Before Header

ଓଲଟିଲା ପିକ ଅପ୍ ଭ୍ୟାନ,୭ମୃତ ୧୫ରୁ ଅଧିକ ଗୁରୁତର

0 23

କୋରାପୁଟ (ବଡ଼ ଖବର ବ୍ୟୁରୋ): କୋରାପୁଟ କୋଟପାଡ଼ ସିନ୍ଧିଗାଁ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ରାସ୍ତା ତଳକୁ ଓଲଟିଲା ପିକ ଅପ୍ ଭ୍ୟାନ । ୭ମୃତ ଓ ୧୫ରୁ ଅଧିକ ଲୋକ ଗୁରୁତର ହୋଇଥିବା ସୂଚନା । ଜୟପୁର ସହର କୋଟପାଡ ବ୍ଲକ ଅନ୍ତର୍ଗତ ମୁର୍ତ୍ତାହାଣ୍ଡିଠାରେ ଭାରସାମ୍ୟ ହରାଇ ଓଲଟି ପଡିଲା ପିକ ଅପ୍ ଭ୍ୟାନ। ଦଶାହ କାମ ସାରି ଛତିଶଗଡ ଫେରୁଥିବା ବେଳେ ଘଟିଲାବେଳେ ଅଘଟଣ । ତେବେ ଦୁର୍ଘଟଣାର କାରଣ ଅସ୍ପଷ୍ଟ ରହିଛି । ଦୁର୍ଘଟଣାରେ ଗୁରୁତର ଓ ଆହତ ମାନଙ୍କୁ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ମୃତକଙ୍କ ସଂଖ୍ୟା ବଢିପାରେ ବୋଲି ଆଶଙ୍କା ରହିଛି । ଘଟଣାସ୍ଥଳରେ ପୋଲିସ ଓ ସ୍ଥାନୀୟ ଲୋକ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।

Leave A Reply

Your email address will not be published.