Masthead

ବିଧାନସଭାରେ ଉଠିଲା ଟାଟାର ଦାଦାଗିରି

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ବିଧାନସଭାରେ ଉଠିଲା ଟାଟାର ଦାଦାଗିରି ପ୍ରସଙ୍ଗ । ମୁଲତବୀ ଆଲୋଚନାରେ ଭାଗନେଇ ବିରୋଧୀ ବିଜେପି ଓ କଂଗ୍ରେସ ସରକାରଙ୍କ ଉପରେ ବର୍ଷିଛି । ତେଣେ ବିଜେଡି କହିଛି ବିରୋଧୀ ଯେଉଁ ଅଭିଯୋଗ ଆଣିଛନ୍ତି ବସ୍ତଵତା ଉପରେ ଆଧାରିତ ନୁହେଁ । ବାହାରେ ଟାଟା ପାୱର‌ର ଦାଦାଗିରି । ଗୃହ ଭିତରେ ଝଡ଼ । ବିଦ୍ୟୁତ ଶୁଳ୍କ ଆଦାୟରେ ଟାଟା ପାୱର‌ ମାଲେମାଲ, ରାଜ୍ୟ ସରକାର ବେହାଲ ଶିର୍ଷକ ମୂଲତବୀ ଆଲୋଚନାରେ ଭାଗନେଇ ବିରୋଧୀ ବିଜେପି କହିଛି ସରକାର କମ୍ପାନୀ ସୁରକ୍ଷା ପାଇଁ କାମ କରୁଛନ୍ତି। ଉପରୋକ୍ତାଙ୍କ ସ୍ୱାର୍ଥକୁ ଗୁରୁତ୍ୱ ଦିଆଯାଉନାହିଁ। ତଣ୍ଟିଚିପି ବିଲ୍ ଆଦାୟ କରାଯାଉଛି। ବିଜେପି ସହ ସ୍ୱର ମିଳାଇଛି କଂଗ୍ରେସ । ବିଧାୟକ ସନ୍ତୋଷ ସିଂ ସାଲୁଜା କହିଛନ୍ତି ବିଦ୍ୟୁତ ପରିବହନ ଜନିତ କ୍ଷତି ହ୍ରାସ କରିବାରେ ସରକାର ବିଫଳ । ଓଡିଶା ବିଦ୍ୟୁତ ବଳକା ରାଜ୍ୟ ହୋଇଥିଲେ ବେଳେ ବିଦ୍ୟୁତ ତାରିଫ ବାଡିବଢ଼ି ଚାଲିଛି। ସରକାର ଉପଭୋକ୍ତା ମାନଙ୍କୁ ୨ଶହ ୟୁନିଟ ପର୍ୟ୍ୟନ୍ତ ବିଜୁଳି ମାଗଣାରେ ଦିଅନ୍ତୁ।

ବିରୋଧୀଙ୍କ ପ୍ରଶ୍ନର ଉତ୍ତର ଦେଇଛନ୍ତି ଶକ୍ତିମନ୍ତ୍ରୀ । ମୁଲତବୀ ପ୍ରସ୍ତାବ ଅଲୋଚନା ବେଳେ ମନ୍ତ୍ରୀ କହିଛନ୍ତି ବିରୋଧୀ ଯେଉଁ ଅଭିଯୋଗ ଆଣିଛନ୍ତି ବାସ୍ତଵତା ଉପରେ ଆଧାରିତ ନୁହେଁ । ବିଜୁଳି ବ୍ୟବହାର ବଢିବା ସହିତ ଉତ୍ପାଦନ ବଢିଛି । ପିକ୍ ଆୱାରରେ ୫ହଜାର୨ଶହ ମିଲିୟନ ୟୁନିଟ ଆବଶ୍ୟକ ପଡୁଛି। ବିଦ୍ୟୁତ ପରିବହନ ଜନିତ କ୍ଷତି ନିୟନ୍ତ୍ରଣ କରିବାରେ ସଫଳତା ମିଳିଛି। ବିଦୁ୍ୟତ୍ ମାଗଣା ଦେଲେ ଶ୍ରୀଲଙ୍କା ଭଳି ସ୍ଥିତି ଉପୁଜିବ । ଟାଟା ବିରୋଧରେ ରାଜ୍ୟବ୍ୟାପୀ ଅସନ୍ତୋଷ ଲାଗିରହିଥିବା ବେଳେ ସରକାରଙ୍କ ଉତ୍ତର ଉପଭୋକ୍ତାଙ୍କୁ କେତେ ସନ୍ତୁଷ୍ଟ କରିପାରୁଛି ସମୟ କହିବ । ଭୁବନେଶ୍ୱରରୁ ଭିଡିଓ ଜର୍ଣ୍ଣାଲିଷ୍ଟ ଗୁରୁପ୍ରସାଦଙ୍କ ସହ ପ୍ରଶାନ୍ତ ଦାସଙ୍କ ରିପୋର୍ଟ ବଡ଼ ଖବର ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା