Masthead

ପୂର୍ଣ୍ଣ ଦର୍ଶକରେ ଖୋଲିଲା ସିନେମା ହଲ୍

ବଡ଼ ଖବର: ଆଜିଠୁ ପୂର୍ଣ୍ଣ ଦର୍ଶକରେ ଖୋଲିଛି ସିନେମା ହଲ୍ । ଫେବୃଆରୀ ୧ ଅର୍ଥାତ୍ ଆଜି ଠାରୁ ସାରା ଦେଶରେ ସିନେମା ହଲ୍ ଗୁଡ଼ିକ ଶତ ପ୍ରତିଶତ ଦର୍ଶକଙ୍କୁ ନେଇ ଖୋଲିଛି । ଏଥିପାଇଁ କେନ୍ଦ୍ର ସରକାର ଅନୁମତି ଦେଇଛନ୍ତି । ଏଥିପାଇଁ କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରାଳୟ ପକ୍ଷରୁ ଏସଓପି ଜାରି କରାଯାଇଛି । କେନ୍ଦ୍ର ସରକାରଙ୍କ ଏହି ପଦକ୍ଷେପକୁ ଚଳଚିତ୍ର ଶିଳ୍ପ ପକ୍ଷରୁ ସ୍ୱାଗତ କରାଯାଇଛି । ଗତବର୍ଷ ଅକ୍ଟୋବରରେ ସିନେମା ହଲ୍ ଗୁଡ଼ିକ ୫୦ପ୍ରତିଶତ ଦର୍ଶକଙ୍କୁ ନେଇ ଖୋଲିବା ପାଇଁ ଅନୁମତି ମିଳିଥିଲା । ଏବେ ପୂର୍ଣ୍ଣ ଦର୍ଶକଙ୍କୁ ନେଇ ଖୋଲିବାକୁ ଅନୁମତି ମିଳିଛି ।

ଜାରି କରାଯାଇଥିବା ଏସଓପି ଅନୁଯାୟୀ, ସିନେମା ହଲ ବାହାରେ ଓ ଜନଗହଳି ରହୁଥିବା ସ୍ଥାନରେ ସମାଜିକ ଦୂରତା ପାଳନ କରାଯିବ । ପ୍ରତି ଲୋକଙ୍କ ମଧ୍ୟରେ ୬ ଫୁଟ ଦୂରତା ରହିବ । ସିନେମା ହଲ ମଧ୍ୟରେ ମାସ୍କକୁ ବାଧ୍ୟତାମୂଳକ କରାଯିବ । ହଲ୍ ଭିତରେ ପ୍ରବେଶ କରିବା ପୂର୍ବରୁ ସାନିଟାଇଜ ବ୍ୟବସ୍ଥା ରହିଛି । ଟିକେଟ କାଉଣ୍ଟରରେ ଗହଳି କମାଇବା ପାଇଁ ଅଧିକ ସଂଖ୍ୟାରେ ଟିକେଟ କାଉଣ୍ଟର ଖୋଲାଯିବ । ସେପଟେ ଅନ୍ଲାଇନ ଟିକେଟ ବୁକିଂ ଉପରେ ଅଧିକ ଗୁରୁତ୍ୱ ଦିଆଯିବ । ପ୍ରତ୍ୟେକ ଶୋ’ ପରେ ଅଡିଟୋରିୟମକୁ ମଧ୍ୟ ସାନିଟାଇଜ କରାଯିବା ବାଧ୍ୟତାମୂଳକ ବୋଲି ଏସଓପିରେ କୁହାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ