Masthead

୩ଟା ହେଲେ ଛୁଟି ହୋଇଯାଉଛି ସ୍କୁଲ

ଗଜପତି (ବଡ଼ ଖବର ବ୍ୟୁରୋ): ୩ଟା ହେଲେ ଛୁଟି ହୋଇଯାଉଛି ସ୍କୁଲ । କେଉଁଠାରେ ଛାତ୍ରଛାତ୍ରୀ ନଥିବାରୁ କିମ୍ବା ନିୟମ ଅନୁସାରେ ସଂଖ୍ୟା କମ ଛାତ୍ରଛାତ୍ରୀ ହେବାରୁ ସରକାର ସ୍କୁଲ ବନ୍ଦ କରିଥାନ୍ତି । କିନ୍ତୁ ପାଠ ପଢିବାକୁ ପିଲା ଥାଇ, ପିଲାଙ୍କ ମଧ୍ୟରେ ପଢିବା ପାଇଁ ଇଛା ଥାଇ ମଧ୍ୟ କୁନି କୁନି ପିଲା ପାଠ ପଢିପାରୁ ନାହାଁନ୍ତି । ଗଜପତି ଜିଲ୍ଲା ରାୟଗଡ ବ୍ଲକ ଗଙ୍ଗାବାଡ ପଞ୍ଚାୟତର ଶଗଡିଆ ଗ୍ରାମ । ୨୦୧୫ରେ ପ୍ରାଥମୀକ ବିଦ୍ୟାଳୟ ଟିଏ ନିର୍ମାଣ କରି କାର୍ଯ୍ୟକ୍ଷମ କଲେ ସରକାର । କିନ୍ତୁ ଏଠାରେ କାର୍ଯ୍ୟରତ ଶିକ୍ଷକମାନେ ନିଜ ଇଛାରେ ବିଦ୍ୟାଳୟ ଆରମ୍ଭ କରି ନିଜ ଇଛାରେ ତାଲାପକାଉଥିବା ଅଭିଯୋଗ ହୋଇଛି । ଶଗଡିଆ ନୂତନ ପ୍ରାଥମିକ ବିଦ୍ୟାଳୟରେ ୨୦ରୁ ଉଦ୍ଧ୍ୱର୍ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ୪ଜଣ ଶିକ୍ଷକ ଏଠାରେ ପୋଷ୍ଟିଙ୍ଗ ହୋଇଛନ୍ତି ।

ସେମାନଙ୍କ ମଧ୍ୟରୁ ନିୟମିତ ୩ଜଣ ଆସୁଥିବା ବେଳେ ୨ଜଣ ୨ଟାରେ ଓ ଜଣେ ୩ଟାରେ ସ୍କୁଲରେ ତାଲା ଝୁଲାଇ ଚାଲିଯାଉଥିବା ଅଭିଯୋଗ ହୋଇଛି । ଏହି ସ୍କୁଲରେ ତିନୋଟି ଗ୍ରାମର ପିଲାମାନେ ଅଧ୍ୟୟନ କରୁଛନ୍ତି କିନ୍ତୁ ତିନିଟା ହେଲେ ଶିକ୍ଷକବିଦ୍ୟାଳୟର ତାଲା ପକାଇ ଘରକୁ ଚାଲିଯାଉଛନ୍ତି । ଗ୍ରାମବାସୀଙ୍କୁ ବାରମ୍ଭାର ଦୂରରୁ ଆସୁଥିବା କହି ଚାଲିଯାଉଛନ୍ତି ଶିକ୍ଷକ । ଗ୍ରାମବାସୀ ମଧ୍ୟ ସାଢେ ୩ଟାରେ ଶିକ୍ଷକ ମାନେ ଜିବୁ କହି ଦିନ ୨ଟାରେ ଚାଲିଯାଉଥିବାରୁ ଦୁଖଃ ପ୍ରକାଶ କରିଛନ୍ତି । ଏପରିକି ଗ୍ରାମର ସଡକ ଅବସ୍ଥା ଛାଡି କେବଳ ଶିକ୍ଷକ ବିରୋଧରେ କାହିଁକି କହୁଛ ବୋଲି ମଧ୍ୟ ଧମକ ଦେଇଥିବା ଗ୍ରାମବାସୀ କହିଛନ୍ତି । ଯାହା ଫଳରେ ସ୍କୁଲରେ ବସି ପାଠପଢା ସମୟରେ ପିଲାମାନେ ଗାଁରେ ଏଣେତେଣେ ବୁଲୁଛନ୍ତି ଏବଂ ସମ୍ପୂର୍ଣ୍ଣ ଶିକ୍ଷା ପିଲା ପାଇବାରୁ ବଞ୍ଚିତ ହେଉଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ସ୍ୱାଧୀନତା ଦିବସରେ ଗାନ କରାଯିବ ‘ବନ୍ଦେ ମାତରମ୍‌’ 🔴 ରାଜ୍ୟର ଯୁବପିଢିଙ୍କ ପାଇଁ ଖୁସି ଖବର,୧୩୨୬ଜଣଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ 🔴 ସୁଧାଂଶୁଙ୍କୁ ପଛରେ ପକାଇବେ ଏହି ଆଇପିଏସ୍ 🔴 ଝାଡ଼ଖଣ୍ଡରେ ଛାତ୍ର ରଣହୁଙ୍କାର, ବିଧାନସଭା ନିକଟରେ ହଙ୍ଗାମା 🔴 ହର ହର ମହାଦେବ ଧ୍ୱନିରେ ମୁଖରିତ ଲିଙ୍ଗରାଜ ମନ୍ଦିର, ଭକ୍ତଙ୍କ ଅସମ୍ଭାଳ ସମାଗମ 🔴 ନାଳରେ ଭାସିଗଲେ ଦୁଇ କାଉଡ଼ିଆ 🔴 ୧୧ ଜିଲ୍ଲାରେ ପ୍ରବଳ ବର୍ଷା! 🔴 ପ୍ରସନ୍ନ ଯିବେ ବିଜେପି!, ଚର୍ଚ୍ଚା ବଢାଇଲା କେକ୍ 🔴 ବନ୍ୟା ପାଣିରେ ଭାସି ବୃଦ୍ଧ ନିଖୋଜ 🔴 ୨୪ ଘଣ୍ଟା ପ୍ରବଳ ବର୍ଷା 🔴 ସ୍ୱାଧୀନତା ଦିବସରେ ଗାନ କରାଯିବ ‘ବନ୍ଦେ ମାତରମ୍‌’ 🔴 ରାଜ୍ୟର ଯୁବପିଢିଙ୍କ ପାଇଁ ଖୁସି ଖବର,୧୩୨୬ଜଣଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ 🔴 ସୁଧାଂଶୁଙ୍କୁ ପଛରେ ପକାଇବେ ଏହି ଆଇପିଏସ୍ 🔴 ଝାଡ଼ଖଣ୍ଡରେ ଛାତ୍ର ରଣହୁଙ୍କାର, ବିଧାନସଭା ନିକଟରେ ହଙ୍ଗାମା 🔴 ହର ହର ମହାଦେବ ଧ୍ୱନିରେ ମୁଖରିତ ଲିଙ୍ଗରାଜ ମନ୍ଦିର, ଭକ୍ତଙ୍କ ଅସମ୍ଭାଳ ସମାଗମ 🔴 ନାଳରେ ଭାସିଗଲେ ଦୁଇ କାଉଡ଼ିଆ 🔴 ୧୧ ଜିଲ୍ଲାରେ ପ୍ରବଳ ବର୍ଷା! 🔴 ପ୍ରସନ୍ନ ଯିବେ ବିଜେପି!, ଚର୍ଚ୍ଚା ବଢାଇଲା କେକ୍ 🔴 ବନ୍ୟା ପାଣିରେ ଭାସି ବୃଦ୍ଧ ନିଖୋଜ 🔴 ୨୪ ଘଣ୍ଟା ପ୍ରବଳ ବର୍ଷା