ଗୁଜୁରାଟରେ ଚିରାଗ, ବିଜେପିର ବରିଷ୍ଠ ନେତାଙ୍କ ସହ କରିପାରନ୍ତି ଆଲୋଚନା

ଅହମ୍ମଦାବାଦ(ବଡ଼ ଖବର ବ୍ୟୁରୋ): ବିହାରରେ ଏଲଜେପି ଏବେ ଦୁଇ ଭାଗରେ ବିଭକ୍ତ ହୋଇ ସାରିଛି । ଚିରାଗ ପାସୱାନ ଏବଂ ପଶୁପତି କୁମାର ଉଭୟଙ୍କର ନିଜସ୍ୱ ଦାବି ବି ରହିଛି । ଏହାମଧ୍ୟରେ ଏବେ ଚିରାଗ ପାସୱାନ ଗୁଜୁରାଟ ପହଞ୍ଚିଛନ୍ତି । ଶୁଣିବାକୁ ମିଳୁଛି ସେଠାରେ ବିଜେପିର ବରିଷ୍ଠ ନେତାମାନଙ୍କ ସହ ଆଲୋଚନା ମଧ୍ୟ କରିପାରନ୍ତି । ତେବେ ଚିରାଗ କିନ୍ତୁ ଏହି କଥାକୁ ଖଣ୍ଡନ କରିଛନ୍ତି । ସେ କହିଛନ୍ତି ଯେ, ଏହା ତାଙ୍କର ବ୍ୟକ୍ତିଗତ ଟୁର ।

ତେବେ ବିମାନ ବନ୍ଦରରେ ପହଞ୍ଚିବା ମାତ୍ରେ ଚିରାଗଙ୍କୁ ପଚରା ଯାଇଥିବା ପ୍ରଶ୍ନର ସିଧାସଳଖ ଉତ୍ତର ବି ଦେଇନାହାନ୍ତି ସେ । ତେବେ ଆଗରୁ ଚିରାଗ ଏକ ବିବୃତ୍ତିରେ କହିଥିଲେ ଯଦି ବିଜେପି ତରଫରୁ ତାଙ୍କୁ ନେଇ କିଛି ଉଦ୍ୟମ ଜାରି ରହେ ତେବେ ସେ ଭବିଷ୍ୟତରେ ବିଜେପି କଥା ଚିନ୍ତା କରିପାରନ୍ତି । ଆଉ ଏହାମଧ୍ରରେ ଚିରାଗଙ୍କ ଗୁଜୁରାଟ ଗସ୍ତ ଚିରାଗଙ୍କ ଏହି କଥାକୁ ନେଇ ଆଶଙ୍କା ସୃଷ୍ଟି କରୁଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ