Masthead

ଡିଲରଙ୍କ ଇଚ୍ଛାରେ ଚାଲିଛି ରାସନ ସାମଗ୍ରୀ ବଣ୍ଟନ

ବାସୁଦେବପୁର(ବଡ଼ ଖବର ବ୍ୟୁରୋ):ଡିଲର୍ ଵାଵୁଙ୍କ ଇଛା ରେ ଚାଲିଛି ରାସନ ବସାମଗ୍ରୀ ବଣ୍ଟନ। ରାସନ୍ ସାମଗ୍ରୀ ବଣ୍ଟନ ଦାୟିତ୍ୱରେ ଥିବା ଡିଲର୍ କାହା ଇଙ୍ଗିତରେ ଏମିତି କାମ କରୁଛନ୍ତି। ଯୋଗାଣ ବିଭାଗ ଏ ବାବଦରେ ଅବଗତ ଅଛନ୍ତି କି ନାହିଁ ? ଡିଲର୍ ମାନଙ୍କର ଏ ଭଳି କାର୍ଯ୍ୟ ପାଇଁ ପ୍ରଛଦପଟ ର ନାୟକ କିଏ ? ଏଭଳି ଏକ ଚାଉଳ ହଡପ ଅଭିଯୋଗ ଆସିଛି ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଳକ ବ୍ରାହ୍ମଣ ଗାଁ ପଞ୍ଚାୟତରୁ । ଯଦି ଡିଲର୍ ବାବୁ ଟଙ୍କା ହିତାଧିକାରୀଙ୍କୁ ଦେଉଛନ୍ତି ତାହାଲେ ସରକାର ଦେଉଥିବା ହିତାଧିକାରୀ ଙ୍କୁ ମୁଣ୍ଡ ପିଛା ୫ କେଜି ଚାଉଳ ଓ ଗହମ ଯାଉଛି କୁଆଡେ।

ଡିଲର୍ ବାବୁ ଚାଉଳ ଓ ଗହମ ବଦଳରେ ଟଙ୍କା ଦେବା କଥା ଯୋଗାଣ ବିଭାଗ ଅଧିକାରୀ ଯାଣିଛନ୍ତି କି ନାହିଁ। ନା ଯୋଗାଣ ବିଭାଗ ଓ ଡିଲର୍ ମାନଙ୍କର ମଧୁ ଚନ୍ଦ୍ରିକା ରେ ଚାଲିଛିକି ଏମିତି ଘଟଣା । ଡିଲର ମାନଙ୍କ ମନ ମୁଖୀ ଯୋଗୁ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି ଗରିବ ଜନ ସାଧାରଣ । କିଛି ଦିନ ପୂର୍ବରୁ ବାସୁଦେବପୁର ଯୋଗାଣ ଅଧିକାରୀଙ୍କୁ କରଞ୍ଜଆଡ଼ିଆ ମହିଳା ମାନେ ଡିଲର୍ ଚାଉଳ ନ ଦେବାରୁ ବିଚ୍ ରାସ୍ତାରେ ଦୁର୍ବ୍ୟବହାର କରିଥିଲେ । ଆଜି ପୁଣି ବ୍ରାହ୍ମଣୀ ଗାଁରେ ଏଭଳି ଘଟଣା ସାମ୍ନାକୁ ଆସିଛି । ବ୍ରାହ୍ମଣୀ ଗାଁର ଡିଲର ଉମାକାନ୍ତ ସାହୁଙ୍କ ନାମରେ ଲକ୍ଷ୍ୟାଧିକ ଅଭିଯୋଗ କିନ୍ତୁ ଯୋଗାଣ ନିରୀକ୍ଷକ ସହିତ ମଧୁଚନ୍ଦ୍ରିକା ପାଇଁ ବାରମ୍ବାର ଅଭିଯୋଗ ପରେ ବି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ ।

 

 

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ