ବିଧାନସଭାରେ ଉଠିଲା ଟାଟାର ଦାଦାଗିରି

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ବିଧାନସଭାରେ ଉଠିଲା ଟାଟାର ଦାଦାଗିରି ପ୍ରସଙ୍ଗ । ମୁଲତବୀ ଆଲୋଚନାରେ ଭାଗନେଇ ବିରୋଧୀ ବିଜେପି ଓ କଂଗ୍ରେସ ସରକାରଙ୍କ ଉପରେ ବର୍ଷିଛି । ତେଣେ ବିଜେଡି କହିଛି ବିରୋଧୀ ଯେଉଁ ଅଭିଯୋଗ ଆଣିଛନ୍ତି ବସ୍ତଵତା ଉପରେ ଆଧାରିତ ନୁହେଁ । ବାହାରେ ଟାଟା ପାୱର‌ର ଦାଦାଗିରି । ଗୃହ ଭିତରେ ଝଡ଼ । ବିଦ୍ୟୁତ ଶୁଳ୍କ ଆଦାୟରେ ଟାଟା ପାୱର‌ ମାଲେମାଲ, ରାଜ୍ୟ ସରକାର ବେହାଲ ଶିର୍ଷକ ମୂଲତବୀ ଆଲୋଚନାରେ ଭାଗନେଇ ବିରୋଧୀ ବିଜେପି କହିଛି ସରକାର କମ୍ପାନୀ ସୁରକ୍ଷା ପାଇଁ କାମ କରୁଛନ୍ତି। ଉପରୋକ୍ତାଙ୍କ ସ୍ୱାର୍ଥକୁ ଗୁରୁତ୍ୱ ଦିଆଯାଉନାହିଁ। ତଣ୍ଟିଚିପି ବିଲ୍ ଆଦାୟ କରାଯାଉଛି। ବିଜେପି ସହ ସ୍ୱର ମିଳାଇଛି କଂଗ୍ରେସ । ବିଧାୟକ ସନ୍ତୋଷ ସିଂ ସାଲୁଜା କହିଛନ୍ତି ବିଦ୍ୟୁତ ପରିବହନ ଜନିତ କ୍ଷତି ହ୍ରାସ କରିବାରେ ସରକାର ବିଫଳ । ଓଡିଶା ବିଦ୍ୟୁତ ବଳକା ରାଜ୍ୟ ହୋଇଥିଲେ ବେଳେ ବିଦ୍ୟୁତ ତାରିଫ ବାଡିବଢ଼ି ଚାଲିଛି। ସରକାର ଉପଭୋକ୍ତା ମାନଙ୍କୁ ୨ଶହ ୟୁନିଟ ପର୍ୟ୍ୟନ୍ତ ବିଜୁଳି ମାଗଣାରେ ଦିଅନ୍ତୁ।

ବିରୋଧୀଙ୍କ ପ୍ରଶ୍ନର ଉତ୍ତର ଦେଇଛନ୍ତି ଶକ୍ତିମନ୍ତ୍ରୀ । ମୁଲତବୀ ପ୍ରସ୍ତାବ ଅଲୋଚନା ବେଳେ ମନ୍ତ୍ରୀ କହିଛନ୍ତି ବିରୋଧୀ ଯେଉଁ ଅଭିଯୋଗ ଆଣିଛନ୍ତି ବାସ୍ତଵତା ଉପରେ ଆଧାରିତ ନୁହେଁ । ବିଜୁଳି ବ୍ୟବହାର ବଢିବା ସହିତ ଉତ୍ପାଦନ ବଢିଛି । ପିକ୍ ଆୱାରରେ ୫ହଜାର୨ଶହ ମିଲିୟନ ୟୁନିଟ ଆବଶ୍ୟକ ପଡୁଛି। ବିଦ୍ୟୁତ ପରିବହନ ଜନିତ କ୍ଷତି ନିୟନ୍ତ୍ରଣ କରିବାରେ ସଫଳତା ମିଳିଛି। ବିଦୁ୍ୟତ୍ ମାଗଣା ଦେଲେ ଶ୍ରୀଲଙ୍କା ଭଳି ସ୍ଥିତି ଉପୁଜିବ । ଟାଟା ବିରୋଧରେ ରାଜ୍ୟବ୍ୟାପୀ ଅସନ୍ତୋଷ ଲାଗିରହିଥିବା ବେଳେ ସରକାରଙ୍କ ଉତ୍ତର ଉପଭୋକ୍ତାଙ୍କୁ କେତେ ସନ୍ତୁଷ୍ଟ କରିପାରୁଛି ସମୟ କହିବ । ଭୁବନେଶ୍ୱରରୁ ଭିଡିଓ ଜର୍ଣ୍ଣାଲିଷ୍ଟ ଗୁରୁପ୍ରସାଦଙ୍କ ସହ ପ୍ରଶାନ୍ତ ଦାସଙ୍କ ରିପୋର୍ଟ ବଡ଼ ଖବର ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ