Masthead

ବଲାଙ୍ଗିରରୁ ଆସିଲା କଙ୍ଗାରୁ କୋର୍ଟ ମାମଲା, ସମିତି ସଭ୍ୟଙ୍କ ପରିବାର ଗାଁରୁ ବାସନ୍ଦ

ବଲାଙ୍ଗିର(ବଡ଼ ଖବର ବ୍ୟୁରୋ): ସମିତି ସଭ୍ୟ ପରିବାର ଗାଁରୁ ବାସନ୍ଦ । ବଲାଙ୍ଗିରରେ ପୁଣି ଏକ କଙ୍ଗାରୁ କୋର୍ଟ । ଏଭଳି ଅଭିଯୋଗ ଆସିଛି ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଲରମ୍ଭା ଥାନା ବାଘମୁଣ୍ଡ ଗାଁରୁ । ବାଘମୁଣ୍ଡର ମହିଳା ସମିତି ସଭ୍ୟଙ୍କ ସମେତ ତାଙ୍କ ପରିବାରକୁ ଗାଁରେ ନିଆଁ ପାଣି ବାସନ୍ଦ କରାଯାଇଛି । ଘଟଣା ସଂପର୍କରେ ପ୍ରଥମେ ଲରମ୍ଭା ଥାନା ଓ ପରେ ପାଟଣାଗଡ ଏସଡିପିଓଙ୍କ ନିକଟରେ ଅଭିଯୋଗ ପରେ ନିର୍ୟାତିତ ପରିବାର ବଲାଙ୍ଗିର ଏସପିଙ୍କ ଦ୍ବାରସ୍ଥ ହୋଇଛନ୍ତି । ୨୦୧୭ ଫେବୃଆରୀରେ ହୋଇଥିବା ପଞ୍ଚାୟତ ନିର୍ବାଚନରେ ବାଘମୁଣ୍ଡ ଗ୍ରାମପଞ୍ଚାୟତରୁ ସମିତି ସଭ୍ୟା ଭାବେ ବାଘମୁଣ୍ଡ ଗାଁର ବୈଦେହୀ ସେଠ୍ ନିର୍ବାଚିତ ହୋଇଥିଲେ ।

ନିର୍ବାଚିତ ହେବାପରେ ଗାଁର ପ୍ରକାଶ ମେହେର ଓ ବିକାଶ ମେହେର ପ୍ରଲୋଭନ ଦେଖାଇ ବୈଦେହୀ ଓ ତାଙ୍କ ସ୍ବାମୀ ଲିଙ୍ଗରାଜ ସେଠଙ୍କୁ ରାୟପୁର ନେଇ ୧୫ ଦିନ ଅଜଣାସ୍ଥାନରେ ରଖିଥିଲେ । କିଛିଦିନ ତଳେ ସମିତି ସଭ୍ୟା ବୈଦେହୀ ଓ ତାଙ୍କ ସ୍ୱାମୀ ଲିଙ୍ଗରାଜ ଟଙ୍କା ମାଗିବାରୁ ବିକାଶ ମେହେର ଏବଂ ପ୍ରକାଶଙ୍କ ମେହେର ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରି ବନ୍ଧୁକ, ଠେଙ୍ଗା ଓ ଲୁହାରଡ୍ ଆଦି ଦେଖାଇ ଭୟଭୀତ କରିଥିଲେ । ଘଟଣା ସଂପର୍କରେ ଗତ ୧ ତାରିଖ ଦିନ ବୈଦେହୀ ସେଠ ଲରମ୍ଭା ଥାନାରେ ଅଭିଯୋଗ କରିଥିଲେ । ଏପରିକି କାର୍ୟ୍ୟାନୁଷ୍ଠାନ ଦାବୀରେ ଗତ ୧୨ ତାରିଖ ପିଡିତ ପରିବାର ପାଟଣାଗଡ ଏସଡିପିଓ ଙ୍କ ଦ୍ବାରସ୍ଥ ହୋଇଥିଲେ । ଏ ଘଟଣାକୁ ନେଇ ୧୪ ତାରିଖରେ ଗାଁରେ ବସିଲା କଙ୍ଗାରୁ କୋର୍ଟ । ବୈଦେହୀଙ୍କ ପରିବାରକୁ ମଧ୍ୟ ଗାଁ ଲୋକେ ଡାକିଥିଲେ । ଭୟରେ ସେମାନେ ନଯିବାରୁ ନିଆଁପାଣି ବାସନ୍ଦ କରାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ