Masthead

ବେଳାଭୂମିରୁ ଦମ୍ପତିଙ୍କ ମୃତଦେହ ଉଦ୍ଧାର

ଗଞ୍ଜାମ (ବଡ଼ ଖବର ବ୍ୟୁରୋ): ଦମ୍ପତି ନିଖୋଜ, ବେଳାଭୂମିରୁ ମିଳିଲା ଉଭୟଙ୍କ ଶବ । ୨ ଦିନ ପରେ ସନ୍ଧାନ ପାଇଲେ ପରିବାରବର୍ଗ । ଗୋପାଳପୁର ଓ ଉପୁଳାପୁଟି ବେଳାଭୂମିରୁ ଉଦ୍ଧାର ମହିଳା ଓ ପୁରୁଷଙ୍କ ଶବ ଚିହ୍ନଟ ହୋଇଛି। ସେ ଦୁହେଁ ହେଲେ ବ୍ରହ୍ମପୁର ଗୋଇଲୁଣ୍ଡି ବଡ଼ ସାହି ଅଞ୍ଚଳର ଦମୟନ୍ତୀ ଆଚାରି ଓ ତାଙ୍କ ସ୍ୱାମୀ ଚିରଞ୍ଜିବି। ୧୨ତାରିଖରେ ଉଭୟେ କୌଣସି କାମରେ ବଡ଼ବଜାର ଅଞ୍ଚଳରେ ଥିବା ଭାଇ ଘରକୁ ଯାଇଥିଲେ। ସେଠାରୁ ୨ଟା ୩୦ରେ ଫେରି କେଉଁଆଡେ ଚାଲିଯାଇଥିଲେ।

ଗୋପାଳପୁର ପୋଲିସ ୧୨ତାରିଖ ସନ୍ଧ୍ୟାରେ ବୃଦ୍ଧାଙ୍କ ଓ ସେହି ଦିନ ଗୋପାଳପୁର ବେଳାଭୂମି ଠାରୁ ୮ କିମି ଦୂର ଉପୁଳାପୁଟି ଗ୍ରାମ ବେଳାଭୂମିରୁ ଜଣେ ବୃଦ୍ଧଙ୍କ ଶବ ପାଇଥିଲା। ଅଜଣା ଶବ ଦୁଇଟିକୁ ପୋଲିସ ବ୍ୟବଚ୍ଛେଦ କରି ଏଫଏମଟିରେ ରଖିଥିଲା। ପରେ ୧୪ ତାରିଖ ସନ୍ଧ୍ୟାରେ ଦମୟନ୍ତୀଙ୍କ ଫୋଟ ସୋସିଆଲ ମିଡ଼ିଆରେ ଭାଇରଲ ହେବାପରେ ତାଙ୍କ ପୁଅ ପରିଚୟ ଜାଣି ଗୋପାଳପୁର ପୋଲିସ ସହ ଯୋଗାଯୋଗ କରିଥିଲେ।

ଏହା ପରେ ଚମାଖଣ୍ଡି ପୋଲିସ ପକ୍ଷରୁ ଜାରି ହୋଇଥିବା ବୃଦ୍ଧଙ୍କ ଫୋଟୋରୁ ଶବକୁ ଚିହ୍ନଟ କରିଥିଲେ ପରିବାର ଵର୍ଗ। ତେବେ ଦମ୍ପତିଙ୍କ ମୃତ୍ୟୁର କାରଣ ଏଯାଏଁ ସ୍ପଷ୍ଟ ହୋଇପାରିନାହିଁ। ତେବେ ବଡ଼ବଜାର ଅଂଚଳରୁ ଉଭୟେ କିଭଳି ଗୋପାଳପୁର ଆସିଲେ ଓ ଏହି ଅଘଟଣ କିଭଳି ଘଟିଛି ଅବା ତାଙ୍କୁ ହତ୍ୟା କରି ଫୋଫାଡ଼ି ଦେଇଛନ୍ତି ତାହା ଏବେ ପୋଲିସ ତଦନ୍ତ କରୁଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା