ନୂଆପଡ଼ା (ବଡ଼ ଖବର ବ୍ୟୁରୋ): ୧୩ ବର୍ଷୀୟ ଝିଅକୁ ତଣ୍ଟି ଚିପି ମାରିଦେଲା ପିଶାଚ ବାପା । ଏଭଳି ଅଭାବନୀୟ ଘଟଣା ଘଟିଛି ଧରମବନ୍ଧା ଥାନା କେନ୍ଦୁବାହାରା ଗାଁରେ । ବାପା, ମାଆ ଝଗଡ଼ା ତୁଟାଇବାକୁ ଯାଇ ଝିଅର ଜୀବନ ଗଲା । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ବାପାକୁ ଅଟକ ରଖିଛି । ଅଧିକ ତଦନ୍ତ ପାଇଁ ପୋଲିସର ପଚରାଉଚରା ଚଳାଇଛି ।