Masthead

ଦଣ୍ଡମୁକ୍ତ ଅଞ୍ଚଳରେ ନାବାଳିକା ଛାତ୍ରୀଙ୍କୁ ଦଣ୍ଡ

ବାଲେଶ୍ୱର(ବଡ ଖବର ବ୍ୟୁରୋ): ପ୍ରଧାନ ଶିକ୍ଷକଙ୍କ ମାଡରେ ଗୁରୁତର ହୋଇଛନ୍ତି ଛାତ୍ରୀ । ବାଲେଶ୍ୱର ଭୋଗରାଇ ବିଦ୍ୟାପୀଠରେ ଦେଖାଯାଇଛି ଏକ ଅଭାବନୀୟ ଦୃଶ୍ୟ । ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି ଛାତ୍ରୀ । ନ୍ୟାୟଭିକ୍ଷା କଲେ ମିଳୁଛି ଧମକ । ସିସିଟିଭି ଯାଞ୍ଚ କରିବାକୁ ଦାବି କରିଛନ୍ତି ଛାତ୍ରୀଙ୍କ ମାଆ ଏବଂ ଛାତ୍ରୀ । ପିଲାଙ୍କ ଏପରି ଅବସ୍ଥା ଦେଖି ଛାତ୍ରୀଙ୍କ ମାଆ ସ୍କୁଲରେ ପହଞ୍ଚି ପ୍ରଧାନ ଶିକ୍ଷକଙ୍କୁ ମାଡ଼ ମାରିବା ସମ୍ପର୍କରେ ପଚାରିବା ସହିତ ତାଳସାରି ସାମୁଦ୍ରିକ ଥାନାରେ ଅଭିଯୋଗ କରିଥିଲେ ।

ମାତ୍ର ପ୍ରଧାନଶିକ୍ଷକ ଛାତ୍ରୀଙ୍କ ଅଭିଭାବକଙ୍କୁ ଧମକ ଦେଇ ତାଙ୍କ ପିଲାର ଟିସି କାଟି ଦେବାକୁ ଧମକ ଦେଇଥିଲେ। ଫଳରେ ଛାତ୍ରୀଙ୍କ ମାଆ ଓ ପ୍ରଧାନଶିକ୍ଷକଙ୍କ ମଧ୍ୟରେ କଥାକଟି ହେବା ସହିତ ଉଭୟଙ୍କ ଯୁକ୍ତିତର୍କ ଉଗ୍ରରୂପ ନେଇଥିଲା । ପ୍ରଧାନଶିକ୍ଷକ ଓ ଅଭିଭାବକଙ୍କ ଉଗ୍ରରୂପ ଘଟଣାକୁ ନେଇ ବିଦ୍ୟାଳୟର ସହକାରୀ ଶିକ୍ଷକ, ଶିକ୍ଷୟିତ୍ରୀମାନେ ସୁରକ୍ଷା ଦାବି କରି ଧାରଣାରେ ବସିବା ସହିତ ନ୍ୟାୟ ପାଇଁ ତାଳସାରି ସାମୁଦ୍ରିକ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ ।

ଉଭୟଙ୍କ ଅଭିଯୋଗ ପୋଲିସ ପାଇବା ପରେ କେବଳ ଶିକ୍ଷକଙ୍କ ଅଭିଯୋଗ ଆଧାରରେ ପୋଲିସ ଏକ ମାମଲା ରୁଜୁ କରିଥିବା ବେଳେ ନାବାଳିକାଙ୍କ ମାଆ ଥାନାକୁ ଏ ପର‌୍ୟ୍ୟନ୍ତ ଆସିନାହାନ୍ତି ବୋଲି ତାଳସାରି ସାମୁଦ୍ରିକ ଥାନା ଅଧିକାରିଣୀ କହିଛନ୍ତି । ମିଳିଥିବା ସୂଚନାନୁଯାୟୀ ଗତ ସୋମବାର ବିଦ୍ୟାଳୟର ପ୍ରଧାନଶିକ୍ଷକ ଅମର ଚନ୍ଦ୍ର ଜେନା ଜୈନିକ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅଫିସ ଭିତରକୁ ନେଇ ସହପାଠୀ ଛାତ୍ରୀଙ୍କ ପ୍ରେମଜନିତ ଫଟୋ ଭାଇରାଲ ଘଟଣାରେ ସଂପୃକ୍ତ ଥିବା ସନ୍ଦେହରେ ପଚରା ଉଚୁରା କରି ଛାତ୍ରୀ ଜଣଙ୍କୁ ନିର୍ଧୂମ ପିଟିଥିଲେ। ପ୍ରଧାନଶିକ୍ଷକଙ୍କ ମାଡ଼ରେ ଛାତ୍ରୀ ଗୁରୁତର ଭାବେ ଅସୁସ୍ଥ ହୋଇ ପଡ଼ିଥିଲେ।

ବିଛଣାରେ ଶର୍ଯ୍ୟାଶାୟୀ ହୋଇ ଜ୍ୱରରେ ପଡିଥିବାବେଳେ ଛାତ୍ରୀଙ୍କ କାନପାଟି ଫୁଲି ଯାଇଛି । ଅପରପକ୍ଷରେ ଛାତ୍ରୀଙ୍କୁ ମାଡ଼ ଘଟଣାରେ ସମ୍ପୁକ୍ତ ପ୍ରଧାନ ଶିକ୍ଷକଙ୍କ ପାଖରୁ କୌଣସି ପ୍ରତିକ୍ରିୟା ନେବା ଚେଷ୍ଟା କରିଥିଲେ । ସେ ଏଭଳି କିଛି କରିନାହାନ୍ତି ବୋଲି କହୁଥିବା ବେଳେ ଛାତ୍ରୀ ଜଣଙ୍କ ସ୍କୁଲର ସିସିଟିଭି ଫୁଟେଜକୁ ଯାଞ୍ଚ କରିବା ପାଇଁ ଦାବି କରିଥିଲେ। ଛାତ୍ରୀଙ୍କ ମାଆ ଥାନାକୁ ଯାଇ ଅଭିଯୋଗ କରିଛନ୍ତି ବୋଲି ଥାନାର ସିସିଟିଭି କୁ ଯାଞ୍ଚ କରିବାକୁ ଦାବି କରିବା ସହିତ ବାଲେଶ୍ୱର ଏସପିଙ୍କୁ ଘଟଣା ସମ୍ପର୍କରେ ପୋଷ୍ଟଲ ମାଧ୍ୟମରେ ଅବଗତ କରାଇଛନ୍ତି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା