Masthead

ବନ୍ଧା ପଡ଼ିଛନ୍ତି ଦାଦନ ଶ୍ରମିକ

ନୂଆପଡ଼ା(ବଡ଼ ଖବର ବ୍ୟୁରୋ): ଦାନା ପାଇଁ ଦାଦନ ଯାଇଥିଲେ। ଭାବିଥିଲେ ଦି ପଇସା ରୋଜଗାର କରି ଭିଟା ମାଟିକୁ ଫେରି ଆସିବେ । ପେଟ ପାଇଁ ଭିଟା ମାଟି ଛାଡି ଇଟା ଭାଟି କୁ ଯାଇଥିବା ନୂଆପଡା ସରେଇପାଲି ର ୬ ଜଣ ଦାଦନ ଶ୍ରମିକ ଏବେ ତେଲେଙ୍ଗାନା ରେ ବନ୍ଧକ ଭାବେ ଅଛନ୍ତି। ଫେରିବା ବାଟକୁ ଚାହିଁ ରହିଛନ୍ତି ପରିବାର ଲୋକେ। ଗତ ଡିସେମ୍ବର ମାସରେ ଜଣେ ସ୍ଥାନୀୟ ଦାଦନ ସର୍ଦ୍ଦାର ବୋଇରଭାଡି ପଞ୍ଚାୟତ ସରେଇପାଲି ଗାଁର ଘନରାମ୍ ବରିହାଙ୍କ ସହିତ ମୋଟ ୬ ଜଣଙ୍କୁ ତେଲେଙ୍ଗାନାର ପଇଦାପଲ୍ଲି ଜିଲ୍ଲାର କରିମନଗରର ଏକ ଇଟାଭାଟିକୁ କାମ କରାଇବାକୁ ନେଇଥିଲେ ।

କାମ କରାଇବା ସହ ତାଙ୍କୁ ମାଡ଼ ମାରୁଥିବା ଅଭିଯୋଗ କରି ୬ ଜଣ ଫେରି ଆସିବାକୁ ଚାହିଁବାରୁ ଅଗ୍ରୀମ ଟଙ୍କା ଦେଲେ ହିଁ ଛାଡିବ କହିଥିଲା ଭାଟି ମାଲିକ। ଏପଟେ ପରିବାର ଲୋକେ ଜମି ବନ୍ଧକ ପକାଇ ସ୍ଥାନୀୟ ସର୍ଦ୍ଦାରକୁ ଅଗ୍ରୀମ ଟଙ୍କା ଫେରସ୍ତ କଲା ପରେ ବି ତାଙ୍କୁ ଭାଟି ମାଲିକ ଛାଡୁ ନ ଥିବା ବେଳେ ମୋବାଇଲ ବି ଛଡେଇ ନେଇଥିବାରୁ ଆଉ ତାଙ୍କସହିତ ଯୋଗାଯୋଗ ବି ହେଇ ପାରୁ ନାହିଁ। ଘୋର ଚିନ୍ତାରେ ଅଛନ୍ତି ପରିବାର ଲୋକେ। ଦାଦନ ମାନଙ୍କୁ ତେଲେଙ୍ଗାନାରୁ ମୁକୁଳେଇବା ପାଇଁ ପ୍ରଶାସନ ଏସପି, ଜିଲ୍ଲା ଶ୍ରମ ଅଧିକାରୀ ,ସ୍ଥାନୀୟ ଆଇଆଇସି ଙ୍କୁ ବି ଲିଖିତ ଜଣାଇ ଦିଆଯାଇଛି।। ପରିବାର ଲୋକଙ୍କ ଏ ଦୁଃଖ ସମୟରେ ତାଙ୍କ ସହ ଠିଆ ହୋଇଛନ୍ତି ଗାଁ ବାସିନ୍ଦା। ଶୀଘ୍ର ତାଙ୍କ ଗାଁ ଭାଇ ମାନଙ୍କୁ ମୁକୁଲାଇ ଭାଟି ମାଲିକ ଓ ଦାଦନ ସର୍ଦ୍ଦାର ବିରୁଦ୍ଧରେ କାର୍ୟ୍ୟାନୁଷ୍ଠାନ ଦାବି କରିଛନ୍ତି । ଜିଲ୍ଲା ଶ୍ରମ ଅଧିକାରୀ କିନ୍ତୁ ଏହାକୁ ଗୁରୁତ୍ୱର ସହ ନେଇ ବନ୍ଧକ ଥିବା ଶ୍ରମିକ ମାନଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ୟମ ଆରମ୍ଭ କରିଥିବା କହିଛନ୍ତି। ଉଦ୍ଧାର ହେଲା ପରେ ଦାଦନ ମାନଙ୍କୁ ପଚରା ଉଚୁରା କରି ଦୋଷୀ ଉପରେ କାର୍ୟ୍ୟାନୁଷ୍ଠାନର ପ୍ରତିଶ୍ରୁତି ଦେଇଛନ୍ତି ଜିଲ୍ଲା ଶ୍ରମ ଅଧିକାରୀ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା