ମିଳିଲା ବାପା-ପୁଅଙ୍କ ମୃତ ଶରୀର

ଯାଜପୁର(ବଡ଼ ଖବର ବ୍ୟୁରୋ): ବନ୍ୟା ପାଣିରେ ଭାସିଯାଇଥିବା ବାପା ପୁଅଙ୍କ ମୃତ ଶରୀର ମିଳିଲା । ସ୍ଥାନୀୟ ଲୋକ ସକାଳୁ କେହି ଜଣେ ଭାସୁଥିବା ଦେଖି ଖବର ଦେଇଥିଲେ । ଏହାପରେ ଲୋକେ ପହଞ୍ଚି ଉଦ୍ଧାର କରିଥିଲେ ଉଭୟ ବାପ ପୁଅଙ୍କୁ । ତେବେ ବାପା ପୁଅଙ୍କୁ ଗୋଟିଏ ସ୍ଥାନରୁ ଉଦ୍ଧାର କରାଯାଇଥିବା ଜଣାପଡିଛି । ମୃତକ ହେଲେ ବାଲିଆ ପଞ୍ଚାୟତ ଗଙ୍ଗାଧରପୁର ଗାଁର ବାପା କିଶୋର ସିଂ, କୈଳାସ ସିଂ । ବୁଧବାର ଦିନ ଗାଈକୁ ଉଦ୍ଧାର କରିବାକୁ ଯାଇ ଭାସିଯାଇଥିଲେ ବାପା ଓ ପୁଅ । ଯାଜପୁର ଜିଲ୍ଲା ବରି ବ୍ଲକ ବାଲିଆ ପଞ୍ଚାୟତ ଗଙ୍ଗାଧରପୁର ଗାଁର ଘଟିଥିଲେ ଘଟଣା ।

ଖବର ଅନୁଯାୟୀ, ବୁଧବାର ଦିନ ପାଟକୁ ଗାଈ ଆଣିବାକୁ ଯାଇଥିବା ବେଳେ ବାପା କିଶୋର ସିଂ ନଦୀରେ ଖସି ପଡିଥିଲେ। ଏହା ଦେଖି ସେଠାରେ ଥିବା ତାଙ୍କ ପୁଅ କୈଳାସ ସିଂ ନଦୀରୁ ତାଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ। ମାତ୍ର ନଦୀ ସୁଅରେ ଉଭୟ ବାପପୁଅ ଭାସି ଯାଇଥିଲେ। ଖବର ପାଇ ବାପ ପୁଅ ଦୁହିଁଙ୍କୁ ଉଦ୍ଧାର କରିବା ପାଇଁ ଓଡ୍ରାଫ୍ ଟିମ୍ ଓ ଦମକଳ ବାହିନୀ ଉଦ୍ଧାର କାର୍ଯ୍ୟଜାରି ରଖିଥିଲେ । ହେଲେ ତାଙ୍କୁ ଉଦ୍ଧାର କରିପାରି ନଥିଲେ । ଶେଷରେ ଗୁରୁବାର ସକାଳୁ ଗଙ୍ଗାଧର ପୁର ଗାଁ ନିକଟରେ ଥିବା ସ୍କୁଲ ପାଖ ବାଉଁଶ ବୁଦାରୁ ସ୍ଥାନୀୟ ଲୋକେ ଉଦ୍ଧାର କରିଛନ୍ତି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ଖେଳି ଯାଇଛି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’