Masthead

ଜମିପଟା ନାଁରେ ଲୋକଙ୍କୁ ଭୂଆଁ ବୁଲାଉଛନ୍ତି ମୁଖ୍ୟମନ୍ତ୍ରୀ

ଯୋଡ଼ା (ବଡ଼ ଖବର ବ୍ୟୁରୋ): ଜମିପଟା ନାଁରେ ଲୋକଙ୍କୁ  ଭୂଆଁ ବୁଲାଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମାଟିରେ ମିଶିବ ୫୯ ଘର । ବାସହରା ହେବେ କୋଇଲା ହଟିଙ୍ଗ ଓ ପାଗଳା ହଟିଙ୍ଗର ୫୯ ଟି ପରିବାର । କିଛିଦିନ ପୂର୍ବରୁ ଜମି ଅଧିକାର ଆଇନ ବଳରେ ଆରମ୍ଭ ହେଲା ” ଜାଗା ମିଶନ ” । ଏହି ମିଶନରେ ଯୋଡ଼ା ପୌରାଞ୍ଚଳର ୧୪ ଟି ୱାଡ଼ରେ ୫୩୯ ଯୋଗ୍ୟ ହିତାଧିକାରୀଙ୍କୁ ସାମିଲ କରାଯାଇଥିଲା ।

ହେଲେ ଜମି ଅଧିକାର ଆଇନର ଯୋଗ୍ୟ ଲୋକମାନଙ୍କୁ ରେଳ ବିଭାଗ ୪୮ ଘଣ୍ଟା ଭିତରେ ଘର ଖାଲି କରିବାକୁ ନୋଟିସ ଦେଇଥିଲା । ୧୩ ତାରିଖରେ ବାଂଶପାଣି ରେଳ ଷ୍ଟେସନରେ ଆରପିଏଫ ଯବାନଙ୍କ ମାଡ଼ରେ ଜଣେ ସ୍ଥାନୀୟ ଯୁବକର ମୃତ୍ୟୁ ଘଟିଥିଲା । ଏହାର ପ୍ରତିବାଦରେ ଉତକ୍ଷିପ୍ତ ହୋଇ ସ୍ଥାନୀୟ ଲୋକେ ଆରପିଏଫ ଯବାନଙ୍କୁ ଆକ୍ରମଣ କରିବା ସହିତ ଷ୍ଟେସନରେ ଅନେକ ଭଙ୍ଗା ରୁଜା କରିଥିଲେ । ପରେ ଆକ୍ସନ ମୁଡ଼କୁ ଆସିଥିଲା ରେଳ ବିଭାଗ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନବୀନ ପଟ୍ଟନାୟକଙ୍କ ବିମାନ ଯାଞ୍ଚ 🔴 ‘ବିଶ୍ବାସଘାତକତାର ଜବାବ ଦେବାକୁ ପ୍ରସ୍ତୁତ ହେଉଛନ୍ତି ନୂଆପଡ଼ାବାସୀ’ 🔴 ବାପାଙ୍କୁ ଦେଖିବାକୁ ଆସିନଥିଲେ ଆଉ ଏବେ ଭୋଟ ପାଇଁ… 🔴 ଆଜି ମହାପ୍ରଭୁଙ୍କ ଲକ୍ଷ୍ମୀ-ନୃସିଂହ ବେଶ 🔴 ଖସିଲା ରାତି ତାପମାତ୍ରା, ବଢ଼ିବ ଶୀତ ପ୍ରକୋପ 🔴 ପଦ୍ମ ଧରିଲେ ପୂର୍ବତନ ବିଜେଡି ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ 🔴 ଶ୍ରୀମୟୀଙ୍କ ଟାଇଟନିକ୍‌ ବାଣ 🔴 ପୁଣି ଖଟିଆରେ ବୁହା ଗର୍ଭବତୀ 🔴 ଭୟଙ୍କର ଦୁର୍ଘଟଣା, ୧୭ ମୃତ୍ୟୁ 🔴 ବିଜେପିରେ ମିଶିପାରନ୍ତି ଅମର ପଟ୍ଟନାୟକ 🔴 ନବୀନ ପଟ୍ଟନାୟକଙ୍କ ବିମାନ ଯାଞ୍ଚ 🔴 ‘ବିଶ୍ବାସଘାତକତାର ଜବାବ ଦେବାକୁ ପ୍ରସ୍ତୁତ ହେଉଛନ୍ତି ନୂଆପଡ଼ାବାସୀ’ 🔴 ବାପାଙ୍କୁ ଦେଖିବାକୁ ଆସିନଥିଲେ ଆଉ ଏବେ ଭୋଟ ପାଇଁ… 🔴 ଆଜି ମହାପ୍ରଭୁଙ୍କ ଲକ୍ଷ୍ମୀ-ନୃସିଂହ ବେଶ 🔴 ଖସିଲା ରାତି ତାପମାତ୍ରା, ବଢ଼ିବ ଶୀତ ପ୍ରକୋପ 🔴 ପଦ୍ମ ଧରିଲେ ପୂର୍ବତନ ବିଜେଡି ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ 🔴 ଶ୍ରୀମୟୀଙ୍କ ଟାଇଟନିକ୍‌ ବାଣ 🔴 ପୁଣି ଖଟିଆରେ ବୁହା ଗର୍ଭବତୀ 🔴 ଭୟଙ୍କର ଦୁର୍ଘଟଣା, ୧୭ ମୃତ୍ୟୁ 🔴 ବିଜେପିରେ ମିଶିପାରନ୍ତି ଅମର ପଟ୍ଟନାୟକ