Masthead

ଟିକାକୁ ନେଇ ଗାଇଡ଼ଲାଇନ ଜାରି କଲା କେନ୍ଦ୍ର

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରେ): ସୋମବାର ଦେଶକୁ ସମ୍ବୋଧନ କରି ଦେଶବାସୀଙ୍କୁ ମାଗଣା ଟିକା ଯୋଗାଇବା ନେଇ ବଡ଼ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ତେବେ ଏନେଇ ଆଜି ଜାରି କରାଯାଇଛି ଗାଇଡ଼ଲାଇନ । କେଉଁ ରାଜ୍ୟକୁ ମାନଙ୍କୁ କେଉଁ ଆଧରରେ ଆଗ ଟିକା ମିଳିବ ସେ ନେଇ ମଧ୍ୟ ନୂତନ ନିର୍ଦ୍ଦେଶାବଳୀ ଜାରି କରାଯାଇଛି । ରାଜ୍ୟର ଜନସଂଖ୍ୟା, କରୋନା ସଂକ୍ରମଣର ବିସ୍ତାର ଏବଂ ଟିକାକରଣ କେତେ ହୋଇଛି ତାହାକୁ ନଜରରେ ରଖି ରାଜ୍ୟମାନଙ୍କୁ ଟିକା ଦିଆଯିବ। ଏହାଛଡ଼ା ଟିକା ଯଦି ନଷ୍ଟ ହୁଏ ତେବେ ନୂତନ ଟିକା ଯୋଗାଣରେ ବାଧକ ଉପୁଜିପାରେ ବୋଲି ମଧ୍ୟ କୁହାଯାଇଛି । କେନ୍ଦ୍ର ଦ୍ୱାରା ଜାରି ଏହି ନୂତନ ଗାିଡ଼ଲାଇନ ଜୁନ୨୧ରୁ କାର୍ଯ୍ୟକାରୀ ହେବ ।

ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶାବଳୀରେ କୁହାଯାଇଛି ଯେ, ଘରୋଇ ଡାକ୍ତରଖାନା ମାନଙ୍କରେ କରୋନା ଟିକାର ମୂଲ୍ୟ କେତେ ରହିବ ତାହା ଉତ୍ପାଦନକାରୀ କମ୍ପାନୀ ଗୁଡ଼ିକ ସ୍ଥିର କରିବେ । ଏଥିରେ କିଛି ପରିବର୍ତ୍ତନ ହେଲେ ଡାକ୍ତରଖାନାଗୁଡ଼ିକୁ ଆଗୁଆ ସୂଚନା ଦିଆଯିବ । ଏହି ଟିକାର ସ୍ଥିର ମୂଲ୍ୟ ବ୍ୟତୀତ ଘରୋଇ ଡାକ୍ତରଖାନାରୁ କରୋନା ଟିକା ପାଇଁ ମାତ୍ର ୧୫୦ ଟଙ୍କା ପର୍ୟ୍ୟନ୍ତ ସର୍ଭିସ ଚାର୍ଜ ହିଁ ନିଆଯାଇପାରିବ । ଘରୋଇ ଡାକ୍ତରଖାନାଗୁଡ଼ିକରେ ଟିକା ପାଇଁ ସଠିକ୍ ମୂଲ୍ୟ ଆଦାୟ କରାଯାଉଛି କି ନାହିଁ, ଏହାର ତଦାରଖ କରିବାର ଦାୟିତ୍ୱ ରାଜ୍ୟ ସରକାର ନେବେ ।

ସେହିପରି ୧୮ବର୍ଷରୁ ଅଧିକ ଲୋକଙ୍କ ମଧ୍ୟରେ କାହାକୁ ଟିକାକରଣରେ ପ୍ରାଥମିକତା ଦିଆଯିବ ତାହା ମଧ୍ୟ ରାଜ୍ୟ ସରକାର ବିଚାର କରିବେ । ନୂତନ ନିର୍ଦ୍ଦେଶାବଳୀ ଅନୁଯାୟୀ କେନ୍ଦ୍ର ସରକାରଙ୍କୁ ରାଜ୍ୟମାନଙ୍କୁ ଦିଆଯାଇଥିବା ଟିକା ବିଷୟରେ ସୂଚନା ଦିଆଯିବ। ଏହା ପରେ ରାଜ୍ୟମାନଙ୍କୁ ଏହି ସୂଚନା ଜିଲ୍ଲା ପ୍ରଶାସନକୁ ଦେବାକୁ ପଡ଼ିବ। କେବଳ ଏତିକି ନୁହେଁ କେଉଁ ଜିଲ୍ଲା ପାଇଁ କେତେ ଟିକା ବଣ୍ଟନ କରାଯାଇଛି ତାହାର ସବିଶେଷ ତଥ୍ୟ ମଧ୍ୟ ଦିଆଯିବ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ