Masthead

ଶବଦାହ କଲେ ସରକାରୀବାବୁ

ଗଞ୍ଜାମ (ବଡ଼ ଖବର ବ୍ୟୁରୋ): କୁହାଯାଏ ବିପଦ ସମୟର ବନ୍ଧୁ ପ୍ରକୃତ ବନ୍ଧୁ । ଏଭଳି ଏକ ପ୍ରକୃତ ବନ୍ଧୁର ପରିଚୟ ଦେଇଛନ୍ତି ପ୍ରଶାସନିକ ଅଧିକାରୀ । କରୋନା ଆଶଙ୍କାରେ ଶବ ସଂସ୍କାର ପାଇଁ ଆଗେଇ ଆସିଲେ ନାହିଁ ବନ୍ଧୁ ପରିଜନ। ମଣିଷ ଜୀବନ ରେ କାହାର କେତେ ବେଳେ ମରଣ ଆସେ ତାହା କହିବା ମୁସ୍କିଲ କିନ୍ତୁ ମୃତ୍ୟୁ ବେଳେ ତାର ଅନ୍ତିମ ସଂସ୍କାର ରେ ଉପସ୍ଥିତି ବ୍ୟକ୍ତିବିଶେଷଙ୍କ ଚାରି କାନ୍ଧ ଆବଶ୍ୟକ ପଡିଥାଏ। ରୋଗ ରେ ସଂକ୍ରମଣ ହେବା ଭୟ ରେ ମଣିଷର ମଣିଷ ପଣିଆ ମାରିଦେଉଛି କରୋନା। ଆଉ ଏଭଳି ବିପଦ ସମୟରେ ସ୍ଥାନୀୟ ପ୍ରଶାସନିକ ଅଧିକାରୀ, ଅଗ୍ନିଶମ ବିଭାଗର କର୍ମଚାରୀ ଓ ଗ୍ରାମର ଦୁଇ ଯୁବକ କଲେ ଅନ୍ତିମ ସଂସ୍କାର।

ଏଭଳି ହୃଦୟ ବିଦାରକ ଘଟଣା ଘଟିଛି ହିଞ୍ଜିଳିକାଟୁ ବ୍ଳକ ସମରଝୋଳ ଗ୍ରାମରେ। ଡି.ଗୋବିନ୍ଦ ନାମକ ଜଣେ ଯୁବକ ପାରାଦ୍ଵୀପରେ ରହି କାର୍ଯ୍ୟ କରୁଥିଲେ। ଶନିବାର ନିଜ ଘରକୁ ଆସି ରାତିରେ ଭୋଜନ ସାରି ଶୋଇଥିଲେ। ଆଉ ସକାଳୁ ପରିବାର ସଦସ୍ୟ ତାଙ୍କୁ ନିଦରୁ ଉଠାଇଥିଲେ ମଧ୍ୟ ସେ ଉଠିନଥିଲେ କୋଭିଡ ସଂକ୍ରମିତ ହୋଇ ତାଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା ପ୍ରକାଶ କରି ଶବକୁ ମଧ୍ୟ ଛୁଇଁନଥିଲେ। ମୃତ୍ୟୁ ଘଟଣା ଗ୍ରାମରେ ପ୍ରଚାର ହେବା ପରେ ଗ୍ରାମରେ ଭୟର ବାତାବରଣ ଖେଳି ଯାଇଥିଲା। ଏଭଳି ଦୁଃଖ ଖବର ପାଇଁ ନିଜକୁ ଆଉ ଆୟତ୍ତରେ ରଖି ପାରିନଥିଲେ ହିଞ୍ଜିଳିକାଟୁ ଗୋଷ୍ଠୀ ଉନ୍ନୟନଅଧିକାରୀ,ପୌର ନିର୍ବାହୀ ଅଧିକାରୀ ।

ସାଙ୍ଗେସାଙ୍ଗେ ଅଗ୍ନିଶମ ବିଭାଗକୁ ସମରଝୋଳ ଗ୍ରାମରେ ପହଞ୍ଚିବା ପାଇଁ ନିର୍ଦ୍ଦେଶ ଦେଇ ନିଜେ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ । ଦୁଇ ପ୍ରଶାସନିକ ଅଧିକାରୀ,ଅଗ୍ନିଶମ ଅଧିକାରୀ, ବଡ଼ଖଣ୍ଡି ଗ୍ରାମ ରୋଜଗାର ସେବକଙ୍କ ସମତେ ଗ୍ରାମର ଅନ୍ୟ ଦୁଇ ଜଣ ସ୍ଵଚ୍ଛାସେବୀ ଯୁବକ ପିପିଇ କିଟ୍,ଗ୍ଲୋବସ୍ ପରିଧାନ କରି ମର୍ଯ୍ୟାଦାର ସହ ଗୋବିନ୍ଦଙ୍କ ନିଜ ଗ୍ରାମରେ ଶେଷ ସଂସ୍କାର କରିଛନ୍ତି। ବିପଦ ସମୟରେ ଶବ ସଂସ୍କାରରେ ନିୟୋଜିତ ଥିବା ସମସ୍ତଙ୍କୁ ଗଞ୍ଜାମ ଜିଲ୍ଲାପାଳଙ୍କ ସମେତ ବିଭିନ୍ନ ମହଲରୁ ସାଧୁବାଦ ଜଣାଇବା ସହ ପ୍ରଶଂସା କରିଛନ୍ତି।।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା