Masthead

୪୦ ଫୁଟ ଗଭୀର ବୋରେୱେଲରେ ପଡ଼ିଲା ଶିଶୁ, ରେସ୍କ୍ୟୁ ଅପରେସନ ଜାରି

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ) : ପୁଣି ବୋରୱେଲରେ ପଡ଼ିଲା ଶିଶୁ । ଦିଲ୍ଲୀ କେଶବପୁର ମଣ୍ଡି ନିକଟ ଦିଲ୍ଲୀ ଜଳବୋର୍ଡ଼ ପ୍ଲାଣ୍ଟରେ ଅଘଟଣ । ୪୦ ଫୁଟ ଗଭୀର ବୋରେୱେଲରେ ଫସିଛି ଶିଶୁ । ଏହି ବୋରୱେଲର ଚଉଡ଼ା ମାତ୍ର ଦେଢ଼ ଫୁଟ । ଉଦ୍ଧାର କାର୍ଯ୍ୟରେ ଅଗ୍ନିଶମ, ଏନଡିଆରଏଫ୍ ଟିମ୍ ନିୟୋଜିତ ଅଛନ୍ତି । ପିଲାଟି ପଡ଼ିଥିବା ବୋରୱେଲ ପାଖରେ ସମାନ୍ତରାଳ ଭାବେ ଆଉ ଏକ ଗାତ ଖୋଳି ଉଦ୍ଧାର କାର୍ୟ୍ୟକୁ ତ୍ୱରାନ୍ବିତ କରାଯିବ ବୋଲି ଏନଡିଆରଏଫ୍ ଅଧିକାରୀ କହିଛନ୍ତି ।

ଶିଶୁକୁ ଠାବ କରିବା ପାଇଁ ଭିକଟିମ ଲୋକେସନ୍ କ୍ୟାମେରା ମଗା ଯାଇଛି । ଶିଶୁର ପରିଚୟ ବର୍ତ୍ତମାନ ସୁଦ୍ଧା ମିଳିପାରିନଥିବା ବେଳେ ବୟସ ମଧ୍ୟ ଜଣାପଡିନାହିଁ । ଏହି ଗଭୀର ବୋରୱେଲ୍ କେଶବପୁର ଜଳ ଯୋଗାଣ ବୋର୍ଡ ପ୍ଳାଣ୍ଟ ଭିତରେ ରହିଛି ।

ଶିଶୁକୁ ବୋରୱେଲ ଉଦ୍ଧାର ପାଇଁ ଲଗାତାର ରେସକ୍ୟୁ ଜାରି ରହିଛି । ଏନଡିଆରଏଫର କହିବା ଅନୁଯାୟୀ, ଶିଶୁକୁ ଉଦ୍ଧାର ପାଇଁ ଗଭୀର ନଳକୂପର ଠିକ୍ ପାର୍ଶ୍ଵରେ ଆଉ ନଳକୂପ ସମାନ୍ତରଳ ଭାବେ ଖୋଲିବାକୁ ପଡ଼ିବ । ଏନେଇ ପ୍ରସ୍ତୁତି ମଧ୍ୟ ଜୋରଜଦାର ଜାରି ରହିଛି । ୫ ଟି ଅଗ୍ନିଶମ ଗାଡି ଘଟଣାସ୍ଥଳରେ ନିୟୋଜିତ ଅଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା