ଅଶ୍ୱିନୀଙ୍କ ନାଁରେ ନୂଆ କୀର୍ତ୍ତିମାନ, ବାପ-ପୁଅଙ୍କ ନେଲେ ୱିକେଟ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ):ଇତିହାସ ରଚିଲେ ଆର୍ ଅଶ୍ୱିନୀ । କ୍ରିକେଟ ଇତିହାସରେ ନୂଆ କୀର୍ତ୍ତିମାନ । ପ୍ରଥମ ଭାରତୀୟ ଭାବେ ଏକ ବିରଳ ରେକର୍ଡର ଅଧିକାରୀ ହୋଇଛନ୍ତି ଅଶ୍ୱିନୀ । ଭାରତ ୱେଷ୍ଟଇଣ୍ଡିଜ ମଧ୍ୟରେ ଆରମ୍ଭ ହୋଇଛି ପ୍ରଥମ ଟେଷ୍ଟ ମ୍ୟାଚ ।  ଭାରତ ପ୍ରଥମେ ବୋଲିଂ କରୁଛି । ଭାରତ ପକ୍ଷରୁ ପ୍ରଥମ ସଫଳତା ପାଇଛନ୍ତି ଅଶ୍ୱିନୀ ।ତାଙ୍କ ବୋଲରେ ୱେଷ୍ଟଇଣ୍ଡିଜର ଓପନର ତେଜନାରାୟଣ ଚନ୍ଦ୍ରପଲଙ୍କୁ ୧୨ ରନରେ ବୋଲ୍ଡ କରିଛନ୍ତି ।

ଏହା ସହ ସେ ଏକ ନିଆରା ରେକର୍ଡରେ ନାଁ ଲେଖିଛନ୍ତି । ତେଜନାରାୟଣ ହେଉଛନ୍ତି ୱେଷ୍ଟଇଣ୍ଡିଜ କିମ୍ବଦନ୍ତୀ ବ୍ୟାଡ୍ସମ୍ୟାନ ଶିବନାରାୟଣ ଚନ୍ଦ୍ରପଲଙ୍କ ପୁଅ । ଅଶ୍ୱିନୀ ଶିବନାରାୟଙ୍କ ବିରୋଧରେ ବି ଖେଳିଛନ୍ତି । ଖାଲି ଖେଳିନାହାନ୍ତି ନିଜ କ୍ୟାରିୟରରେ ୪ ଥର ଆଉଟ ବି କରିଛନ୍ତି । ପ୍ରଥମ ଭାରତୀୟ ଭାବେ ସେ ପିତା, ପୁତ୍ର ଉଭୟଙ୍କୁ ଆଉଟ କରିବାରେ ସଫଳ ହୋଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ