Masthead

ଶବଦାହ କଲେନି ଚାଷୀଙ୍କ ପରିବାର, ଦାବି କଲେ ପୋଷ୍ଟମର୍ଟମ ରିପୋର୍ଟ

(ବଡ଼ ଖବର ବ୍ୟୁରୋ): ଉତ୍ତରପ୍ରଦେଶ ଲଖିମପୁରରେ ୪ ମୃତ କୃଷକଙ୍କ ପରିବାର ମଧ୍ୟରୁ ୨ ପରିବାର ଶବଦାହ ପାଇଁ ମନା କରିଦେଇଛନ୍ତି। ସେମାନେ ଶବ ବ୍ୟବଚ୍ଛେଦ ରିପୋର୍ଟ ଦାବି କରିଛନ୍ତି। ରିପୋର୍ଟ ମିଳିବାପରେ ହିଁ ଶବଦାହ କରିବେ ବୋଲି ସେମାନେ ଜିଦ ଧରିଛନ୍ତି। ଏହି ଦାବି ପରେ ବରିଷ୍ଠ ପୁଲିସ ଅଧିକାରୀମାନେ ସେଠାକୁ ଯାଇ କୃଷକଙ୍କ ପରିବାର ସଦସ୍ୟଙ୍କୁ ଭେଟିଥିବା ଜଣାପଡ଼ିଛି।

ଉକ୍ତ ପରିବାର ସଦସ୍ୟଙ୍କୁ ସମର୍ଥନ କରି ସ୍ଥାନୀୟ ଲୋକେ ମଧ୍ୟ ସେମାନଙ୍କ ଘର ବାହାରେ ଏକଜୁଟ ହୋଇଥିଲେ। ଅନ୍ୟ ଜଣେ ମୃତକଙ୍କ ପରିବାର ସଦସ୍ୟ କହିଛନ୍ତି ଯେ, ଶବବ୍ୟବଚ୍ଛେଦ ରିପୋର୍ଟରେ କିଛି ହେରଫେର ହୋଇପାରେ। ତେଣୁ ସେମାନେ ପ୍ରଥମେ ରିପୋର୍ଟ ଦାବି କରିଛନ୍ତି। ଏକ ଡାକ୍ତର ଦଳ କୃଷକମାନଙ୍କ ପୋଷ୍ଟମର୍ଟମ କରିଥିଲେ। ଗତକାଲି ଆନ୍ଦୋଳନରତ କୃଷକ ଏବଂ ସରକାରୀ ପ୍ରତିନିଧିଙ୍କ ମଧ୍ୟରେ କଥାବାର୍ତ୍ତା ହୋଇଥିଲା। ସରକାର କ୍ଷତିପୂରଣ ଦେବା ସହ ମାମଲାର ବିଚାରବିଭାଗୀୟ ତଦନ୍ତ ପାଇଁ ପ୍ରତିଶ୍ରୁତି ଦେବାପରେ କୃଷକମାନେ ଶବ ଉଠାଇବାକୁ ରାଜି ହୋଇଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ