Masthead

ବଢୁଛି ପେଟ୍ରୋଲ, ଡିଜେଲ ଦର

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଦେଶରେ ଲଗାତାର ବଢିଚାଲିଛି ତୈଳ ଦର । ଦିନକୁ ଦିନ ରେକର୍ଡ ସୃଷ୍ଟି କରିବାରେ ଲାଗିଛି ବର୍ଦ୍ଧିତ ତୈଳଦର । ପେଟ୍ରୋଲ ଓ ଡିଜେଲର ଦାମ ବଢୁଥିବାରୁ ଖାଉଟି ହନ୍ତସନ୍ତ । ଗୋଟିଏ ପଟେ ପାର୍ବଣ ଋତୁ ଆରମ୍ଭ ହେଉଥିବାବେଳେ ଲୋକଙ୍କୁ ମହଙ୍ଗା ମାଡ଼ର ଶିକାର ହେବାକୁ ପଡ଼ିଛି । ଆଜିକୁ ୩ ଦିନ ହେବ ଲଗାତାର ଭାବେ ପେଟ୍ରୋଲ ଏବଂ ଡିଜେଲ ଦର ବଢିଛି । ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୩୦ ପଇସା ଓ ଡିଜେଲ ଲିଟର ପିଛା ୩୫ ପଇସା ମହଙ୍ଗା ହୋଇଛି ।

 ରାଜଧାନୀ ଭୁବନେଶ୍ୱରରେ ପେଟ୍ରୋଲ ୮୮ ପଇସା ଓ ଡିଜେଲ ୯୪ପଇସା ବଢିଥିବା ସୂଚନା ମିଳିଛି ।ଏହି ଦର ପରେ ଭୁବନେଶ୍ୱରରେ ପେଟ୍ରୋଲ ଭଳି ଡିଜେଲ ମଧ୍ୟ ୧୦୦ଟଙ୍କା ପାର କରିଛି । ଡିଜେଲ ୯୪ ପଇସା ବୃଦ୍ଧି ପାଇଥିବାରୁ ଭୁବନେଶ୍ୱରରେ ଏହା ଲିଟର ପିଛା ଦାମ ୧୦୪.୫୧ ଟଙ୍କାରେ ବିକ୍ରି ହେଉଛି । ସେହିପରି ପେଟ୍ରୋଲର ଲିଟର ପିଛା ଦାମ ୧୦୪.୫୭ଟଙ୍କା ରହିଛି । ଗତକାଲି ଭୁବନେଶ୍ୱରରେ ଲିଟର ଦାମ ୧୦୩.୨୪ ଟଙ୍କା ଓ ଡିଜେଲ ଲିଟର ପିଛା ୯୧.୭୭ ଟଙ୍କା ହୋଇଛି । ତେବେ ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା ୨୯ ପଇସା ଓ ଡିଜେଲ ୩୮ ପଇସା ମହଙ୍ଗା ହୋଇଛି । ନୂଆ ଦର ପରେ ମୁମ୍ବାଇରେ ପେଟ୍ରୋଲର ଲିଟର ପିଛା ଦାମ ୧୦୯.୨୫ଟଙ୍କା ଛୁଇଁଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କପି କଲେ ୫ ବର୍ଷ ଜେଲ୍ , ୧୦ ଲକ୍ଷ ଜରିମାନା 🔴 ଭାରତ ସହ ଟି-୨୦ ବିଶ୍ବକପ୍ ଖେଳିବ ପାକିସ୍ତାନ 🔴 ବୁଧବାର ମହାପ୍ରଭୁଙ୍କ ବନକଲାଗି ନୀତି 🔴 ଉମରକୋଟରେ ୧୨ ଘଣ୍ଟିଆ ବନ୍ଦ ପାଳନ 🔴 ରାଜଧାନୀରେ ଦୁର୍ଘଟଣା, ବ୍ରିଜ୍ ତଳକୁ ଖସି ଘର ଉପରେ ପଡ଼ିଲା କାର 🔴 ପାହାଡ଼ ଚଢିଲେ ଜିଲ୍ଲାପାଳ, ଉପରୁ ତଳକୁ ଆସିବେ ୮ ପରିବାର 🔴 ୪ ଭାରତୀୟ ଡାକ୍ତରୀ ଛାତ୍ରଙ୍କୁ ଛୁରାମାଡ଼ 🔴 ରାତିରେ ପାରଦ ଖସୁଛି 🔴 ଆଜିଠାରୁ ପୁରୁଷ ଟ୍ବେଣ୍ଟି-୨୦ ବିଶ୍ବକପ୍‌ 🔴 ଶିମିଳିପାଳ ଅଭୟାରଣ୍ୟ ବୁଲିବେ ରାଷ୍ଟ୍ରପତି 🔴 କପି କଲେ ୫ ବର୍ଷ ଜେଲ୍ , ୧୦ ଲକ୍ଷ ଜରିମାନା 🔴 ଭାରତ ସହ ଟି-୨୦ ବିଶ୍ବକପ୍ ଖେଳିବ ପାକିସ୍ତାନ 🔴 ବୁଧବାର ମହାପ୍ରଭୁଙ୍କ ବନକଲାଗି ନୀତି 🔴 ଉମରକୋଟରେ ୧୨ ଘଣ୍ଟିଆ ବନ୍ଦ ପାଳନ 🔴 ରାଜଧାନୀରେ ଦୁର୍ଘଟଣା, ବ୍ରିଜ୍ ତଳକୁ ଖସି ଘର ଉପରେ ପଡ଼ିଲା କାର 🔴 ପାହାଡ଼ ଚଢିଲେ ଜିଲ୍ଲାପାଳ, ଉପରୁ ତଳକୁ ଆସିବେ ୮ ପରିବାର 🔴 ୪ ଭାରତୀୟ ଡାକ୍ତରୀ ଛାତ୍ରଙ୍କୁ ଛୁରାମାଡ଼ 🔴 ରାତିରେ ପାରଦ ଖସୁଛି 🔴 ଆଜିଠାରୁ ପୁରୁଷ ଟ୍ବେଣ୍ଟି-୨୦ ବିଶ୍ବକପ୍‌ 🔴 ଶିମିଳିପାଳ ଅଭୟାରଣ୍ୟ ବୁଲିବେ ରାଷ୍ଟ୍ରପତି