Masthead

ଏସିଏଫ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ତଦନ୍ତ ପରିସରକୁ ଆସିବେ ଡିଏଫଓ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଦିନ ଗଡୁଛି ସସପେନ୍ସ ବଢୁଛି । ଆରୋପ ପ୍ରତ୍ୟାରୋପ ଭିତରେ ଆନ୍ଧାର ଭିତରକୁ ଠେଲି ହୋଇଯାଉଛି ସୌମ୍ୟ ମୃତ୍ୟୁ ରହସ୍ୟ । ଏସିଏଫ ସୌମ୍ୟରଞ୍ଜନ ମୃତ୍ୟୁ ମାମଲରେ ସାମ୍ନକୁ ଆସିଛି ଆଉ ଏକ ଚାଞ୍ଚଲ୍ୟକର ତଥ୍ୟ । ନାରଙ୍ଗି ରଙ୍ଗର ଏହି କାଗଜକୁ ନେଇ ବଢୁଛି ସନ୍ଦେହ । ଆଇ ହେଟ୍ ୟୁ ଦ ମୋଷ୍ଟ ଇନ ଦ ୱାର୍ଡ । ଗଡ ପ୍ଲିଜ ପାର୍ଡନ ମି । କେମିତି ଆଉ ତିନିଟା ଦିନ କଟିବ ମୁଁ ଏଟଲିଷ୍ଟ ୧୨-୧୫ଦିନ ମୁଁ ଟିକେ ଶାନ୍ତିରେ ରହିବି । ଏକ ନାରଙ୍ଗି ରଙ୍ଗର କାଗଜରେ ଓଡ଼ିଆ ଓ ଇଂରାଜୀ ଭାଷାରେ ବିଦ୍ୟାଭାରତୀ ଲେଖିଥିବା ଏହି କେଇ ପଦ କଥାକୁ ନେଇ ଏବେ ବଢୁଛି ସନ୍ଦେହ । କାହିଁକି ଏଭଳି ଲେଖିଲେ ବିଦ୍ୟାଭାରତୀ ? ଏମିତି କେଉଁ କାରଣ ପାଇଁ ବିଦ୍ୟା ଭାରତୀ ନିଜ ଜିବନ ନଷ୍ଟ ହୋଇଯାଇଥିବା କଥା କହୁଛନ୍ତି । ଆଉ ଦୁଇ ତିନ ଭିତରେ ଏମିତି କ’ଣ ଘଟିଥାନ୍ତା ଯେ ବିଦ୍ୟାଭାରତୀ ଶାନ୍ତିରେ ରହିପାରନ୍ତେ ? ଏହାକୁ ନେଇ ଏବେ ସୃଷ୍ଟି ହୋଇଛି ସସପେନ୍ସ । ସେପଟେ ମନ ଖରାପ ଥିଲେ ଏମିତି ସବୁବେଳେ ଲେଖୁଥିବା ସ୍ୱୀକାର କରିଛନ୍ତି ବିଦ୍ୟାଭାରତୀ । ଏ ଚିଠି ସହ ସୌମ୍ୟ ମୃତ୍ୟୁର କୌଣସି ସମ୍ପର୍କ ନଥିବା ସେ କହିଛନ୍ତି । ଖାଲି ସେତିକି ନୁହେଁ ମୃତ୍ୟୁ ପୁର୍ବରୁ ସୌମ୍ୟ କରିଥିବା ଏଗ୍ରିମେଣ୍ଟ ବିଷୟରେ ସେ କିଛି ଜାଣି ନଥିବା ମଧ୍ୟ କହିଛନ୍ତି । ସୌମ୍ୟଙ୍କ ସେଭଳି କିଛି ସମ୍ପତି ମଧ୍ୟ ନଥିବା ସେ ମିଡିଆ ଆଗରେ କହିଛନ୍ତି । ବିଦ୍ୟା ଭରତୀଙ୍କ ଏହି ନବୟାନ ପରେ ପ୍ରତିକ୍ରିୟା ରଖିଛନ୍ତି ସୌମ୍ୟଙ୍କ ମାଆ ।

ସେପଟେ ପୋଲିସ ତଦନ୍ତକୁ ଜୋରଦାର କରୁଥିବା ବେଳେ ଏଥିରେ କ୍ରାଇମବ୍ରାଞ୍ଚ ସହଯୋଗ କରୁଛି । ବିଦ୍ୟାଭାରତୀ, ସୌମ୍ୟଙ୍କ ପରିବାର, ବନ କର୍ମଚାରୀ ଓ ରୋଷେୟାଙ୍କୁ ମାରଥନ ଜେରା ପରେ ଏବେ ସ୍କାନରରେ ଅଛନ୍ତି ଡିଏଫଓ । ଡିଏଫଓଙ୍କୁ ଖୁବଶୀଘ୍ର ଜେରା କରିଯିବ ବୋଲି ଗଣମାଧ୍ୟମ ଆଗରେ କହିଛନ୍ତି ଗଜପତି ଏସପି । ସେପଟେ ସୌମ୍ୟଙ୍କୁ ମେଡିକାଲ ନେବା ବାଟରେ ଗାଡିକୁ ଅଟକାଇ ଥିବା ଓଆଇସି ମମତା ପଣ୍ଡାକୁ ମଧ୍ୟ ଜେରା କରିବ ପୋଲିସ । ଡିଉଟି ଛାଡି ମମତା ସେଠାକୁ କାହିିଁକି ଗଲେ? କାହା ଅନୁମତିରେ ଗୋଟେ ଥାନାରୁ ଅନ୍ୟ ଥାନାର ମାମଲାରେ ମମତା ମୁଣ୍ଡ ପୁରାଇଲେ? ଆଉ ବିଦ୍ୟାଭାରତୀଙ୍କ ସହ ମାମତାଙ୍କ କ’ଣ ସମ୍ପର୍କ ରହିଛି ତାକୁ ନେଇ ତଦନ୍ତ କରାଯିବ ବୋଲି କହିଛନ୍ତି ଗଜପତି ଏସପି । ଏହି ମାମଲା କ୍ରାଇମବ୍ରାଚକୁ ହସ୍ତାନ୍ତର ନେଇ ସରକାରୀ ସ୍ତରରେ କୌଣସି ଘୋଷଣା କରାଯାଇନଥିବା ବେଳେ କେବଳ ସହଯୋଗ ପାଇଁ ଏଠାକୁ ଟିମ୍ ଆସିବା ଚର୍ଚ୍ଚାକୁ ଅଧିକ ଖୋରାକ ଯୋଗାଇଛି । ଏଯାଏଁ କ୍ରାଇମବ୍ରାଞ୍ଚ ଟିମ୍ ଏସପିଙ୍କୁ ଭେଟି ଆଲୋଚନା କରିବା ସହ ପ୍ରାକ ପ୍ରସ୍ତୁତି କରିଛନ୍ତି । କିନ୍ତୁ ଏହି ମାମଲାର ତଦନ୍ତକାରୀ ଅଧିକାରୀ ଇନ୍ସପେକ୍ଟର ବିବେକାନନ୍ଦ ସ୍ଵାଇଁ ଅଧିକ ତଦନ୍ତ ଖଇରା ଏବଂ କପ୍ତିପଦା ଗସ୍ତାରେ ଯାଇଛନ୍ତି । ପାରଳାଖେମୁଣ୍ଡି ଫେରିନାହାନ୍ତି । ତେଣୁ ତାଙ୍କୁ କ୍ରାଇମବ୍ରାଞ୍ଚ ଟିମ୍ ଅପେକ୍ଷା କରି ରହିଥିବା ସୂଚନା ଦେଇଛନ୍ତି କ୍ରାଇମବାଞ୍ଚ ଟିମର ନେତୃତ୍ବ ନେଇଥିବା ଡିଏସପି ବିଜୟ କୁମାର ମଲ୍ଲିକ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ