Before Header

କେନ୍ଦ୍ରକୁ ମିଳିଲା ବଡ଼ ଆଶ୍ୱସ୍ତି; ସେପ୍ଟେମ୍ବର ୧୩ରେ ଶୁଣାଣି ହେବ ପେଗାସସ ମାମଲା

0 15

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ସୁପ୍ରିମକୋର୍ଟ ପେଗାସସ ଗୁପ୍ତଚର ମାମଲାର ଶୁଣାଣି ଆସନ୍ତା ସୋମବାର ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି । କେନ୍ଦ୍ର ସରକାରଙ୍କ ଅନୁରୋଧକ୍ରମେ ସେପ୍ଟେମ୍ବର ୧୩ ତାରିଖରେ ପରବର୍ତ୍ତୀ ଶୁଣାଣି ପାଇଁ କୋର୍ଟ ସମୟ ଦେଇଛନ୍ତି । ତେବେ କେତେକ କାରଣରୁ ଆଫିଡେଭିଟ ଦାଖଲ କରିବାରେ ସକ୍ଷମ ହୋଇ ନାହାଁନ୍ତି ବୋଲି କେନ୍ଦ୍ର ଅଦାଲତକୁ କହିଛନ୍ତି ।

ଯାହା ପରେ କୋର୍ଟ ଏହାର ଉତ୍ତର ଦାଖଲ କରିବାକୁ ଏକ ସପ୍ତାହ ସମୟ ଦେଇଛନ୍ତି । ଅପରପକ୍ଷରେ କିଛି ଅସୁବିଧା ହେତୁ ବେଞ୍ଚ ଦ୍ୱାରା ଖୋଜାଯାଇଥିବା ଆଫିଡେଭିଟ ଦାଖଲ ହୋଇପାରିବ ନାହିଁ । ଏହା ସହ ଆସନ୍ତା ସୋମବାର ପର୍ଯ୍ୟନ୍ତ ମାମଲାର ଶୁଣାଣି ସ୍ଥଗିତ ରଖିବାକୁ କେନ୍ଦ୍ର ସରକାରଙ୍କ ପାଇଁ ହାଜା ହୋଇଥିବା ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଦାଖଲ କରିଛନ୍ତି ।

Leave A Reply

Your email address will not be published.