Masthead

ଆଜି ସଂସଦରେ ଆଗତ ହେବ ବଜେଟ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଆଜି ସଂସଦରେ ଆଗତ ହେବ ବଜେଟ । ୨୦୨୧-୨୨ବର୍ଷର ଆର୍ଥିକ ବଜେଟ ଉପସ୍ଥାପନା କରାଯିବ । ଦିନ ୧୧ଟାରେ ବଜେଟ ଉପସ୍ଥାପନା କରାଯିବ । ଚଳିତ ବର୍ଷ ବଜେଟକୁ ପେପରଲେସ୍ କରାଯାଇଛି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟକୁ ସଂସଦରେ ଉପସ୍ଥାପନ କରିବେ । ଚଳିତ ମାସ ୧୮ ତାରିଖରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଲା ସୀତାରମଣ ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳର ଅର୍ଥ ମନ୍ତ୍ରୀମାନଙ୍କ ସହ ୨୦୨୧-୨୨ ପ୍ରାକ୍ ବଜେଟ ଆଲୋଚନା କରିଥିଲେ । ଏଥିରେ ଓଡିଶାର ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରି ରାଜ୍ୟର ୧୩ଟି ବିଭିନ୍ନ ପ୍ରସ୍ତାବକୁ ସାମିଲ କରିବା ପାଇଁ ଦାବି କରିଥିଲେ । ତେବେ ଚଳିତ ବର୍ଷ ବଜେଟରେ କଣ ସବୁ ଖାସ ରହୁଛି ତା ଉପରେ ରହିଛି ସମସ୍ତଙ୍କ ନଜର ।

ନିଯୁକ୍ତି, ଭିତ୍ତିଭୂମି ବିକାଶ,ସ୍ୱାସ୍ଥ୍ୟ, ଏମଏସଏମଇ ଶିକ୍ଷା ଓ କୃଷି କ୍ଷେତ୍ରକୁ ଅଗ୍ରାଧିକାର ମିଳିବା କୁହାଯାଉଛି । ଅର୍ଥମନ୍ତ୍ରୀଙ୍କ ଆଗରେ ମୁଖ୍ୟ ଚ୍ୟାଲେଞ୍ଜ ଋଣାତ୍ମକ ବିକାଶ ଦରକୁ ସ୍ୱାଭାବିକ ସ୍ତରକୁ ଆଣିବା। ବିପୁଳ ନିଯୁକ୍ତି ସୃଷ୍ଟି କରିପାରୁଥିବା ରେଳ, ଜାତୀୟ ରାଜପଥ, ଜଳସେଚନ, ଟେଲିକମ୍ ଭଳି ଭିତ୍ତିଭୂମି ବିକାଶ କ୍ଷେତ୍ରକୁ ଅଗ୍ରାଧିକାର ମିଳିବ ବୋଲି କୁହାଯାଉଛି।

ସେହିପରି ମଧ୍ୟବିତ୍ତଙ୍କ ପକେଟକୁ ଟଙ୍କା ଦେବା ଲାଗି ଅର୍ଥମନ୍ତ୍ରୀ ଆୟକର ରିହାତି ଦେଇପାରନ୍ତି। କରୋନା ଓ ଏହା ପରବର୍ତ୍ତୀ ସ୍ଥିତିରେ ସ୍ୱାସ୍ଥ୍ୟ ପ୍ରମୁଖ ପ୍ରସଙ୍ଗ ହୋଇଛି ତେଣୁ ସ୍ୱାସ୍ଥ୍ୟ କ୍ଷେତ୍ର ମଧ୍ୟ ଫୋକସରେ ରହିବ। ଏହାବ୍ୟତିତ ଶିକ୍ଷା ଓ କୃଷି କ୍ଷେତ୍ର ପ୍ରତି ଅର୍ଥମନ୍ତ୍ରୀ ବିଶେଷ ଧ୍ୟାନ ଦେବା ଆଶା କରାଯାଉଛି। ପ୍ରଥମ ଥର ପାଇଁ ଚଳିତ ବର୍ଷ ବଜେଟ ପେପରଲେସ୍‌ ହେବାକୁ ଯାଉଛି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ