Masthead

କେବେ ଖୋଲିବ ଆହାରକେନ୍ଦ୍ର? ଦିନମଜୁରିଆଙ୍କ ପେଟ କାହାଣୀ

ଭୁବନେଶ୍ୱର: ମାର୍ଚ୍ଚ ମାସରୁ ଆହାର କେନ୍ଦ୍ରରେ ତାଲା ଝୁଲୁଛି । ୬ ମାସରୁ ଅଧିକ ସମୟ ହେବ ବନ୍ଦ ରହିଛି ଭୋଲିକାଙ୍କୁ ଖାଦ୍ୟ ଯୋଗାଉଥିବା ଆହାରକେନ୍ଦ୍ର । ଆହାର ଯୋଜନା ଆରମ୍ଭ ହେବା ଦିନଠୁ ଏହା ଗରିବ,ଶ୍ରମିକ ଓ ଭୋକିଲାଙ୍କ ପାଇଁ ବରଦାନ ସଦୃଶ ହୋଇଆସିଛି । ୫ଟଙ୍କା ଦେଇ ପେଟକୁ ଦିମୁଠା ଭାତ ଡାଲମା ଖାଉଥିଲେ ଅସହାୟ ଲୋକେ । ଅଭାବୀ ଖଟିଖିଆ ଓ ଅନାହାରରେ ରହୁଥିବା ଲୋକଙ୍କୁ ସ୍ୱଳ୍ପ ମୂଲ୍ୟରେ ରନ୍ଧା ଖାଦ୍ୟ ଯୋଗାଇଦେବା ପାଇଁ ଏହି ଯୋଜନାକୁ ଆରମ୍ଭ କରିଥିଲେ ରାଜ୍ୟ ସରକାର ।
ମହାମାରୀ କରୋନା ଦେଶ ତଥା ରାଜ୍ୟର ଆର୍ଥିକ ସ୍ଥିତିକୁ ବିଗାଡିଦେଇଛି । ଏଥିରେ ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଛନ୍ତି ଖଟିଖିଆ ଦିନମଜୁରିଆ । ସରକାରୀ ରିଲିଫ୍ ସହାୟତା ପାଇ କଷ୍ଟେମଷ୍ଟେ କିଛିଦିନ କାଟିଲେ । ଏବେ ଆର୍ଥିକ ସ୍ଥିତି ବିଗିଡିବାରେ ଲାଗିଛି । ଦିନେଅଧେ କାମଧନ୍ଦା ମିଳୁଛି,ହେଲେ ପରିବାର ଚଳାଇବା ମୁସ୍କିଲ ହୋଇପଡିଛି । ଅନ୍ୟପଟେ ବଢୁଥିବା ପରିବା ଦର ସେମାନଙ୍କ ନିଦ ହଜାଇ ଦେଇଛି ।
୫ଟଙ୍କିଆ ଆହାର ଖାଇ ଦିନେଅଧେ ସେମାନଙ୍କ କାମ ଚଳିଯାଉଥିଲା । କିନ୍ତୁ ବହୁଦିନ ଧରି ଖୋଲୁନାହିଁ ଆହାରକେନ୍ଦ୍ର । ଦୋକାନବଜାର,ସପିଂମଲ ଖୋଲୁଥିବା ବେଳେ ଆହାରକେନ୍ଦ୍ର କାହିଁକି ଖୋଲାଯାଇପାରିବନି ବୋଲି ପ୍ରଶ୍ନ କରୁଛନ୍ତି ଗରିବ ଲୋକେ । ଜୀବନଜୀବିକା ସ୍ୱାଭାବିକ ହେଉଥିବା ବେଳେ ଏହାକୁ ବାଦ ଦିଆଯିବାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ଦିନ ମଜୁରିଆ । ଅନଲକ-୫ରେ ସବୁ ଖୋଲିଥିବା ବେଳେ ଆଧାରକେନ୍ଦ୍ରକୁ ଭୁଲିଯାଇଛନ୍ତି ରାଜ୍ୟ ସରକାର ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା