Masthead

ବର୍ଷେ ହେଲା ପଡ଼ିରହିଛି ମୃତ ଦେହ

(ବଡ଼ ଖବର ବ୍ୟୁରୋ): ବର୍ଷେ ହେଲା ପଡ଼ି ରହିଛି କୋଭିଡରେ ପ୍ରାଣ ହରାଇଥିବା ବ୍ୟକ୍ତଙ୍କ ମୃତ ଦେହ । ଏପରି ଅଭାବନୀୟ ଘଟଣା ଘଟିଛି ବିଶ୍ୱର ସବୁଠାରୁ ଶକ୍ତିଶାଳୀ ରାଷ୍ଟ୍ର ଆମେରିକାରେ । କରୋନାର ପ୍ରଥମ ଲହରରେ ବହୁମାତ୍ରାରେ ପ୍ରଭାବିତ ହୋଇଥିଲା । ପ୍ରାଣ ହରାଇଥିଲେ ହଜାର ହଜାର ରୋଗୀ । ଆଉ ରୋଗୀଙ୍କ ମୃତ ଦେହକୁ ରଖିବା ପାଇଁ ହସ୍ପିଟାଲ ପରିସରରେ ଯାଗା ମଧ୍ୟ ମିଳୁନଥିଲା । ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ଶବକୁ ଦୀର୍ଘଦିନ ପାଇଁ ସାଇତି ରଖିବାକୁ ଅସ୍ଥାୟୀ ବ୍ୟବସ୍ଥା କରିଥିଲା ।

ରେଫ୍ରିଜରେଟର ସୁବିଧା ଥିବା ଟ୍ରକରେ ଶବ ଗୁଡ଼ିକୁ ରଖାଯାଇଥିଲା । ତେବେ ଏହା ମଧ୍ୟରେ ବର୍ଷେ ବିତିଯାଇଥିଲେ ମଧ୍ୟ ଶବଗୁଡ଼ିକ ପଡ଼ିରହିଛି । ପାଖାପାଖି ୭୫୦ ଶବ ଏପର୍ଯ୍ୟନ୍ତ ପଡ଼ି ରହିଛି । ଏନେଇ ନ୍ୟୁୟର୍କ ନଗର ପରିଷଦ ସ୍ୱାସ୍ଥ୍ୟ କମିଟି ସୂଚନା ଦେଇଛି । ତେବେ ମୃତ ଦେହ ଗୁ୍ଡ଼ିକୁ ଆମେରିକାର ହାର୍ଟ ଦ୍ୱିପରେ କବର ଦେବାକୁ ପ୍ରଶାସନ ଯୋଜନା କରିଛି । ମୃତ କୋଭିଡ଼ ରୋଗୀଙ୍କ ପରିବାର ସହ ଯୋଗାଯୋଗ କରାଯାଉଛି । ଅନୁମତି ମିଳିଲେ ସବୁ ମୃତ ଦେହକୁ କବର ଦିଆଯିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ