କଟକଣା ଭିତରେ ରଜ ସଂକ୍ରାନ୍ତି ପାଳନ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଆଜି ହେଉଛି ରଜର ଦ୍ୱିତୀୟ ଦିନ ଅର୍ଥାତ ରଜ ସଂକ୍ରାନ୍ତି । କରୋନାର ୨ୟ ଲହର ଚାଲିଥବା ଯୋଗୁଁ ଏଥର ଫିକା ପଡିଛି ଗଣପର୍ବ ରଜ । ପ୍ରତିବର୍ଷ ଗାଁ ଠୁ ସହର ସବୁଠି ଦେଖିବାକୁ ମିଳିଥାଏ ଖୁସିର ଲହର । ରଜ ଝିଅମାନଙ୍କର ଏକ ବଡପର୍ବ ହୋଇଥିଲେ ବି କରୋନା ମହାମାରୀ ଭୟ ଯୋଗୁଁ କେହି ଏକାଠି ହୋଇପାରୁନାହାନ୍ତି ।ତେବେ ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ବ୍ଲକ ଉମାଦେଇ ବ୍ରହ୍ମପୁର ପଞ୍ଚାୟତ ନାଗପୁର ଗ୍ରାମରେ ନିଜ ଘର ବାହାରେ ଲାଗିଥିବା ଦୋଳିରେ ପରିବାର ଲୋକ ଏବଂ ଅଳ୍ପ କେତେକ ସାଙ୍ଗ ମାନଙ୍କ ଗହଣରେ ରଜ ପାଳନ କରୁଛନ୍ତି |

ତାସହ ସାମାଜିକ ଦୂରତା ରକ୍ଷା କରିବା ସହ ମୁହଁରେ ମାସ୍କ ଲଗାଇ ଖେଳୁଛନ୍ତି । ସେଥିପାଇଁ ଝିଅ ମାନଙ୍କ ମନ ଦୁଃଖରେ ଭାଙ୍ଗି ପଡିଛି । ହେଲେ ପିଠାପଣା ,ପାନଭଙ୍ଗା ଓ ରଜଦୋଳିର ପରମ୍ପରାକୁ ବଜାଇ ରଖିବାକୁ ଚେଷ୍ଟା କରିଛନ୍ତି ଓଡିଆ ଘରର ଝିଅମାନେ । ରଜ ଗୀତ ଗାଇ ନିଜ ଗାଁରେ ଦୋଳି ଖେଳି ମନ ବୁଝାଉଛନ୍ତି । ଘର ଘର ବୁଲି ପିଠା ଖାଇବା ଏବଂ ଗାଁ ରୁ ଗାଁ ସାଙ୍ଗ ହୋଇ ବୁଲିବା ସବୁ ବନ୍ଦ ହୋଇଯାଇଛି ।ତେବେ କରୋନା ମହାମାରୀ କାରଣରୁ ଫିକା ପଡିଛି ଏହି ଗଣପର୍ବ ରଜ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’