Masthead

ମାନବିକତା ଆଗରେ ଫିକା ପଡିଲା ରକ୍ତ ସମ୍ପର୍କ

ରାଇଘର (ବଡ଼ ଖବର ବ୍ୟୁରୋ):  ମୃତ ମହିଳାଙ୍କ ଶବକୁ ମିଳିଲାନି ସମ୍ପର୍କୀୟଙ୍କ କାନ୍ଧ । ମାନବିକତା ଆଗରେ ଫିକା ପଡିଗଲା ରକ୍ତ ସମ୍ପର୍କ। ମୃତ୍ୟପରେ ବି ପିଛା ଛାଡ଼ିଲାନାହିଁ ଜାତିପ୍ରଥା। ଏହିଭଳି ଏକ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ପରଜାବାରଙ୍ଗପଦର ପଞ୍ଚାୟତର ଖାତିଗୁଡା ଅଞ୍ଚଳରେ। ଘଟଣା ଅନୁସାରେ ଖାତିଗୁଡାଗାଁରେ ରହୁଥିବା ଲକ୍ଷ୍ମୀ ପାତ୍ରଙ୍କ ଝିଅ ପାଇକ ଜାତିର ହୋଇଥିବାବେଳେ ଯମୁନା ପାତ୍ର ପାଞ୍ଚବର୍ଷ ତଳେ ପିତାମ୍ବର ହରିଜନ ନାମକ ହରିଜନ ଜାତିର ପୁଅକୁ ଭଲପାଇ ବାହା ହୋଇଥିଲା ।

ମାଆ ଲକ୍ଷ୍ମୀଙ୍କର ଦେହ ଅସୁସ୍ଥ ହେବାରୁ ଗତ ୧ ବର୍ଷ ଧରି ଝିଅ ଯମୁନା ମାଆ ପାଖରେ ରହି ମା’ର ସେବା କରି ଆସୁଥିଲା । ଯମୁନାଙ୍କ ସ୍ୱାମୀ ପିତାମ୍ବର ମଧ୍ୟ ଶାଶୁଘରଜୁ ଯିବା ଆସିବା କରୁଥିଲା । ଏବେ ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ଲକ୍ଷ୍ମୀର ମୃତ୍ୟୁ ହୋଇଯାଇଥିଲା । ଆମ୍ବୁଲାନ୍ସ ଯୋଗେ ଖାତିଗୁଡା ସ୍ଥିତ ଘରକୁ ଶବ ଆଣିବା ପରେ ଅଜାତିରେ ବାହା ହୋଇଥିବାରୁ ଲକ୍ଷ୍ମୀଙ୍କ ଶବକୁ ଛୁଇଁଲେନି ସମ୍ପର୍କୀୟ । କାଳେ ବିରୋଧ କରିବେ ବୋଲି ଯମୁନା କେଉଁଆଡ଼େ ଚାଲିଯାଇଥିଲା।

ଲକ୍ଷ୍ମୀଙ୍କ ଶବ ନିକଟରେ କେବଳ ତାଙ୍କ ନାବାଳକ ପୁଅ ବସି ରଶିଥିଲା ସିନା କୌଣସି ଜାତିର ଲୋକ କେହି ନଥିଲେ। ହରିଜନ ଜାତିରେ ବାହା ହୋଇଥିବାରୁ ଝିଅକୁ ଘରେ ଆଣି ରଖିବା ଓ ତା ରନ୍ଧା ଖାଦ୍ୟ ଖାଉଥିଲା ବୋଲି ଲକ୍ଷ୍ମୀଙ୍କ ସମ୍ପର୍କୀୟମାନେ ଶବକୁ ଛୁଇଁବାକୁ ମନା କରିଦେଇଥିଲେ। ୧୧ ଘଣ୍ଟା କାଳ ଏହିଭଳି କାନ୍ଧ ଅପେକ୍ଷାରେ ପଡି ରହିବାପରେ ଶେଷରେ ସ୍ଥାନୀୟ ପରଜାବାରଙ୍ଗପଦର ସରପଞ୍ଚଙ୍କ ସ୍ୱାମୀ ସଦା ଯାନୀ ସମ୍ପର୍କୀୟଙ୍କୁ ଅନେକ ବୁଝାଇବା ପରେ ସମ୍ପର୍କୀୟ ମାନେ ଶବ ଛୁଇଁବାକୁ ମନା କରିଦେଇଥିଲେ । ଏହାପରେ ସଦା କିଛି ସମାଜସେବୀ ଯୁବକମାନଙ୍କ ସହାୟତାରେ ଲକ୍ଷ୍ମୀଙ୍କଶବକୁ କାନ୍ଧେଇ ଇନ୍ଦ୍ରାବତୀ ଶ୍ମଶାନକୁ ନେଇ ହିନ୍ଦୁ ରୀତିନୀତିରେ ଶବ ସତ୍କାର କରିଥିଲେ। ସେମାନଙ୍କ ଏଭଳି କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା ମିଳିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ଅଭିଯୋଗ ପ୍ରକୋଷ୍ଠରେ ୯୧% ଅଭିଯୋଗ ସମାଧାନ ହୋଇଛି’ 🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 ‘ଅଭିଯୋଗ ପ୍ରକୋଷ୍ଠରେ ୯୧% ଅଭିଯୋଗ ସମାଧାନ ହୋଇଛି’ 🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା