Masthead

ଆଜି ସଂସଦରେ ଆଗତ ହେବ ବଜେଟ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଆଜି ସଂସଦରେ ଆଗତ ହେବ ବଜେଟ । ୨୦୨୧-୨୨ବର୍ଷର ଆର୍ଥିକ ବଜେଟ ଉପସ୍ଥାପନା କରାଯିବ । ଦିନ ୧୧ଟାରେ ବଜେଟ ଉପସ୍ଥାପନା କରାଯିବ । ଚଳିତ ବର୍ଷ ବଜେଟକୁ ପେପରଲେସ୍ କରାଯାଇଛି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟକୁ ସଂସଦରେ ଉପସ୍ଥାପନ କରିବେ । ଚଳିତ ମାସ ୧୮ ତାରିଖରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଲା ସୀତାରମଣ ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳର ଅର୍ଥ ମନ୍ତ୍ରୀମାନଙ୍କ ସହ ୨୦୨୧-୨୨ ପ୍ରାକ୍ ବଜେଟ ଆଲୋଚନା କରିଥିଲେ । ଏଥିରେ ଓଡିଶାର ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରି ରାଜ୍ୟର ୧୩ଟି ବିଭିନ୍ନ ପ୍ରସ୍ତାବକୁ ସାମିଲ କରିବା ପାଇଁ ଦାବି କରିଥିଲେ । ତେବେ ଚଳିତ ବର୍ଷ ବଜେଟରେ କଣ ସବୁ ଖାସ ରହୁଛି ତା ଉପରେ ରହିଛି ସମସ୍ତଙ୍କ ନଜର ।

ନିଯୁକ୍ତି, ଭିତ୍ତିଭୂମି ବିକାଶ,ସ୍ୱାସ୍ଥ୍ୟ, ଏମଏସଏମଇ ଶିକ୍ଷା ଓ କୃଷି କ୍ଷେତ୍ରକୁ ଅଗ୍ରାଧିକାର ମିଳିବା କୁହାଯାଉଛି । ଅର୍ଥମନ୍ତ୍ରୀଙ୍କ ଆଗରେ ମୁଖ୍ୟ ଚ୍ୟାଲେଞ୍ଜ ଋଣାତ୍ମକ ବିକାଶ ଦରକୁ ସ୍ୱାଭାବିକ ସ୍ତରକୁ ଆଣିବା। ବିପୁଳ ନିଯୁକ୍ତି ସୃଷ୍ଟି କରିପାରୁଥିବା ରେଳ, ଜାତୀୟ ରାଜପଥ, ଜଳସେଚନ, ଟେଲିକମ୍ ଭଳି ଭିତ୍ତିଭୂମି ବିକାଶ କ୍ଷେତ୍ରକୁ ଅଗ୍ରାଧିକାର ମିଳିବ ବୋଲି କୁହାଯାଉଛି।

ସେହିପରି ମଧ୍ୟବିତ୍ତଙ୍କ ପକେଟକୁ ଟଙ୍କା ଦେବା ଲାଗି ଅର୍ଥମନ୍ତ୍ରୀ ଆୟକର ରିହାତି ଦେଇପାରନ୍ତି। କରୋନା ଓ ଏହା ପରବର୍ତ୍ତୀ ସ୍ଥିତିରେ ସ୍ୱାସ୍ଥ୍ୟ ପ୍ରମୁଖ ପ୍ରସଙ୍ଗ ହୋଇଛି ତେଣୁ ସ୍ୱାସ୍ଥ୍ୟ କ୍ଷେତ୍ର ମଧ୍ୟ ଫୋକସରେ ରହିବ। ଏହାବ୍ୟତିତ ଶିକ୍ଷା ଓ କୃଷି କ୍ଷେତ୍ର ପ୍ରତି ଅର୍ଥମନ୍ତ୍ରୀ ବିଶେଷ ଧ୍ୟାନ ଦେବା ଆଶା କରାଯାଉଛି। ପ୍ରଥମ ଥର ପାଇଁ ଚଳିତ ବର୍ଷ ବଜେଟ ପେପରଲେସ୍‌ ହେବାକୁ ଯାଉଛି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା