Masthead

ମମିତା ମୃତ୍ୟୁ ମାମଲା, ଗର୍ଲସ୍ ହଷ୍ଟେଲରେ ସ୍ଥିତି ପରଖିଲେ ଡିଆଇଜି

(ବଡ଼ ଖବର ବ୍ୟୁରୋ)  ସନସାଇନ ସ୍କୁଲର ଗର୍ଲସ ହଷ୍ଟେଲରେ ଉତ୍ତରାଞ୍ଚଳ ଡିଆଇଜି ଦୀପକ କୁମାର ଓ ବଲାଙ୍ଗିର ଏସପି ନୀତିନ କୁଶଲକର ଅଛନ୍ତି । ତେବେ ମହିଳା ପୋଲିସ ସହାୟତାରେ ହଷ୍ଟେଲ ଗେଟ ଭାଙ୍ଗି ଭିତରେ ପଶିଛନ୍ତି । ହଷ୍ଟେଲରେ ମମିତା ମେହେର ରହୁଥିବା ରୁମରେ ଛାନଭିନ କରିଛନ୍ତି । ସେହି ହଷ୍ଟେଲରେ ସିକ୍ରେଟ ରୁମ ଥିବା ଏବେ ଚର୍ଚ୍ଚାର ବିଷୟ ପଲଟିଛି ।

ଆଜି ସକାଳେ ଉତ୍ତରାଞ୍ଚଳ ଡିଆଇଜି ଦୀପକ କୁମାର ଓ ବଲାଙ୍ଗିର ଏସପି ନୀତିନ କୁଶଲକର ସାଇଣ୍ଟିଫିକ୍ ଟିମ ସହ ମହାଲିଙ୍ଗ ଗାଁରେ ପହଞ୍ଚିଥିଲେ । ଯେଉଁଠାରେ ମମିତାଙ୍କୁ ପୋତା ଯାଇଥିଲା । ମମିତାଙ୍କୁ ପୋତା ଯାଇଥିବା ସ୍ଥାନରେ ଏକ ମୋବାଇଲ ମିଳିଥିଲା । ଯାହା ମମିତାଙ୍କ ମୋବାଇଲ ବୋଲି ଆଶଙ୍କା କରାଯାଉଛି । ପରେ ଉକ୍ତ ପଡିଆକୁ ସିଲ କରିଦିଆଯାଇଛି । ସୁରକ୍ଷା ଦୃଷ୍ଟିରୁ ସେଠାରେ ପ୍ଲାଟୁନ ପୋଲିସ ଫୋର୍ସ ମଧ୍ୟ ମୁତୟନ କରାଯାଇଛି ।

ଡିଆଇଜି ଓ ଏସପି ସନସାଇନ ସ୍କୁଲ ଯାଇଥିଲେ । ମହିଳା ପୋଲିସର ସହାୟତାରେ ଛାତ୍ରୀ ହଷ୍ଟେଲର ତାଲା ଭାଙ୍ଗି ଛାନଭିନ କରିଥିଲେ ।ହଷ୍ଟେଲ କର୍ମଚାରୀଙ୍କୁ ପଚରାଉଚରା କରାଯାଉଥିବା ଚର୍ଚ୍ଚା ହେଉଛି । ସୂଚନା ଅନୁସାରେ ସ୍କୁଲର ଛାତ୍ରୀ ହଷ୍ଟଲରେ ଏକ ୱେଲ ଫରନିସିଡ ରୁମ ରହିଛି । ଯେଉଁଠି ଛାତ୍ରୀଙ୍କୁ ଛାଡିବାକୁ ଆସୁଥିବା ଅଭିଭାବକମାନେ ରହିବାର ସୁବିଧା ରହିଛି । ହେଲେ ସେଠାରେ ଅଭିଭାବକମାନେ ରହିବା ପରିବର୍ତ୍ତେ ରାଜନେତାମାନେ ରହୁଥିଲେ । ଏପରିକି ଗୋବିନ୍ଦ ସାହୁ ସେଠାକୁ ଯାଉଥିଲେ ବୋଲି ଚର୍ଚ୍ଚା ହୋଇଛି  । ସେପଟେ ମମିତା ମେହେର ମୃତ୍ୟୁ ମାମଲାରେ ପୋଲିସ ବର୍ତ୍ତମାନ ସୁଦ୍ଧା ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଓ ତାଙ୍କ ସହଯୋଗୀ ରାଧେକୁ ଗିରଫ କରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ