ପୁଅ ଭାଙ୍ଗିଦେଲା ମା’ଙ୍କ ସ୍ଵପ୍ନ

ସୋର (ବଡ଼ ଖବର ବ୍ୟୁରୋ): ମା’ଙ୍କ ସ୍ଵପ୍ନ ଅଧା ରହିଗଲା । ପୁଅ ଭାଙ୍ଗିଦେଲା ମା’ଙ୍କ ସ୍ଵପ୍ନ । ପ୍ରତ୍ୟେକ ମା’ଙ୍କ ଆଶା ଥାଏ ପୁଅ ବଡ଼ ହେଲେ ତାକୁ ବହାଘର କରେଇବ । ଆଉ ଟିକେ ସୁଖରେ ଦିନ କାଟିବ । ଘରକୁ ବହୁଟିଏ ଆସିବ । ଜୀବନର ଶେଷ ମୁହୁର୍ତ୍ତରେ ପୁଅବହୁଙ୍କ ସେବାଯତ୍ନ ଟିକେ ପାଇବ ।

ପୁଅ ବାହାଘର ପାଇଁ ଝିଅ ଖୋଜା ବି ସରିଥିଲା । ବାକି ଥିଲା କେବଳ ବାହାଘର ତାରିଖ । ହେଲେ ସବୁ ସ୍ବପ୍ନସ୍ବପ୍ନ ହୋଇ ରହିଗଲା । ବେକରେ ଦଉଡି ଦେଇ ପୁଅ କଲା ଆତ୍ମହତ୍ୟା ।

ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲା ସୋର ବ୍ଲକ୍ କେଶରିପୁର ଗ୍ରାମରେ । କେଶରିପୁର ଗ୍ରାମର ମହେଶ୍ବର ମଳିକ ଓ ସାବିତ୍ରୀ ମହାଳିକଙ୍କ ପୁଅ ଅଜୟ ଶନିବାର ରାତିରେ ବେକରେ ଦଉଡି ଦେଇ ଆତ୍ମହତ୍ୟା କରିଥିଲେ । କେଉଁ କାରଣରୁ ଅଜୟ ବେକରେ ଦଉଡି ଦେଇ ଆତ୍ମହତ୍ୟା କରିଛନ୍ତି ତାର କାରଣ ଜଣାପଡି ନାହିଁ । ସୋର ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଛେଦ ପାଇଁ ପଠାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’