Masthead

ସରିଲା କ୍ୟାପଟେନ ଯୁଗ !

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): କଂଗ୍ରେସରୁ କ୍ୟାଟେନଙ୍କ ଇସ୍ତଫାକୁ ନେଇ ସାରା ଦେଶରେ ବର୍ତ୍ତମାନ ଚର୍ଚ୍ଚା ଧରିଛି । କ୍ୟାପଟେନଙ୍କ ଇସ୍ତଫା ପରେ ଦୀର୍ଘ ଦିନ ଧରି ସିଦ୍ଧୁ ଏବଂ କ୍ୟାପଟେନଙ୍କ ମଧ୍ୟରେ ଚାଲୁଥିବା ବିବାଦର ସମାପ୍ତ ମଧ୍ୟ ଘଟିଛି । ଉଭୟଙ୍କୁ ନେଇ ପଞ୍ଜାବ କଂଗ୍ରେସରେ ଫାଟ ସୃଷ୍ଟି ହେଉଥିବା ବେଳେ ବର୍ତ୍ତମାନ ଏହାର ଅବସାନ ଘଟିଛି । କିଏ ଏହାକୁ ପଞ୍ଜାବର ବରବାଦି କହୁଥିବାବେଳେ କିଏ ଏହା ସପକ୍ଷରେ ବାହାରିଛନ୍ତି । ପଞ୍ଜାବ କଂଗ୍ରେସର ଜଣେ ଚର୍ଚ୍ଚିତ ଚେହେରା ହେଉଛନ୍ତି କ୍ୟାପଟେନ ଅମରିନ୍ଦର ସିଂହ । ତାଙ୍କ ନେତୃତ୍ୱରେ କଂଗ୍ରେସ ୨୦୦୭ ଏବଂ ୨୦୧୨ରେ ହାରିଥିଲା । ହେଲେ ପଞ୍ଜାବ କଂଗ୍ରେସର ସେ ଏକମାତ୍ର ଚେହେରା ଭାବରେ ପୁଣି ଦଳକୁ ଶକ୍ତିଶାଳୀ କରିବାରେ କ୍ୟାପଟେନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।

ଏହା ପରେ ଦଳର ବିଜୟ ଅଭିଯାନ ଆରମ୍ଭ ହୋଇଥିଲା । ଏହା ମଧ୍ୟରେ ୨୦୧୪ ବିଧାନସଭା ନିର୍ବାଚନରେ ହିଁ କ୍ୟାପଟେନଙ୍କୁ ସାରା ଦେଶରେ ପରିଚିତ କରିଥିଲା । ଅର୍ଥାତ ଉକ୍ତ ନିର୍ବାଚନରେ ବିଜେପିର ଟାଣୁଆ ପ୍ରାର୍ଥୀ ଅରୁଣ ଜେଟଲୀଙ୍କୁ ମାତ ଦେଇ ପଞ୍ଜାବରେ କଂଗ୍ରେସ ଆସିଥିଲା । ଏବଂ ଏହା ପଛରେ କ୍ୟାପଟେନଙ୍କ ହାତ ରହିଥିଲା । ଏହା ଛଡ଼ା କଂଗ୍ରେସ ବିଧାୟକ ତଥା ଅନ୍ୟ ବରିଷ୍ଠ ନେତାଙ୍କ ମଧ୍ୟରେ ଧାରଣା ଥିଲା ଯେ କେବଳ କ୍ୟାପଟେନ ହିଁ ଦଳକୁ ଆଗେଇ ନେଇପାରିବେ । ଏପରିକି ତାଙ୍କ ନେତୃତ୍ୱରେ ୨୦୧୫ରେ ଥିବା କଂଗ୍ରେସ ସଭାପତିଙ୍କ ବଦଳି ହୋଇ ୨୦୧୭ରେ ଅମରିନ୍ଦର ହୋଇଥିଲେ । ଅନ୍ୟପଟେ ୨୦୧୭ ମସିହା ବିଧାନସଭା ନିର୍ବାଚନରେ ସେ ୭୭ଟି ସିଟରେ ଜିତି ଦଳକୁ ଏକ ପ୍ରଭାବଶାଳୀ ବିଜୟ ଦେବାରେ ସାହାଯ୍ୟ କରିଥିଲେ । ରାଜ୍ୟରେ ଶକ୍ତିଶାଳୀ ନେତାଙ୍କ ଡ଼େଣା କାଟିବାରେ ବେଶ ପାରଙ୍ଗମ ଥିଲେ କ୍ୟାପଟେନ । ଯାହା ଅନ୍ୟ କଂଗ୍ରେସ ନେତାଙ୍କ ଠାରୁ ଭିନ୍ନ ଥିଲା । ପଞ୍ଜାବ କଂଗ୍ରେସରେ ଦୀର୍ଘଦିନ ଧରି କ୍ୟାପଟେନ ଓ ସିଦ୍ଧୁଙ୍କ ମଧ୍ୟରେ ବିବାଦ ଲାଗିରହିଥିଲା ।

ଏନେଇ କେତେବେଳେ ସିଦ୍ଧୁ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ଭେଟୁଥିବାର ଚର୍ଚ୍ଚା ହେଉଥିବା ବେଳେ ଆଉ କେତେବେଳେ କ୍ୟାପଟନଙ୍କ ନାମ ସାମ୍ନାକୁ ଆସୁଥିଲା । ଏହା ସହ କୋଟକାପୁର ଫାୟାରିଂ ମାମଲାରେ ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟଙ୍କ ଆଦେଶ ପରେ ସୋନିଆ ଗାନ୍ଧିଙ୍କୁ ଏହି ସମସ୍ୟାର ସମଧାନ କରିବା ପାଇଁ ତିନି ଜଣିଆ ପ୍ୟାନେଲ ଗଠନ କରିବା ପାଇଁ ଦାବି କରାଯାଇଥିଲା । ଏହା ପରେ ଉଭୟ ନେତା ଏକାଠି ମଧ୍ୟ ନଜର ଆସିଥିଲେ । ହେଲେ ତାଙ୍କ ବିବାଦ ଥମିବାରେ ନାମ ନେଉଥିଲା । ଶେଷରେ ଊନ୍ନତିକୁ ଛାଡ଼ି ପ୍ରପୋଗେଣ୍ଡାକୁ ଅଧିକ ବିଶ୍ୱାସ କଲେ କଂଗ୍ରେସ ସଭାପତି ସୋନିଆ ଗାନ୍ଧି ।

ଏଇଠି ପ୍ରଶ୍ନ ଉଠୁଛି ଯେ ସିଦ୍ଧୁଙ୍କୁ ସନ୍ତୁଷ୍ଟ କରିବା ପାଇଁ ଅମରିନ୍ଦରଙ୍କ ମୁଖ୍ୟମନ୍ତ୍ରୀ ପଦକୁ ବଳି ଚଢା ଗଲା କି? ଆଗକୁ ନିର୍ବାଚନ ହେଲେ ବର୍ତ୍ତମାନ ଦଳୀୟ ବିବାଦ ଥମିବାରେ ନାମ ନେଉନି,ଏହା ବିନାଶ କାଳେ ବିପରୀତ ବୁଦ୍ଧି ନୁହେଁ ତ? ସେପଟେ ସିଦ୍ଧୁଙ୍କୁ ମୁଖ୍ୟମନ୍ତ୍ରୀ କଲେ ଦେଶର ସୁରକ୍ଷା ପ୍ରତୀ ବଡ଼ ବିପତ୍ତି ଆସିପାରେ ବୋଲି କ୍ୟାପଟେନ ବୟାନ ଦେଇଛନ୍ତି । ଏହା ସହ ଯଦି ସିଦ୍ଧୁ ମୁଖ୍ୟମନ୍ତ୍ରୀ ହୁଅନ୍ତି ତାହାଲେ କ୍ୟାପଟେନ ଏହାକୁ ବିରୋଧ ପ୍ରଦର୍ଶନ କରିବେ ବୋଲି ଗଣମାଧ୍ୟମ ନିକଟରେ ସ୍ପଷ୍ଟ କରିଛନ୍ତି । ବର୍ତ୍ତମାନ ଦେଖିବାର ବିଷୟ ପଞ୍ଜାବର ନୂତନ ମୁଖ୍ୟମନ୍ତ୍ରୀ କିଏ ହେଉଛନ୍ତି ? ଏବଂ ପଞ୍ଜାବରେ ଉପୁଜିଥିବା ଦଳୀୟ କନ୍ଦଳକୁ ସମାପ୍ତ କରୁଛନ୍ତି !

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର