢିଅ ସାହି ରାଜସ୍ବ ଗ୍ରାମକୁ ସଂଯୋଗି କାରଣ ନିମନ୍ତେ ୨୦୧୧ ମସିହାରେ ସେତୁ ନିର୍ମାଣ ପାଇଁ ଅର୍ଥ ମଞ୍ଜୁର ହୋଇଥିଲା | ମାତ୍ର କାର୍ଯ୍ୟ ଆରମ୍ଭରୁ ଦାୟିତ୍ଵରେ ଥିବା ଠିକାଦାର ବ୍ୟୟ ଅଟକଳକୁ ଗୁରୁତ୍ଵ ନଦେଇ ମନମୁଖୀ ଭାବେ କାର୍ଯ୍ୟ କରିବାରୁ ସ୍ଥାନୀୟ ଲୋକ ମାନେ ଏହାର ତୀବ୍ର ବିରୋଧ କରିଥିଲେ। ମାତ୍ର ପରବର୍ତ୍ତୀ ସମୟରେ ଏହି ସେତୁ କାର୍ଯ୍ୟ ୨୦୧୯ ମସିହାରେ ଶେଷ ହୋଇଥିଲା। କିନ୍ତୁ ଯାତାୟାତ ପାଇଁ ଅପ୍ରୋଚ ରୋଡ ନିର୍ମାଣ ହୋଇନଥିବାରୁ ଯାତାୟାତ ସମ୍ଭବ ହୋଇନଥିଲା।

ପରବର୍ତ୍ତୀ ଅବସ୍ଥାରେ ବରୀର ପ୍ରଥମ ମହିଳା ବିଧାୟିକା ଭାବେ ସୁନନ୍ଦା ଦାସ ନିର୍ବାଚିତ ହେବା ପରେ ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ୯୨ ଲକ୍ଷ ୮ହଜାର ୬୬୩ ଟଙ୍କା ମଞ୍ଜୁର ହୋଇଥିଲା ଏହି ଅପ୍ରୋଚ ରୋଡ ନିର୍ମାଣ କାର୍ୟ୍ୟ ଆରମ୍ଭ ହୋଇଥିଲା ମାତ୍ର ତାହା ଅତ୍ୟନ୍ତ ନିମ୍ନ ମାନର କାର୍ୟ୍ୟ ହେଉଥିବା ସ୍ଥାନୀୟ ଲୋକ ମାନେ ଏହାକୁ ଆରମ୍ଭରୁ ବିରୋଧ କରିଥିଲେ | ବିଭାଗୀୟ କର୍ତ୍ତୃପକ୍ଷଙ୍କ ଉଦାସୀନତା ଓ ଠିକାଦାରଙ୍କ ମନମାନି ଯୋଗୁଁ ଏହି ରାସ୍ତା ନିର୍ମାଣ ହୋଇଥିଲେ ହେଁ ଗତ ୟାସ ବାତ୍ୟା ସମୟରେ ଧସି ପଡିବା ଯୋଗୁ ଯାତାୟାତ ସମ୍ଭବ ହୋଇପାରୁନାହିଁ। ଏହି ଖବର ବାରମ୍ବାର ବିଭିନ୍ନ ଗଣ ମାଧ୍ୟମରେ ପ୍ରକାଶ ପାଇବା ପରେ ବିଭାଗୀୟ କତୃପକ୍ଷ କୌଣସି ପଦକ୍ଷେପ ଗ୍ରହଣନ କରିବାରୁ ବରୀ ବିଜେପି ନେତା ବିଶ୍ଵରଞ୍ଜନ ମଲ୍ଲିକ ଘଟଣା ସ୍ଥଳକୁ ଆସି ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ।

ବରୀ ବିଧାୟିକା ବିକାଶର ନାରା ଦେଉଥିବା ବେଳେ କାର୍ଯ୍ୟ ଶେଷ ହେବର ୪ ମାସ ମଧ୍ୟରେ ଏହି ଅପ୍ରୋଚ ରୋଡ ଧସି ପଡିବା ଓ ସବୁ ଜାଣି ତାଙ୍କର ନିରବତା ବରୀ ବିକାଶର ଏକ ନଗ୍ନ ନମୁନା ବୋଲି ସ୍ଥାନୀୟ ଲୋକ ମତ ରଖିଛନ୍ତି । ଆଗାମୀ ୧୦ ଦିନ ମଧ୍ୟ ରେ ଯଦି ଏହି ଅପ୍ରୋଚ୍ ରୋଡର ସ୍ଥାୟୀ ମରାମତି କାର୍ଯ୍ୟ କରା ନ ଯାଏ। ତାହାଲେ ବରୀ ବିଜେପି ରାଜ ରାସ୍ତାକୁ ଓହ୍ଲାଇବ ବୋଲି କଡ଼ା ଚେତାବନୀ ଦେଇଛନ୍ତି । ସୂଚନା ଯୋଗ୍ୟ ଏହି ଆପ୍ରୋଚ ରୋଡ ଧସି ପଡିବା ଯୋଗୁଁ ଢିଅସାହି ଗ୍ରାମର ୨୫୦ ରୁ ଉର୍ଦ୍ଧ ପରିବାରର ରୋଗୀ, ଗର୍ଭବତୀ ମହିଳା , ଓ ସାଧାରଣ ଲୋକ ଯାତାୟାତ ନିମନ୍ତେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା