Masthead

ଛେରାପହଁରା କଲେନାହିଁ ଜିଲ୍ଲାପାଳ,ଏସ୍ପି

ଅନୁଗୁଳ(ବଡ଼ଖବର ବ୍ୟୁରୋ):ଅନୁଗୁଳ ଜିଲ୍ଲାରେ ମହାପ୍ରଭୁ ଜଜନ୍ନାଥଙ୍କର ବାହୁଡା ଯାତ୍ରା ଦିନ ଏକ ବଡ ଧରଣର ଅଘଟଣ ଘଟିଛି । ଅନୁଗୁଳରେ ରଥଯାତ୍ରା ଆରମ୍ଭ ହେବାଠାରୁ ନୀତି ଅନୁଯାୟୀ ଜିଲ୍ଲାପାଳ ଛେରାପହଁରା କରିଥାଆନ୍ତି । କିନ୍ତୁ କୌଣସି କାରଣରୁ ଜିଲ୍ଲାପାଳ ଅନୁପସ୍ଥିତ ଥିଲେ ଏସ୍ପି ଏହି କାର୍ଯ୍ୟ ସମ୍ପାଦନା କରନ୍ତି । କିନ୍ତୁ ବୁଧବାର ଦିନ ମହାପ୍ରଭୁଙ୍କ ବାହୁଡା ଯାତ୍ରାରେ ଛେରାପହଁରା କରିବାକୁ ନା ଆସିଲେ ଜିଲ୍ଲାପାଳ ନା ଆସିଲେ ଏସ୍ପି । ଏହାକୁ ନେଇ ସମଗ୍ର ଅନୁଗୁଳ ଜିଲ୍ଲାବାସୀ କ୍ଷୋଭ ପ୍ରକାଶ କରିଛନ୍ତି । ଘଟଣାରୁ ପ୍ରକାଶ ଯେ ବାହୁଡାଯାତ୍ରା ଦିନ ଅନୁଗୁଳ ଜିଲ୍ଲାକୁ ଦିନ ୫ଟି ସଚିବ ଭିକେ ପାଣ୍ଡିଆନ ଆସିଥିବାରୁ ଜିଲ୍ଲାପାଳ ଓ ଏସ୍ପି ତାଙ୍କ ସେବାରେ ବ୍ୟସ୍ତ ଥିଲେ । ଏଭଳି କାର୍ଯ୍ୟକୁ ଦୃଢ ନିନ୍ଦା କରିଛନ୍ତି ଜିଲ୍ଲା ବିଜେପି ସଭାପତି ଡିଲେଶ୍ୱର ପ୍ରଧାନ । ୫ଟି ସଚିବ କ’ଣ ମହାପ୍ରଭୁଙ୍କ ଉପରେ ବୋଲି ଶ୍ରୀ ପ୍ରଧାନ ପ୍ରଶ୍ନ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ