Masthead

ଗଜପତିରେ ଭୂସ୍କଳନ

ଗଜପତି(ବଡ଼ ଖବର ବ୍ୟୁରୋ): ଆଜି ସକାଳୁ ବାତ୍ୟା ଗୁଲାବର ପ୍ରଭାବ ଗଜପତିରେ ଦେଖିବାକୁ ମିଳିଛି । ଏହା ମଧ୍ୟରେ ଗଜପତିରେ ଭୂସ୍କଳନ ହୋଇଥିବାର କଥା ସାମ୍ନାକୁ ଆସିଛି । ଗଜପତି ଭୂସ୍କଳନ ଯୋଗୁଁ ଗଜପତି ଗୁମ୍ମା ବ୍ଲକରେ ମାଟି ଧସି ରାସ୍ତା ଅବରୋଧ ହୋଇଛି । ନମନଗଡ଼ରୁ ଆଜୟଗଡ ରାସ୍ତା ମାଟି ଅତଡ଼ା ଧସି ଯିବା ଯୋଗୁଁ ରାସ୍ତା ଅବରୋଧ ହୋଇଥିବାର ସୂଚନା ମିଳିଛି । ପୁର୍ବରୁ ଗଜପତି ଜିଲ୍ଲାରେ ବର୍ଷାର ପରିମାଣ ବଢିଲେ ଜିଲ୍ଲାର ରାୟଗଡ ବ୍ଲକ, ଗୁମ୍ମା ବ୍ଲକ, ଆର ଉଦୟଗିରି ବ୍ଲକ, ନୂଆଗଡ଼ ବ୍ଲକ ରେ ଭୁସକଲନ ଭଳି ସମସ୍ୟା ଦେଖାଯାଇଥାଏ ।

ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ତରଫରୁ ୪ଟି ଓଡ୍ରାଫ ଆସି ପହଞ୍ଚିଛନ୍ତି। ଜରୁରୀ କାଳୀନ ପରିସ୍ଥିତିର ମୁକାବିଲା କରିବା ପାଇଁ ପ୍ରଶାସନର ନିର୍ଦ୍ଦେଶ କ୍ରମେ ଓଡ୍ରାଫ୍ ଟିମ୍‌କୁ ଜିଲ୍ଲାର କଇଁପୁର, ଗଙ୍ଗାବାଡ଼,କଲାକୋଟ ଇତ୍ୟାଦି ସମ୍ବେଦନଶୀଳ ଅଞ୍ଚଳକୁ ପଠାଯିବ। ପ୍ରଶାସନ ତରଫରୁ ତଳିଆ ଅଞ୍ଚଳର ଲୋକଙ୍କୁ ଜିଲ୍ଲାର ବିଭିନ୍ନ ବ୍ଲକର ୨୨ଟି ବାତ୍ୟା ଆଶ୍ରୟସ୍ଥଳୀରେ ୧୨୦୦ରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଗଲାଣି । ସବୁ ବାତ୍ୟା ଆଶ୍ରୟସ୍ଥଳୀ ପ୍ରଶାସନ ତରଫରୁ ରନ୍ଧା ଖାଦ୍ୟ ଦେବାର ବ୍ୟବସ୍ଥା କରାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି