ପୁରୀ(ବଡ଼ ଖବର ବ୍ୟୁରୋ): ପୁରୀ ସମୁଦ୍ର ବେଳା ଭୂମିରେ ଗାଧୋଉଥିବା ବେଳେ ଗତକାଲିଠୁ ନିଖୋଜ ଥିବା ଛାତ୍ରଙ୍କ ମୃତଦେହ ଉଦ୍ଧାର ହୋଇଛି । ଚକ୍ରତୀର୍ଥ ରୋଡ ପିଙ୍କ ହାଉସ ବେଳାଭୂମିରୁ ମୃତଦେହ ଉଦ୍ଧାର କରାଯାଇଛି । ପରେ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ମୃତ ଛାତ୍ର ଜଣଙ୍କ ପଶ୍ଚିମବଙ୍ଗର ଅରବାଜ କାଦିର । ସୂଚନା ଅନୁଯାୟୀ, ଗତକାଲି ଅପରାହ୍ନରେ ଭଦ୍ରକ ଜିଲ୍ଲାର ରାହେଶ କୁମାର ସିଂ, ଅନୁଗୋଳର ଓମ ପ୍ରକାଶ ଯାଦବ ଓ ପଶ୍ଚିମବଙ୍ଗର ଅରବାଜ କାଦିର ପୁରୀ ଆସିଥିଲେ ।
ତେବେ ସେମାନେ ଲାଇଟ ହାଉସ ବେଳାଭୂମିରେ ଗାଧୋଉଥିବା ବେଳେ ଲହଡିରେ ଭାସିଯାଇଥିଲେ । ସେମାନଙ୍କ ଚିତ୍କାର ଶୁଣି ଲାଇଫଗାର୍ଡ ଜଣଙ୍କ ଭିତରୁ ରାହେଶ ଓ ଓମ ପ୍ରକାଶଙ୍କୁ ଉଦ୍ଧାର କରିଥିଲେ । ଉଦ୍ଧାର ପରେ ସେମାନଙ୍କୁ ପୁରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସମସ୍ତେ କରଲିକତାର ଏରୋନଟିକାଲ ଇନିଷ୍ଟିଚ୍ୟୁଟର ଛାତ୍ର ।