Masthead

କଟକଣା ଭୁଲି ଗଙ୍ଗାରେ ବୁଡ଼ ପକାଇଲେ ଶହ ଶହ ଲୋକ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଦେଶରେ କମୁଛି କରୋନା ସଂକ୍ରମଣ। ଯେଉଁକାରଣରୁ ଏବେ କିଛି ରାଜ୍ୟ ଲକଡାଉନ କଟକଣାକୁ କୋହଳ ମଧ୍ୟ କରୁଛନ୍ତି। ଏସବୁ ମଧ୍ୟରେ କରୋନା ମହାମାରୀ ପାଇଁ ଉତ୍ତରାଖଣ୍ଡ ପ୍ରଶାସନ ଗଙ୍ଗା ସ୍ନାନ ଉପରେ ରୋକ ଲଗାଇଥିଲେ। ହେଲେ କୋଭିଡ କଟକଣାକୁ ଫୁ କରି ରବିବାର ଦିନ ଗଙ୍ଗା ଦଶହରା ଅବସରରେ ଉତ୍ତରାଖଣ୍ଡ ହରିଦ୍ବାରର ଗଙ୍ଗା କୂଳରେ ଶହ ଶହ ଶ୍ରଦ୍ଧାଳୁ ଏକାଠି ବୁଡ଼ ପକାଇଥିବାର ଦେଖିବାକୁ ମିଳିଛି। କେବଳ ଉତ୍ତରାଖଣ୍ଡରେ ନୁହେଁ ଉତ୍ତର ପ୍ରଦେଶର ଫାରୁଖବାଦ୍‌ ସହରରେ ମଧ୍ୟ ଦେଖିବାକୁ ମିଳିଛି ସମାନ ଦୃଶ୍ୟ । ଲୋକେ କଟକଣାକୁ ଫୁ କରି ବୁଡ଼ ପକାଉଥିବାର ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଲୋକେ ବିନା ମାସ୍କରେ ସାମାଜିକ ଦୂରତାକୁ ନମାନି ବୁଡ଼ ପକାଉଥିବାର ଦେଖିବାକୁ ମିଳିଛି।

ଏହାପୂର୍ବରୁ ଶନିବାର ପ୍ରଶାସନ କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ଗଙ୍ଗା ଦଶହରା ଏବଂ ନିର୍ଜଳା ଏକାଦଶୀ ଅବସରରେ ଅନୁଷ୍ଠିତ ହେବାକୁ ଥିବା ଗଙ୍ଗା ସ୍ନାନକୁ ରଦ୍ଦ କରିଥିଲେ। ଏପରିକି ବରିଷ୍ଠ ପୁଲିସ ଅଫଇସର ଡି ସେଣ୍ଟିଲ୍ ଅବୁଦାଇ କୃଷ୍ଣରାଜ ଏସ୍ କହିଥିଲେ ଯେ ଜୁନ୍ ୨୦ ଏବଂ ୨୧ରେ ବାହାର ରାଜ୍ୟରୁ ଭକ୍ତମାନେ ହରିଦ୍ୱାରକୁ ଆସିବା ଉଚିତ୍ ନୁହେଁ । କରୋନା ସଂକ୍ରମଣ ବଢିବାର ଆଶଙ୍କା ରହିଥିବାରୁ ଲୋକମାନେ ଘରେ ରହିବା ଉଚିତ୍ । ହେଲେ ରବିବାର ଦିନ ଶହ ଶହ ଲୋକେ ବୁଡ଼ ପକାଉଥିବାର ଦେଖିବାକୁ ମିଳିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି