ଜନସଂଖ୍ୟା ନୀତି ଉପରେ ବିଚାର କରାଯାଉ: ମୋହନ ଭାଗବତ

ନାଗପୁର(ବଡ଼ ଖବର ବ୍ୟୁରୋ):   ଆଜି ହେଉଛି ବିଜୟା ଦଶମୀ ତଥା ଆରଏସଏସ ର ପ୍ରତିଷ୍ଠା ଦିବସ । ତେବେ ଏହି ଅବସରରେ ଆରଏସଏସର ମୁଖ୍ୟ ମୋହନ ଭାଗବତ ପାକିସ୍ତାନ ଓ ଚାଇନାକୁ ଟାର୍ଗେଟ କରିଛନ୍ତି । ନାଗପୁର ସ୍ଥିତ ଆରଏସଏସର ମୁଖ୍ୟାଳୟରେ ଉଦବୋଧନ ଦେବା ବେଳେ ତାଲିବାନ ସମ୍ଭବତଃ ବଦଳି ଯାଇପାରେ ବୋଲି ସେ କହିଛନ୍ତି । ତଥାପି ଭାରତ ତାଲିବାନ ପ୍ରତି ସତର୍କ ରହିବା ଆବଶ୍ୟକ ରହିଛି ବୋଲି ସେ କହିଛନ୍ତି । ଏହା ସହ ସୀମାରେ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡାକଡି କରିବା ପାଇଁ ଉଚିତ ବୋଲି ମୋହନ ଭାଗବତ କହିଛନ୍ତି ।

ସେ ଆହୁରି କହିଛନ୍ତି, କିଛି ଲୋକ କହୁଛନ୍ତି ତାଲିବାନ ଏବେ ବଦଳି ଯାଇଛି । ଆଉ କିଛି କିଛି ଲୋକ କହୁଛନ୍ତି ତାଲିବାନ ମାନସିକତା ବଦଳିନି । ତେବେ ତାଲିବାନର ଇତିହାସ ସମ୍ପର୍କରେ କେହି ଜାଣିନାହାଁନ୍ତି । ଏ ନେଇ ଭାରତକୁ କଡା ସତର୍କତା ଅବଲମ୍ବନ କରିବାକୁ ହେବ । ଦେଖିବାକୁ ଗଲେ ସମ୍ଭବତଃ ତାଲିବାନ ବଦଳି ଯାଇପାରେ କିନ୍ତୁ ଚାଇନା ଓ ପାକିସ୍ତାନ କେବେ ବଦଳିବେ ନାହିଁ ।

ସୂଚନା ଅନୁସାରେ ଆଜି ବି ପାକିସ୍ତାନ ଓ ଚାଇନା ତାଲିବାନ ସପକ୍ଷରେ । ଅନେକ ସମୟରେ ସେମାନେ ତାଲିବାନର ଓକିଲାତି କରୁଥିବା ଦେଖିବାକୁ ମିଳିଛି । ତେଣୁ ଆମକୁ ସୀମାର ସୁରକ୍ଷା ପ୍ରତି ଅଧିକ କଡାକଡି ପଦକ୍ଷେପ ନେବାକୁ ପଡିବ । ଏହି ଅବସରରେ ସେ ଓଟିଟି ଓ ଜନସଂଖ୍ୟା ନୀତି ଉପରେ ମଧ୍ୟ ଆଲୋଚନା କରିଛନ୍ତି । ସେ କହିଛନ୍ତି, ମହାମାରୀ ବ୍ୟାପିବା ପରେ ଛୋଟ ପିଲାମାନେ ବି ମୋବାଇଲ ଧରିବା ଆରମ୍ଭ କରିଦେଲେଣି । ପିଲାମାନେ ଏହି ମୋବାଇଲ ଧରି କଣ ଦେଖୁଛନ୍ତି । କଣ ଶିଖୁଛନ୍ତି ଏଥିରେ କାହାର କିଛି ନିୟନ୍ତ୍ରଣ ନାହିଁ । ଆଗକୁ ପିଲାମାନଙ୍କ ଭବିଷ୍ୟତ କଣ ହେବା ତାହା ଏବେଠୁ ସ୍ପଷ୍ଟ ହୋଇଯାଉଛି । ପିଲାମାନଙ୍କ ଉପରେ ଏ କ୍ଷେତ୍ରରେ ନିୟନ୍ତ୍ରଣ ରଖିବା ଆବଶ୍ୟକ ।

ସେ କହିଛନ୍ତି ସରକାରଙ୍କୁ ସବୁ କଥାରେ ଆପକ୍ଷା କରାଯାଇପାରିବ ନାହିଁ । ତେଣୁ ନିଜେ ନିଜ ମାନସିକତାରେ ପରିବର୍ତ୍ତନ ଆଣିବା ଆବଶ୍ୟକ । ଜନସଂଖ୍ୟା ନୀତି ଉପରେ ସେ ବିଚାର କରି କହିଛନ୍ତି ଯେ, ଆମକୁ ଆସନ୍ତା ୫୦ ବର୍ଷ ପାଇଁ ଜନସଂଖ୍ୟା ନୀତି ପ୍ରସ୍ତୁତ କରିବାକୁ ହେବ । ଜନସଂଖ୍ୟା ନୀତି ଉପରେ ପୁଣି ବିଚାର କରିବାର ସମୟ ଆସିଛି ବୋଲି ମୋହନ ଭାଗବତ କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!